ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜିମ୍ ମାଲିକଙ୍କ ଝିଅକୁ ଆକ୍ରମଣ, ଜୀବନରୁ ମାରିବାକୁ ମିଳିଲା ଧମକ !
ଭୁବନେଶ୍ୱର: ରାଜଧାନୀରେ ପ୍ରତିଦିନ ଘଟୁଛି କିଛି ନା କିଛି ଘଟଣା, ଦୁର୍ଘଟଣା । ଯାହାକୁ ସମାଧାନ କରିବା ପୋଲିସ୍ ପାଇଁ ବେଳେ ବେଳେ ମୁଣ୍ଡାବିନ୍ଧାର କାରଣ ପାଲଟିଯାଏ । ତେବେ ଏହାରି ଭିତରେ ସେହିଭଳି ଏକ ଘଟଣା ବର୍ତ୍ତମାନ କିଛି ଦିନ ହେବ ବେଶ୍ ଚର୍ଚ୍ଚାରେ ରହିଛି । ଘଟଣାଟି ହେଉଛି ଘର ମାଲିକଙ୍କ ଝିଅ, ଜ୍ୱାଇଁଙ୍କ ସହ ଜିମ୍ ମାଲିକଙ୍କ ବିବାଦ । ଯାହା ଏବେ ସୀମା ଲଙ୍ଘିଛି । ଅଭିଯୋଗ ଅନୁଯାୟୀ କୁଆଡେ ପ୍ରଥମେ […] The post ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜିମ୍ ମାଲିକଙ୍କ ଝିଅକୁ ଆକ୍ରମଣ, ଜୀବନରୁ ମାରିବାକୁ ମିଳିଲା ଧମକ ! appeared first on KNews Odisha.

ଭୁବନେଶ୍ୱର: ରାଜଧାନୀରେ ପ୍ରତିଦିନ ଘଟୁଛି କିଛି ନା କିଛି ଘଟଣା, ଦୁର୍ଘଟଣା । ଯାହାକୁ ସମାଧାନ କରିବା ପୋଲିସ୍ ପାଇଁ ବେଳେ ବେଳେ ମୁଣ୍ଡାବିନ୍ଧାର କାରଣ ପାଲଟିଯାଏ । ତେବେ ଏହାରି ଭିତରେ ସେହିଭଳି ଏକ ଘଟଣା ବର୍ତ୍ତମାନ କିଛି ଦିନ ହେବ ବେଶ୍ ଚର୍ଚ୍ଚାରେ ରହିଛି । ଘଟଣାଟି ହେଉଛି ଘର ମାଲିକଙ୍କ ଝିଅ, ଜ୍ୱାଇଁଙ୍କ ସହ ଜିମ୍ ମାଲିକଙ୍କ ବିବାଦ । ଯାହା ଏବେ ସୀମା ଲଙ୍ଘିଛି । ଅଭିଯୋଗ ଅନୁଯାୟୀ କୁଆଡେ ପ୍ରଥମେ ଜିମରେ ବେଆଇନଭାବେ ପଶି ତାଲା ପକାଇଥିଲେ ବିଲଡିଂ ମାଲିକଙ୍କ ଝିଅ ଜ୍ୱାଇଁ, ଆଉ ଏବେ ଜିମ୍ ମାଲିକଙ୍କ ଝିଅକୁ ଜୀବନରୁ ମାରିବାକୁ କରିଛନ୍ତି ଉଦ୍ୟମ !
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବତୀଙ୍କୁ ଗାଡ଼ି ଦୁର୍ଘଟଣା କରି ମାରିବାକୁ ଉଦ୍ୟମ ହୋଇଥିବା ନେଇ ଆସିଛି ସାଙ୍ଘାତିକ ଅଭିଯୋଗ । ଯାହାକୁ ନେଇ ସହିଦନଗର ଥାନାରେ ଏତଲା ଦେଇଛନ୍ତି ଉକ୍ତ ଯୁବତୀ ଜଣକ । ସୂଚନା ଅନୁସାରେ ସହିଦନଗର ମହର୍ଷି କଲେଜ ରୋଡରେ ଯୁବତୀ ଜଣଙ୍କ ନିଜ ସ୍କୁଟିରେ ଯାଉଥିବାବେଳେ ଜଣେ ଯୁବକ ପ୍ରଥମେ ତାଙ୍କ ସ୍କୁଟିକୁ ଆସି ଉଦ୍ଦେଶ୍ୟମୂଳକ ଭାବେ ଧକ୍କା ଦେଇ ଫେରାର ହୋଇଯାଇଥିଲେ ।
ଏପଟେ ଦୁର୍ଘଟଣାରେ ଯୁବତୀ ଜଣଙ୍କ ତଳେ ପଡିଯିବାରୁ ତାଙ୍କ ହାତ ଭାଙ୍ଗିଯାଇଥିଲା । ସେ ଯନ୍ତ୍ରଣାରେ ଛଟପଟ ହୋଇ ପରିବାର ଲୋକଙ୍କୁ ଫୋନ୍ କରି ଜଣାଇବା ସହ ରାସ୍ତା କଡରେ ଅପେକ୍ଷା କରିଥିଲେ । ଠିକ୍ ସେହି ସମୟରେ ଯୁବତୀଙ୍କ ନିକଟରେ ପହଁଚିଥିଲେ ଅନ୍ୟ ଦୁଇ ଜଣ ଯୁବକ । ଆଉ ଯୁବତୀଙ୍କ ଫଟୋ ଉଠାଇବା ସହିତ ବିଲଡିଂ ମାଲିକଙ୍କ ଝିଅ ଜ୍ୱାଇଁଙ୍କ ନା ଧରି ଧମକ ଦେଇଥିଲେ ଆଜି ସ୍କୁଟି ମାଡ ହୋଇଛି, ଆମ ସେମାନଙ୍କ କଥା ନମାନିଲେ ସିଧା ଟ୍ରକ୍ ମାଡାଇ ଜୀବନରୁ ମାରିଦେବୁ । ଏତିକି କହି ସେଠାରୁ ଖସି ଯାଇଥିଲେ ବୋଲି ଥାନାରେ ଅଭିଯୋଗ କରିଥିଲେ ଯୁବତୀ ।
ଭୟବିତ ଯୁବତୀ ଏବଂ ତାଙ୍କ ପରିବାର ଲୋକେ ତୁରନ୍ତ ପୋଲିସ୍ ନିକଟରେ ପହଁଚିବା ସହ ସମସ୍ତ ଘଟଣା ଜଣାଇଥିଲେ । ଏହାପରେ ସଂପୃକ୍ତ ଦୁଇ ଯୁବକଙ୍କୁ ସିସିଟିଭିରେ ଖୋଜି ବାହାର କରି ଥାନାକୁ ଡାକି ପଚରାଉଚରା କରିବା ସହିତ ଏନେଇ ଅଧିକ ତଦନ୍ତ ଚଳାଇଛି ପୋଲିସ୍ । ତେବେ ଯାହା ସୂଚନା ମିଳିଛି ଯୁବତୀଙ୍କ ବାପାଙ୍କର ବଡଗଡ ଅଞ୍ଚଳରେ ଏକ ଜିମ୍ ଅଛି । ପୂର୍ବରୁ ଏହି ଜିମ୍ ର ବିଲଡିଂ ମାଲିକଙ୍କ ଝିଅ ଜ୍ୱାଇଁ ସହ ଭଡା ଟଙ୍କାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏହାପରେ ବଡଗଡ ଥାନାରେ ଅଭିଯୋଗ ହେବା ପରେ ତଦନ୍ତ ଚାଲିଥିବାବେଳେ ଏହି ଘଟଣାକୁ ନେଇ ଜିମ୍ ମାଲିକଙ୍କ ଝିଅଙ୍କୁ ଜାଣିଶୁଣି ଗାଡ଼ି ଦୁର୍ଘଟଣା କରି ମାରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି ।
ଏପଟେ ଯାହା ଶୁଣିବାକୁ ମିଳିଛି କି, ବିଲଡିଂ ମାଲିକଙ୍କ ସହ ଜିମ୍ ମାଲିକଙ୍କର ୧୦ ବର୍ଷର ଏଗ୍ରୀମେଣ୍ଟ ହୋଇଥିଲା । ଏହାରି ଭିତରେ ୫ବର୍ଷ ବିତିଯାଇଥିବାବେଳେ ଆଉ ୫ ବର୍ଷ ବାକି ଅଛି । ଏହାରି ଭିତରେ ପୁଣି କାହିଁକି ବିବାଦ ମୁଣ୍ଡ ଟେକିଲା? ବିଲଡିଂ ମାଲିକଙ୍କ ଝିଅ, ଜ୍ୱାଇଁଙ୍କ ନାରେ ଆସୁଥିବା ଅଭିଯୋଗ କେତେ ସତ, କେତେ ମିଛ? କଣ ସତରେ ଜିମ୍ ମାଲିକଙ୍କ ଝିଅଙ୍କୁ ଏଭଳି ଉଦ୍ଦେଶ୍ୟମୂଳକ ଭାବେ ଧକ୍କା ଦେଇ ଜୀବନରୁ ମାରିଦେବାକୁ ଉଦ୍ୟମ ହୋଇଛି? ଏ ସମସ୍ତ ପ୍ରଶ୍ନର ଉତ୍ତର ପୋଲିସ୍ ର ଉଚିତ୍ ତଦନ୍ତ ପରେ ହିଁ ସାମ୍ନାକୁ ଆସିବ । ତେଣୁ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ପୋଲିସ୍ ଯଥାଶୀଘ୍ର ସତ କଣ ସାମ୍ନାକୁ ଆଣିବାକୁ ସାଧାରଣରରେ ଦାବି ହୋଇଛି ।
Also read: ପୁଣି ଖୋଲିଲା ନବ ଦାସ ହତ୍ୟା ମାମଲା ଡାଏରୀ, ଦୀପାଳି ଓ ବିଶାଳଙ୍କୁ କ୍ରାଇମବ୍ରାଞ୍ଚର ନୋଟିସ
The post ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜିମ୍ ମାଲିକଙ୍କ ଝିଅକୁ ଆକ୍ରମଣ, ଜୀବନରୁ ମାରିବାକୁ ମିଳିଲା ଧମକ ! appeared first on KNews Odisha.