ବିରାଟ ଏବଂ ଅନୁଷ୍କାଙ୍କ ପ୍ରଶଂସକଙ୍କୁ ମିଳିବ ଖୁସି ଖବର, ଡିଭିଲିୟର୍ସ କଲେ ବଡ଼ ଖୁଲାସା
ନୂଆଦିଲ୍ଲୀ: ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଖୁବଶୀଘ୍ର ନିଜ ପ୍ରଶଂସକଙ୍କୁ ବଡ଼ ଖୁସି ଖବର ଦେବାକୁ ଯାଉଛନ୍ତି । ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡିଭିଲିୟର୍ସ ଶନିବାର ନିଜ ଫ୍ୟାନ୍ସଙ୍କ ସହ ଆଲୋଚନା ବେଳେ କହିଛନ୍ତି ଯେ କୋହିଲ ଖୁବଶୀଘ୍ର ଦ୍ୱିତୀୟ ସନ୍ତାନର ବାପା ହେବେ । ସେ କହିଛନ୍ତି ଯେ ବିରାଟ ଯେତେବେଳେ ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚରୁ ନିଜ ନାଁ ଫେରାଇ ଆଣିଥିଲେ ସେତେବେଳେ ସେ କୋହଲିଙ୍କ ସହ କଥା ହୋଇଥିଲେ । ଏବି ଡିଭିଲିୟର୍ସ ନିଜ ଫ୍ୟାନ୍ସ ଏବଂ ଫୋଲୋଅର୍ସଙ୍କୁ କହିଛନ୍ତି ଯେ ବିରାଟ କୋହଲି ଠିକ୍ ଅଛନ୍ତି ଏବଂ ନିଜ ପରିବାର ସହ ସମୟ ବିତାଉଛନ୍ତି । ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଦୁଇ ମ୍ୟାଚ୍ ନଖେଳିବା ପାଇଁ ନିଷ୍ପତ୍ତି ନେଇଥିଲେ । ଦ.ଆଫ୍ରିକାର ମହାନ ବ୍ୟାଟର ଡିଭିଲିୟର୍ସ ଏବେ ଏହା ପଛର କାରଣ ଖୁଲାସା କରିଛନ୍ତି । ଡିଭିଲିୟର୍ସ ନିଜ ୟୁଟ୍ୟୁବ ଚ୍ୟାନେଲରେ ହୋଇଥିବା କଥାବର୍ତ୍ତାକୁ ସେୟାର କରିଛନ୍ତି । " Virat Kohli is fine, and he is spending time with his family " ~ AB De Villiers ( YouTube ) pic.twitter.com/34T68zttyv —
ନୂଆଦିଲ୍ଲୀ: ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଖୁବଶୀଘ୍ର ନିଜ ପ୍ରଶଂସକଙ୍କୁ ବଡ଼ ଖୁସି ଖବର ଦେବାକୁ ଯାଉଛନ୍ତି । ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡିଭିଲିୟର୍ସ ଶନିବାର ନିଜ ଫ୍ୟାନ୍ସଙ୍କ ସହ ଆଲୋଚନା ବେଳେ କହିଛନ୍ତି ଯେ କୋହିଲ ଖୁବଶୀଘ୍ର ଦ୍ୱିତୀୟ ସନ୍ତାନର ବାପା ହେବେ । ସେ କହିଛନ୍ତି ଯେ ବିରାଟ ଯେତେବେଳେ ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚରୁ ନିଜ ନାଁ ଫେରାଇ ଆଣିଥିଲେ ସେତେବେଳେ ସେ କୋହଲିଙ୍କ ସହ କଥା ହୋଇଥିଲେ । ଏବି ଡିଭିଲିୟର୍ସ ନିଜ ଫ୍ୟାନ୍ସ ଏବଂ ଫୋଲୋଅର୍ସଙ୍କୁ କହିଛନ୍ତି ଯେ ବିରାଟ କୋହଲି ଠିକ୍ ଅଛନ୍ତି ଏବଂ ନିଜ ପରିବାର ସହ ସମୟ ବିତାଉଛନ୍ତି ।
ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଦୁଇ ମ୍ୟାଚ୍ ନଖେଳିବା ପାଇଁ ନିଷ୍ପତ୍ତି ନେଇଥିଲେ । ଦ.ଆଫ୍ରିକାର ମହାନ ବ୍ୟାଟର ଡିଭିଲିୟର୍ସ ଏବେ ଏହା ପଛର କାରଣ ଖୁଲାସା କରିଛନ୍ତି । ଡିଭିଲିୟର୍ସ ନିଜ ୟୁଟ୍ୟୁବ ଚ୍ୟାନେଲରେ ହୋଇଥିବା କଥାବର୍ତ୍ତାକୁ ସେୟାର କରିଛନ୍ତି ।
" Virat Kohli is fine, and he is spending time with his family "
~ AB De Villiers ( YouTube ) pic.twitter.com/34T68zttyv—