ଭାଜପା ଟିକେଟ ପାଇଁ ୩ ମାନଦଣ୍ଡ: ପୂରଣ କଲେ ଲୋକସଭାରେ ନିର୍ବାଚନରେ କରିବେ ପ୍ରତିଦ୍ୱନ୍ଦ୍ୱିତା…

ନୂଆଦିଲ୍ଲୀ,୧୧।୧ : ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦେଶରେ ପ୍ରସ୍ତୁତି ଚାଲିଛି। ଲଗାତାର ତୃତୀୟ ଥର ପାଇଁ ହ୍ୟାଟ୍ରିକ ସ୍କୋର କରିବାର ଆଶାରେ ଭାଜପା ମଧ୍ୟ ପ୍ରସ୍ତୁତ ହେଉଛି। ରାଜନୈତିକ ସୂତ୍ର ଅନୁଯାୟୀ ଭାଜପା ଏହାର ପ୍ରାର୍ଥୀଙ୍କ ତାଲିକା ଚୂଡାନ୍ତ କରିଛି। ପ୍ରଥମ ତାଲିକା ଏହି ମାସ ଶେଷ ସୁଦ୍ଧା ପ୍ରକାଶ ପାଇପାରେ। ୨୨ଜାନୁଆରୀରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ, ଜାନୁଆରୀ ୩୧ ପର୍ଯ୍ୟନ୍ତ ଯେକୌଣସି ସମୟରେ କେନ୍ଦ୍ରୀୟ ନିର୍ବାଚନ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇପାରେ, […] The post ଭାଜପା ଟିକେଟ ପାଇଁ ୩ ମାନଦଣ୍ଡ: ପୂରଣ କଲେ ଲୋକସଭାରେ ନିର୍ବାଚନରେ କରିବେ ପ୍ରତିଦ୍ୱନ୍ଦ୍ୱିତା… appeared first on Dharitri Odia News.

ଭାଜପା ଟିକେଟ ପାଇଁ ୩ ମାନଦଣ୍ଡ: ପୂରଣ କଲେ ଲୋକସଭାରେ ନିର୍ବାଚନରେ କରିବେ ପ୍ରତିଦ୍ୱନ୍ଦ୍ୱିତା…

ନୂଆଦିଲ୍ଲୀ,୧୧।୧ : ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦେଶରେ ପ୍ରସ୍ତୁତି ଚାଲିଛି। ଲଗାତାର ତୃତୀୟ ଥର ପାଇଁ ହ୍ୟାଟ୍ରିକ ସ୍କୋର କରିବାର ଆଶାରେ ଭାଜପା ମଧ୍ୟ ପ୍ରସ୍ତୁତ ହେଉଛି। ରାଜନୈତିକ ସୂତ୍ର ଅନୁଯାୟୀ ଭାଜପା ଏହାର ପ୍ରାର୍ଥୀଙ୍କ ତାଲିକା ଚୂଡାନ୍ତ କରିଛି। ପ୍ରଥମ ତାଲିକା ଏହି ମାସ ଶେଷ ସୁଦ୍ଧା ପ୍ରକାଶ ପାଇପାରେ। ୨୨ଜାନୁଆରୀରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ, ଜାନୁଆରୀ ୩୧ ପର୍ଯ୍ୟନ୍ତ ଯେକୌଣସି ସମୟରେ କେନ୍ଦ୍ରୀୟ ନିର୍ବାଚନ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇପାରେ, ଯେଉଁଥିରେ ତାଲିକା ପ୍ରକାଶ ପାଇବ। ପ୍ରଥମ ତାଲିକାରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୧୬୪ ଜଣ ପ୍ରାର୍ଥୀଙ୍କ ନାମ ରହିପାରେ ବୋଲି କୁହାଯାଉଛି।

ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ମୋଦି ଏଥର ବାରାଣାସୀରୁ ନିର୍ବାଚନ ଲଢ଼ିବେ। ଏହି ରଣନୀତି ହେଉଛି ଉତ୍ତରପ୍ରଦେଶ ଏବଂ ବିହାରକୁ ଏକାଠି ପରିଚାଳନା କରାଯାଇପାରିବ। ଉଭୟ ରାଜ୍ୟରେ ୧୨୦ ଟି ଆସନ ଏବଂ ଲୋକସଭାରେ ୫୪୫ ଟି ଆସନ ମଧ୍ୟରୁ ଏକ ଚତୁର୍ଥାଂଶ ରହିଛି। ଏଥର ମଧ୍ୟ ପଞ୍ଜାବ, ବିହାର, ରାଜସ୍ଥାନ, ମହାରାଷ୍ଟ୍ର ଏବଂ ତାମିଲନାଡୁର ସମସ୍ତ ଆସନରେ ନିର୍ବାଚନ ଲଢ଼ିବାକୁ ଭାଜପା ପ୍ରସ୍ତୁତ ହେଉଛି।

ଭାଜପା ଟିକେଟ ପାଇଁ ୩ ମାନଦଣ୍ଡ ପ୍ରସ୍ତୁତ କରାଯାଇଛି। ଏହା ପୂରଣ କଲେ ଲୋକସଭାରେ ନିର୍ବାଚନରେ କରିବେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନୁମତି ଦିଆଯିବ। ସୂଚନାନୁସାରେ, ଏଥର ଭାଜପା ୭୦ ବର୍ଷରୁ ଅଧିକ ପ୍ରାର୍ଥୀଙ୍କ ଟିକେଟ ପ୍ରତ୍ୟାଖ୍ୟାନ କରିପାରେ। ପ୍ରଧାନମନ୍ତ୍ରୀ ମୋଦି ଏହା ମଧ୍ୟ ସୂଚାଇ ଦେଇଛନ୍ତି ଯେ ଏଥର ଦଳର ଧ୍ୟାନ ଯୁବକ ଓ ମହିଳାଙ୍କ ଉପରେ ରହିବ। ସମ୍ପ୍ରତି ରାଜନାଥ ସିଂ, ଭି.କେ ସିଂଙ୍କ ପରି କେନ୍ଦ୍ର ମନ୍ତ୍ରୀଙ୍କ ସମେତ ମୋଟ ୫୬ ଜଣ ଭାଜପା ଲୋକସଭା ଏମପିଙ୍କ ବୟସ ୭୦ କିମ୍ବା ୭୦ ବର୍ଷରୁ ଅଧିକ। ରାଓ ଇନ୍ଦରଜିତ ସିଂ, ଶ୍ରୀପଦ ନାୟକ, ଅର୍ଜୁନ ରାମ ମେଘୱାଲ, ଗିରିରାଜ ସିଂ ଏବଂ ବରିଷ୍ଠ ନେତା ରାଜେନ୍ଦ୍ର ଅଗ୍ରୱାଲ, ରବି ଶଙ୍କର ପ୍ରସାଦ, ଏସ ଅହଲୁୱାଲିଆଙ୍କ ଟିକେଟ ମଧ୍ୟ କଟାଯାଇପାରେ। ତିନି ଥରରୁ ଅଧିକ ଏମପି ହୋଇଥିବା ନେତାଙ୍କ ଟିକେଟ ମଧ୍ୟ କଟାଯାଇପାରେ, କିନ୍ତୁ କିଛି ଏମପିଙ୍କୁ ଏହି ନିୟମରେ ଆଶ୍ୱସ୍ତି ଦିଆଯାଇପାରେ।

ଏଥର ଭାଜପାର ଧ୍ୟାନ ସେହି ଆସନଗୁଡିକ ଉପରେ ରହିବ ଯେଉଁଥିରେ ଗତ ନିର୍ବାଚନରେ ଦଳ ହାରିଥିଲା ଏବଂ ଯେଉଁ ପରାଜୟର ବ୍ୟବଧାନ କମ ଥିଲା। ୩୧ ଟି ଆସନରେ ଭାଜପା ଦୁର୍ବଳ। ୧୬୪ ଟି ଆସନର ଦାୟିତ୍ୱ କେନ୍ଦ୍ର ମନ୍ତ୍ରୀ ତଥା ଭେଟେରାନ ମାନଙ୍କୁ ଦିଆଯାଇଛି।

 

 

The post ଭାଜପା ଟିକେଟ ପାଇଁ ୩ ମାନଦଣ୍ଡ: ପୂରଣ କଲେ ଲୋକସଭାରେ ନିର୍ବାଚନରେ କରିବେ ପ୍ରତିଦ୍ୱନ୍ଦ୍ୱିତା… appeared first on Dharitri Odia News.