ଦେଶରେ ହ୍ରାସ ହେଉଛି ‘ୟୁନିକର୍ଣ୍ଣ’ ସଂଖ୍ୟା, ଜାଣନ୍ତୁ ଏବେ ଅଛନ୍ତି କେତୋଟି?
ନୂଆଦିଲ୍ଲୀ ୧୦।୪: ଦେଶରେ ୟୁନିକର୍ଣ୍ଣ କମ୍ପାନୀଙ୍କ ସଂଖ୍ୟାରେ ପ୍ରଥମ ଥର ହ୍ରାସ ଦେଖାଯାଇଛି। ଏହି ହ୍ରାସ ବାଦେ ଏବେ ଦେଶରେ ଆଉ ମାତ୍ର ୬୭ଟି ୟୁନିକର୍ଣ୍ଣ ଅଛନ୍ତି। ଏହା ସତ୍ତ୍ୱେ ସାରା ବିଶ୍ୱରେ ଭାରତ ୟୁନିକର୍ଣ୍ଣର ତୃତୀୟ ବୃହତ୍ତ କେନ୍ଦ୍ର ହୋଇ ରହିଛି। ଏକ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ଷ୍ଟାର୍ଟଅପ କମ୍ପାନୀଙ୍କୁ ୟୁନିକର୍ଣ୍ଣ କୁହାଯାଏ। ହୁରୁନ ଦ୍ୱାରା ଜାରି ବୈଶ୍ୱିକ ୟୁନିକର୍ଣ୍ଣ ସୂଚକାଙ୍କ ୨୦୨୪ରୁ ଏହା ଜଣାପଡିଛି। ଏହି ସୂଚକାଙ୍କ ଅନୁସାରେ ଫୁଡ ଡେଲିଭରୀ ମଞ୍ଚ ସ୍ୱିଗି ଓ ଗେମିଂ ଫାର୍ମ ଡ୍ରିମ ଇଲେଭେନ ଭାରତର ସବୁଠୁ ମୂଲ୍ୟବାନ ୟୁନିକର୍ଣ୍ଣ। ଏହି ଦୁଇ ୟୁନିକର୍ଣ୍ଣ ୮-୮ ବିଲିୟନ ଡଲାରର ବୋଲି ଆକଳନ କରାଯାଇଛି। ଏହା ପଛକୁ ଆସୁଛି ରେଜର ପେ, ଯାହାର ମୂଲ୍ୟ ୭.୫ ବିଲିୟନ ଡଲାର। ତେବେ ଭାରତର ଦୁଇ ଅଗ୍ରଣୀ ୟୁନିକର୍ଣ୍ଣ ସ୍ୱିଗି ଓ ଡ୍ରିମ୍ ଇଲେଭେନ ବୈଶ୍ୱିକ ସୂଚୀର ୮୩ ତମ ସ୍ଥାନରେ ଅଛନ୍ତି। ରିପୋର୍ଟ ଅନୁସାରେ ୭୦୩ ୟୁନିକର୍ଣ୍ଣ ସହିତ ଆମେରିକା ବିଶ୍ୱର ପ୍ରଥମ ରାଷ୍ଟ୍ରରେ ପରିଣତ ହୋଇଛି। ଦ୍ୱିତୀୟ ସ୍ଥାନରେ ଚୀନ୍ ଥିବା ବେଳେ ମୋଟ ୟୁନିକର୍ଣ୍ଣ ସଂଖ୍ୟା ୩୪୦ ରହିଛି। ସେହିପରି ବ୍ରିଟେନ ୫୩ ୟୁନିକର୍ଣ୍ଣ ସହିତ ବିଶ୍ୱର ଚତୁର୍ଥ ସ୍ଥାନରେ ରହିଛି। ଭାରତର ଶିକ୍ଷା ଓ ପ୍ରଯୁକ୍ତି ଫାର୍ମ ବାୟଜୁସ୍ ଏବେ ୟୁନିକର୍ଣ୍ଣ ଶ୍ରେଣୀରୁ ବାଦ ପଡିଛି। ବର୍ଷକ ପୂର୍ବରୁ ଏହାର ମୂଲ୍ୟାଙ୍କନ ୨୨ ବିଲିୟନ ଡଲାରରୁ ବି ଅଧିକ ଥିଲା।
ନୂଆଦିଲ୍ଲୀ ୧୦।୪: ଦେଶରେ ୟୁନିକର୍ଣ୍ଣ କମ୍ପାନୀଙ୍କ ସଂଖ୍ୟାରେ ପ୍ରଥମ ଥର ହ୍ରାସ ଦେଖାଯାଇଛି। ଏହି ହ୍ରାସ ବାଦେ ଏବେ ଦେଶରେ ଆଉ ମାତ୍ର ୬୭ଟି ୟୁନିକର୍ଣ୍ଣ ଅଛନ୍ତି। ଏହା ସତ୍ତ୍ୱେ ସାରା ବିଶ୍ୱରେ ଭାରତ ୟୁନିକର୍ଣ୍ଣର ତୃତୀୟ ବୃହତ୍ତ କେନ୍ଦ୍ର ହୋଇ ରହିଛି। ଏକ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ଷ୍ଟାର୍ଟଅପ କମ୍ପାନୀଙ୍କୁ ୟୁନିକର୍ଣ୍ଣ କୁହାଯାଏ। ହୁରୁନ ଦ୍ୱାରା ଜାରି ବୈଶ୍ୱିକ ୟୁନିକର୍ଣ୍ଣ ସୂଚକାଙ୍କ ୨୦୨୪ରୁ ଏହା ଜଣାପଡିଛି। ଏହି ସୂଚକାଙ୍କ ଅନୁସାରେ ଫୁଡ ଡେଲିଭରୀ ମଞ୍ଚ ସ୍ୱିଗି ଓ ଗେମିଂ ଫାର୍ମ ଡ୍ରିମ ଇଲେଭେନ ଭାରତର ସବୁଠୁ ମୂଲ୍ୟବାନ ୟୁନିକର୍ଣ୍ଣ।
ଏହି ଦୁଇ ୟୁନିକର୍ଣ୍ଣ ୮-୮ ବିଲିୟନ ଡଲାରର ବୋଲି ଆକଳନ କରାଯାଇଛି। ଏହା ପଛକୁ ଆସୁଛି ରେଜର ପେ, ଯାହାର ମୂଲ୍ୟ ୭.୫ ବିଲିୟନ ଡଲାର। ତେବେ ଭାରତର ଦୁଇ ଅଗ୍ରଣୀ ୟୁନିକର୍ଣ୍ଣ ସ୍ୱିଗି ଓ ଡ୍ରିମ୍ ଇଲେଭେନ ବୈଶ୍ୱିକ ସୂଚୀର ୮୩ ତମ ସ୍ଥାନରେ ଅଛନ୍ତି। ରିପୋର୍ଟ ଅନୁସାରେ ୭୦୩ ୟୁନିକର୍ଣ୍ଣ ସହିତ ଆମେରିକା ବିଶ୍ୱର ପ୍ରଥମ ରାଷ୍ଟ୍ରରେ ପରିଣତ ହୋଇଛି। ଦ୍ୱିତୀୟ ସ୍ଥାନରେ ଚୀନ୍ ଥିବା ବେଳେ ମୋଟ ୟୁନିକର୍ଣ୍ଣ ସଂଖ୍ୟା ୩୪୦ ରହିଛି। ସେହିପରି ବ୍ରିଟେନ ୫୩ ୟୁନିକର୍ଣ୍ଣ ସହିତ ବିଶ୍ୱର ଚତୁର୍ଥ ସ୍ଥାନରେ ରହିଛି।

ଭାରତର ଶିକ୍ଷା ଓ ପ୍ରଯୁକ୍ତି ଫାର୍ମ ବାୟଜୁସ୍ ଏବେ ୟୁନିକର୍ଣ୍ଣ ଶ୍ରେଣୀରୁ ବାଦ ପଡିଛି। ବର୍ଷକ ପୂର୍ବରୁ ଏହାର ମୂଲ୍ୟାଙ୍କନ ୨୨ ବିଲିୟନ ଡଲାରରୁ ବି ଅଧିକ ଥିଲା। ଏବେ ଏହା ୧ ବିଲିୟନ ଡଲାରରୁ କମ୍ ମୂଲ୍ୟର ଫାର୍ମରେ ପରିଣତ ହୋଇଛି। ବାୟଜୁର ମୂଲ୍ୟାୟନରେ ହୋଇଥିବା ଏପରି ହ୍ରାସ ଏହାକୁ କୌଣସି ଷ୍ଟାର୍ଟଅପ ତୁଳନାରେ ସବୁଠୁ କମ୍ ମୂଲ୍ୟର କମ୍ପାନୀରେ ପରିଣତ କରିଛି। ହୁରୁନ ଚେୟାରମ୍ୟାନ ତଥା ମୁଖ୍ୟ ଗବେଷକ ରୁପର୍ଟ ହୁଗେୱର୍ଫ କହିଛନ୍ତି ଯେ କିଛି ଷ୍ଟାର୍ଟଅପ ବାସ୍ତବରେ ବିଫଳ ହୋଇଥାନ୍ତି। ହେଲେ ବି ଏଭଳି କମ୍ପାନୀ ଅର୍ଥ ବ୍ୟବସ୍ଥା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ।
ଭାରତୀୟ କମ୍ପାନୀଙ୍କ ସଂଖ୍ୟାରେ ମୋଟ ହ୍ରାସ ସେୟାର ସୂଚକାଙ୍କରେ ଲାଭ ସତ୍ତ୍ୱେ ଷ୍ଟାର୍ଟଅପ କ୍ଷେତ୍ରରେ ନିବେଶର ହ୍ରାସକୁ ଦର୍ଶାଉଛି। ଏହା ଛଡା ଦେଶ ବାହାରେ କମ୍ପାନୀ ଆରମ୍ଭ କରିବା ପ୍ରବୃତ୍ତି ମଧ୍ୟ ଭାରତର ସମ୍ଭାବନାକୁ କ୍ଷତିରେ ପକାଇଛି। ଭାରତୀୟ ଫାର୍ମ ସଂସ୍ଥାପକମାନେ ବିଦେଶରେ ୧୦୯ଟି ୟୁନିକର୍ଣ୍ଣ ଆରମ୍ଭ କରିଛନ୍ତି। ହେଲେ ଦେଶରେ ଏମାନଙ୍କ ସଂଖ୍ୟା ମାତ୍ର ୬୭। ବିଶ୍ୱର ଶୀର୍ଷ ୧୦ ୟୁନିକର୍ଣ୍ଣରୁ ୮ଟି ଚୀନ ଓ ଆମେରିକାରେ ରହିଛି। ଅଷ୍ଟ୍ରେଲିଆ ଓ ମାଲ୍ଟାରୁ ଗୋଟିଏ ଲେଖାଏଁ ୟୁନିକର୍ଣ୍ଣ ଏହି ସୂଚୀରେ ଅଛନ୍ତି।