ଭାରତ ବିପକ୍ଷ ଟେଷ୍ଟ ସିରିଜ୍ର ଗୋଟିଏ ଦିନ ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ଼ ଝଟ୍କା
ନୂଆଦିଲ୍ଳୀ,୧୫।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଆସନ୍ତାକାଲି ଅର୍ଥାତ୍ ବୁଧବାର, ଅକ୍ଟୋବର ୧୬ରେ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ୍ର ଗୋଟିଏ ଦିନ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଦ୍ରୁତ ବୋଲର ବେନ ସିଆର୍ସଙ୍କ ରୂପରେ ଏକ ବଡ଼ ଝଟକା ଲାଗିଛି। ଭାରତ ବିପକ୍ଷ ଟେଷ୍ଟ ସିରିଜରୁ ଆଘାତ ସିଆର୍ସକୁ ବାଦ ଦେଇଥିଲା। ବେନ ସିଆର୍ସ ସମ୍ବନ୍ଧରେ ଜାରି କରାଯାଇଥିବା ଅପଡେଟ ରେ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ କହିଛି, ଶ୍ରୀଲଙ୍କାରେ ଚାଲିଥିବା ଟେଷ୍ଟ ସିରିଜ ସମୟରେ […] The post ଭାରତ ବିପକ୍ଷ ଟେଷ୍ଟ ସିରିଜ୍ର ଗୋଟିଏ ଦିନ ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ଼ ଝଟ୍କା appeared first on Dharitri Odia News.
ନୂଆଦିଲ୍ଳୀ,୧୫।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଆସନ୍ତାକାଲି ଅର୍ଥାତ୍ ବୁଧବାର, ଅକ୍ଟୋବର ୧୬ରେ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ୍ର ଗୋଟିଏ ଦିନ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଦ୍ରୁତ ବୋଲର ବେନ ସିଆର୍ସଙ୍କ ରୂପରେ ଏକ ବଡ଼ ଝଟକା ଲାଗିଛି। ଭାରତ ବିପକ୍ଷ ଟେଷ୍ଟ ସିରିଜରୁ ଆଘାତ ସିଆର୍ସକୁ ବାଦ ଦେଇଥିଲା।
ବେନ ସିଆର୍ସ ସମ୍ବନ୍ଧରେ ଜାରି କରାଯାଇଥିବା ଅପଡେଟ ରେ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ କହିଛି, ଶ୍ରୀଲଙ୍କାରେ ଚାଲିଥିବା ଟେଷ୍ଟ ସିରିଜ ସମୟରେ ସିଆର୍ସ ଅଭ୍ୟାସ ସମୟରେ ତାଙ୍କ ବାମ ଆଣ୍ଠୁରେ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ତାଙ୍କୁ ଗତ ସପ୍ତାହରେ ନ୍ୟୁଜିଲାଣ୍ଡରେ ସ୍କାନ କରାଯାଇଥିଲା।
ଏହା ପରେ କୁହାଯାଇଥିଲା ଯେ ସ୍କାନ ଯୋଗୁ ତାଙ୍କର ଭାରତ ଯିବାରେ ବିଳମ୍ବ ହୋଇଥିଲା। ସ୍କାନରେ ଆଘାତ ଚିହ୍ନଟ ହେବା ପରେ ଆଶା କରାଯାଉଥିଲା ଯେ, ସୁସ୍ଥ ହୋଇଯିବେ। କିନ୍ତୁ ଏହା ଘଟିଲା ନାହିଁ ଏବଂ ଡାକ୍ତରୀ ପରାମର୍ଶ ପରେ ତାଙ୍କୁ ସିରିଜରୁ ଓହରି ଯିବାକୁ ପଡ଼ିଛି।
ବେନ ସିଆର୍ସ ଆହତ ହେବା ପରେ ଜ୍ୟାକବ୍ ଡଫିଙ୍କୁ ଦଳରେ ଅନ୍ତର୍ଭୁକ୍ତ କରାଯାଇଛି। ଡଫ ନ୍ୟୁଜିଲାଣ୍ଡ ପାଇଁ ଦିନିକିଆ ଏବଂ ଟି-୨୦ ଖେଳିଛନ୍ତି, କିନ୍ତୁ ସେ ଏପର୍ଯ୍ୟନ୍ତ ଟେଷ୍ଟ ଡେବ୍ୟୁ କରିନାହାଁନ୍ତି। ସେ ଭାରତ ଗସ୍ତରେ ଟେଷ୍ଟ ଡେବ୍ୟୁ କରିବାର ସୁଯୋଗ ପାଇପାରନ୍ତି।
The post ଭାରତ ବିପକ୍ଷ ଟେଷ୍ଟ ସିରିଜ୍ର ଗୋଟିଏ ଦିନ ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ଼ ଝଟ୍କା appeared first on Dharitri Odia News.