ଅବସର ନେଲେ ଏହି ଭେଟେରାନ ହକି ଖେଳାଳି
ନୂଆଦିଲ୍ଲୀ,୨୩ା୬: ଭାରତର ଭେଟେରାନ ହକି ଫରଓ୍ବାର୍ଡ ଲଳିତ ଉପାଧ୍ୟାୟ ଅନ୍ତର୍ଜାତୀୟ ହକିରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଅନ୍ତର୍ଜାତୀୟ ହକି ଖେଳି ଆସୁଥିବା ଲଳିତ ଟୋକିଓ ଓ ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ୨୦୧୪ ବିଶ୍ୱକପ୍ରେ ଲଳିତଙ୍କ ପ୍ରଥମ ପଦାର୍ପଣ ହୋଇଥିଲା। ଭାରତୀୟ ଦଳର ସେ ଜଣେ ଅନ୍ୟତମ ପ୍ରମୁଖ ଖେଳାଳି ପରିଗଣିତ ହେଉଥିଲେ। ତାଙ୍କ ଉପସ୍ଥିତିରେ ଭାରତ ୨୦୨୦ ଟୋକିଓ ଅଲିମ୍ପିକ୍ସ ଓ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ […] The post ଅବସର ନେଲେ ଏହି ଭେଟେରାନ ହକି ଖେଳାଳି appeared first on Dharitri Odia News.
ନୂଆଦିଲ୍ଲୀ,୨୩ା୬: ଭାରତର ଭେଟେରାନ ହକି ଫରଓ୍ବାର୍ଡ ଲଳିତ ଉପାଧ୍ୟାୟ ଅନ୍ତର୍ଜାତୀୟ ହକିରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଅନ୍ତର୍ଜାତୀୟ ହକି ଖେଳି ଆସୁଥିବା ଲଳିତ ଟୋକିଓ ଓ ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଛନ୍ତି।
୨୦୧୪ ବିଶ୍ୱକପ୍ରେ ଲଳିତଙ୍କ ପ୍ରଥମ ପଦାର୍ପଣ ହୋଇଥିଲା। ଭାରତୀୟ ଦଳର ସେ ଜଣେ ଅନ୍ୟତମ ପ୍ରମୁଖ ଖେଳାଳି ପରିଗଣିତ ହେଉଥିଲେ। ତାଙ୍କ ଉପସ୍ଥିତିରେ ଭାରତ ୨୦୨୦ ଟୋକିଓ ଅଲିମ୍ପିକ୍ସ ଓ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିଥିଲା। ଉତ୍ତର ପ୍ରଦେଶର ବାରଣାସୀ ଅନ୍ତର୍ଗତ ଏକ ଛୋଟିଆ ଗାଁରେ ଜନ୍ମ ଗ୍ରହଣ କରିଥିବା ସୀମିତ ସମ୍ବଳ ସହ ଅସୀମ ସ୍ବପ୍ନ ଦେଖିଥିଲେ ଏହି ହକି ଖେଳାଳି।
୩୧ ବର୍ଷୀୟ ଲଳିତ ୟୁରୋପିଆନ ଲେଗ୍ରେ ରବିବାର ଭାରତର ବେଲଜିୟମ ବିପକ୍ଷରେ ଅନ୍ତିମ ଏଫ୍ଆଇଏଚ୍ ପ୍ରୋ-ଲିଗ୍ ମ୍ୟାଚ ପରେ ଏକ ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ପୋଷ୍ଟ କରି ଅବସର ଘୋଷଣା କରିଛନ୍ତି।
ସେ ସିନିୟରସ୍ତରରେ ଭାରତ ପାଇଁ ୧୮୩ ମ୍ୟାଚ୍ ଖେଳି ୬୭ ଗୋଲ୍ ସ୍କୋର କରିଛନ୍ତି। ସେ ବର୍ଷ ବର୍ଷ ଧରି ଭାରତୀୟ ଫରଓ୍ବାର୍ଡ ଲାଇନ୍ରେ ଜଣେ ନିର୍ଭର ଯୋଗ୍ୟ ଖେଳାଳି ଥିଲେ। ଜୁନ୍ ୧୫ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ସେ ଶେଷ ଥର ପାଇଁ ଭାରତୀୟ ଜର୍ସି ପରିଧାନ କରିଥିଲେ। ଏହି ଅବସରରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି ଯେ, ଲଳିତ ତାଙ୍କ ପୀଢ଼ିର ଦକ୍ଷ ଓ ଉତ୍ସର୍ଗୀକୃତ ଫରଓ୍ବାର୍ଡମାନଙ୍କ ମଧ୍ୟରେ ଅନ୍ୟତମ।
The post ଅବସର ନେଲେ ଏହି ଭେଟେରାନ ହକି ଖେଳାଳି appeared first on Dharitri Odia News.