ଟି୨୦ ବିଶ୍ୱକପ ପରାଜୟକୁ ନେଇ ଦୁଃଖିତ : ଏଡେନ୍ ମାରକ୍ରମ
ବ୍ରିଜଟାଉନ,୩୦ା୬: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ଇତିହାସ ରଚିଛି। ରୋମାଞ୍ଚକର ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ହରାଇ ଟିମ୍ ଇଣ୍ଡିଆ ଦ୍ୱିତୀୟ ଥର ପାଇଁ ଟି୨୦ ବିଶ୍ୱକପ ବିଜୟୀ ହୋଇଛି। ହେଲେ ପ୍ରଥମ ଥର ପାଇଁ ଟି୨୦ ବିଶ୍ୱକପ ଫାଇନାଲରେ ପହଞ୍ଚିଥିବା ଦକ୍ଷିଣ ଆଫ୍ରିକାକୁ ରନର୍ସ କପ୍ରେ ସନ୍ତୁଷ୍ଟ ହେବାକୁ ପଡିଛି। ଏହି ପରିପ୍ରେକ୍ଷୀରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଏଡେନ୍ ମାରକ୍ରମ ପରାଜୟକୁ ନେଇ ଦୁଃଖିତ ଥିବା କହିଛନ୍ତି। ଏହାକୁ ଆଡଜଷ୍ଟ କରିବାକୁ କିଛି ସମୟ ଲାଗିବ। ବୋଲରମାନେ […] The post ଟି୨୦ ବିଶ୍ୱକପ ପରାଜୟକୁ ନେଇ ଦୁଃଖିତ : ଏଡେନ୍ ମାରକ୍ରମ appeared first on Dharitri Odia News.
ବ୍ରିଜଟାଉନ,୩୦ା୬: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ଇତିହାସ ରଚିଛି। ରୋମାଞ୍ଚକର ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ହରାଇ ଟିମ୍ ଇଣ୍ଡିଆ ଦ୍ୱିତୀୟ ଥର ପାଇଁ ଟି୨୦ ବିଶ୍ୱକପ ବିଜୟୀ ହୋଇଛି। ହେଲେ ପ୍ରଥମ ଥର ପାଇଁ ଟି୨୦ ବିଶ୍ୱକପ ଫାଇନାଲରେ ପହଞ୍ଚିଥିବା ଦକ୍ଷିଣ ଆଫ୍ରିକାକୁ ରନର୍ସ କପ୍ରେ ସନ୍ତୁଷ୍ଟ ହେବାକୁ ପଡିଛି।
ଏହି ପରିପ୍ରେକ୍ଷୀରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଏଡେନ୍ ମାରକ୍ରମ ପରାଜୟକୁ ନେଇ ଦୁଃଖିତ ଥିବା କହିଛନ୍ତି। ଏହାକୁ ଆଡଜଷ୍ଟ କରିବାକୁ କିଛି ସମୟ ଲାଗିବ। ବୋଲରମାନେ ଭଲ ପ୍ରଦର୍ଶନ କରି ଭାରତକୁ କମ୍ ସ୍କୋରରେ ସୀମିତ ରଖିଥିଲେ। ବ୍ୟାଟର ମଧ୍ୟ ଚମତ୍କାର ବ୍ୟାଟିଂ କରିଥିଲେ। ଫାଇନାଲ ମ୍ୟାଚ କାରଣରୁ ସ୍କୋର ବୋର୍ଡର ଅତିରିକ୍ତ ଚାପ ରହିଥିଲା। ଫାଇନାଲ ମ୍ୟାଚ୍ଟି ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇଥିବା ବେଳେ ଆମେ ଫାଇନାଲିଷ୍ଟ ହେବାକୁ ଯୋଗ୍ୟ ବୋଲି ପ୍ରମାଣିତ କରୁଛି।
The post ଟି୨୦ ବିଶ୍ୱକପ ପରାଜୟକୁ ନେଇ ଦୁଃଖିତ : ଏଡେନ୍ ମାରକ୍ରମ appeared first on Dharitri Odia News.