ଗତ ୫ ବର୍ଷର ରିପୋର୍ଟ କାର୍ଡ ପ୍ରଦାନ କଲେ ସମ୍ବିତ: ପୁରୀ ପାଇଁ କରିଛନ୍ତି ଏସବୁ କାମ
ଭୁବନେଶ୍ୱର, ୨।୪(ସୁନିତ୍ ମିଶ୍ର):ପୁରୀ ଲୋକ ସଭା ପାଇଁ ଭାଜପା ପ୍ରାର୍ଥୀ ହୋଇଥିବା ସମ୍ବିତ ପାତ୍ର ସୋମବାର ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ତାଙ୍କ ଗତ ୫ ବର୍ଷର ରିପୋର୍ଟ କାର୍ଡ ଜାରି କରିଛନ୍ତି। ଉଲ୍ଲେଖନୀୟ ବିଷୟ ହେଉଛି, ଗତ ନିର୍ବାଚନରେ ହାରିଥିବା ଏମ୍ପି ପ୍ରାର୍ଥୀଙ୍କ ମଧ୍ୟରେ ଏପରି ରିପୋର୍ଟ କାର୍ଡ ଜାରି କରିବାରେ ସମ୍ବିତ ହେଉଛନ୍ତି ପ୍ରଥମ। ପୁରୀ ଲୋକସଭା କ୍ଷେତ୍ର ଲୋକଙ୍କ ସେବାରେ ସମ୍ବିତ ପାତ୍ରଙ୍କ ୫ ବର୍ଷ ଶୀର୍ଷକରେ ପ୍ରସ୍ତୁତ ଏହି ରିପୋର୍ଟ କାର୍ଡରେ ତାଙ୍କ […] The post ଗତ ୫ ବର୍ଷର ରିପୋର୍ଟ କାର୍ଡ ପ୍ରଦାନ କଲେ ସମ୍ବିତ: ପୁରୀ ପାଇଁ କରିଛନ୍ତି ଏସବୁ କାମ appeared first on Dharitri Odia News.
ଭୁବନେଶ୍ୱର, ୨।୪(ସୁନିତ୍ ମିଶ୍ର):ପୁରୀ ଲୋକ ସଭା ପାଇଁ ଭାଜପା ପ୍ରାର୍ଥୀ ହୋଇଥିବା ସମ୍ବିତ ପାତ୍ର ସୋମବାର ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ତାଙ୍କ ଗତ ୫ ବର୍ଷର ରିପୋର୍ଟ କାର୍ଡ ଜାରି କରିଛନ୍ତି। ଉଲ୍ଲେଖନୀୟ ବିଷୟ ହେଉଛି, ଗତ ନିର୍ବାଚନରେ ହାରିଥିବା ଏମ୍ପି ପ୍ରାର୍ଥୀଙ୍କ ମଧ୍ୟରେ ଏପରି ରିପୋର୍ଟ କାର୍ଡ ଜାରି କରିବାରେ ସମ୍ବିତ ହେଉଛନ୍ତି ପ୍ରଥମ। ପୁରୀ ଲୋକସଭା କ୍ଷେତ୍ର ଲୋକଙ୍କ ସେବାରେ ସମ୍ବିତ ପାତ୍ରଙ୍କ ୫ ବର୍ଷ ଶୀର୍ଷକରେ ପ୍ରସ୍ତୁତ ଏହି ରିପୋର୍ଟ କାର୍ଡରେ ତାଙ୍କ କାମ ବିଷୟରେ ଉଲ୍ଲେଖ କରିଛନ୍ତି।ଏହା ଉପରେ ସେ ପ୍ରତିକ୍ରିୟା ଦେଇ କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ଡୋରି ଲାଗିଲେ ହିଁ ଭକ୍ତମାନେ ପୁରୀ ଜଗନ୍ନାଥ ଧାମରେ ପାଦ ଦିଅନ୍ତି। ୨୦୧୯ରେ ମୋର ଡୋରି ଲାଗିଥିଲା, ପୁରୀ ଆସି ମହାପ୍ରଭୁଙ୍କ ପ୍ରିୟ ପୁରୀ ଲୋକସଭା କ୍ଷେତ୍ର ଲୋକଙ୍କ ସେବା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଉପରେ ରଖିଥିବା ବିଶ୍ବାସ ବଳ ଦେଇଥିଲା। କିନ୍ତୁ ୨୦୧୯ ନିର୍ବାଚନରେ ମହାପ୍ରଭୁ ଜଗନ୍ନାଥ ତାଙ୍କଠାରୁ ପରୀକ୍ଷା ନେଇଥିଲେ। ତାଙ୍କୁ ଗତ ନିର୍ବାଚନରେ ପରାଜୟ ବରଣ କରିବାକୁ ପଡ଼ିଥିଲା। କିନ୍ତୁ ପରାଜୟ ପରେ ମଧ୍ୟ ସେ ନିଜ ଦାୟିତ୍ୱ ନିର୍ବାହରେ କେବେ ପଛଘୁଞ୍ଚା ଦେଇନାହାନ୍ତି। ବିନା କୌଣସି ପଦ ପଦବୀରେ ସେ ଲୋକ ସଭା କ୍ଷେତ୍ରର ଲୋକଙ୍କ ସେବା ପାଇଁ ନିଷ୍ଠାର ସହ କାର୍ଯ୍ୟ କରିଛନ୍ତି। ପୁରୀ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୭ଟି ବିଧାନସଭା କ୍ଷେତ୍ର ପିପିଲି, ସତ୍ୟବାଦୀ, ପୁରୀ, ବ୍ରହ୍ମଗିରି, ଚିଲିକା, ରଣପୁର ଓ ନୟାଗଡ଼ରେ ତାଙ୍କ ମାଧ୍ୟମରେ ହେଇଥିବା ଜନକଲ୍ୟାଣକାରୀ କାର୍ଯ୍ୟ ବିଷୟରେ ରିପୋର୍ଟ କାର୍ଡ ଜରିଆରେ ସୂଚନା ଦେଇଛନ୍ତି।
The post ଗତ ୫ ବର୍ଷର ରିପୋର୍ଟ କାର୍ଡ ପ୍ରଦାନ କଲେ ସମ୍ବିତ: ପୁରୀ ପାଇଁ କରିଛନ୍ତି ଏସବୁ କାମ appeared first on Dharitri Odia News.