ସଂସଦରେ ରାଗିଲେ ଖାର୍ଗେ, କହିଲେ ଯେତେବେଳେ ବି କେହି ଠିଆ ହୋଇ ନିଜ ମତ ରଖିବାକୁ ଚାହୁଁଛନ୍ତି….
ନୂଆଦିଲ୍ଲୀ,୨।୮: ଶୁକ୍ରବାର ସକାଳ ୧୧ଟାରେ ସଂସଦରେ କାର୍ଯ୍ୟ ଆରମ୍ଭ ହୋଇଛି। ଲୋକ ସଭା ଓ ରାଜ୍ୟ ସଭାର ପ୍ରକ୍ରିୟା ପୁଣି ଆରମ୍ଭ ହେଲା। ଏହାପୂର୍ବରୁ ଗୁରୁବାର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳ ଅନୁଦାନ ସମ୍ପର୍କରେ ନିଜର ମତ ରଖିଥିଲେ। ବିରୋଧୀଦଳ ନେତାଙ୍କ ମଧ୍ୟରେ ଭୟ ବିସ୍ତାର କରୁଥିବା ସେ ଅଭିଯୋଗ କରିଛନ୍ତି। ଆଜି ଗମ୍ଭୀର ପ୍ରସଙ୍ଗ ଗୃହରେ ଆଲୋଚନା ହେବ। ସୂଚନାଯୋଗ୍ୟ,ସଂସଦର ମୌସୁମୀ ଅଧିବେଶନ ୨୨ଜୁଲାଇରୁ ଆରମ୍ଭ ହୋଇଥିଲା। ୨୩ଜୁଲାଇରେ ଗୃହରେ କେନ୍ଦ୍ର ବଜେଟ ଉପସ୍ଥାପନ […] The post ସଂସଦରେ ରାଗିଲେ ଖାର୍ଗେ, କହିଲେ ଯେତେବେଳେ ବି କେହି ଠିଆ ହୋଇ ନିଜ ମତ ରଖିବାକୁ ଚାହୁଁଛନ୍ତି…. appeared first on Dharitri Odia News.
ନୂଆଦିଲ୍ଲୀ,୨।୮: ଶୁକ୍ରବାର ସକାଳ ୧୧ଟାରେ ସଂସଦରେ କାର୍ଯ୍ୟ ଆରମ୍ଭ ହୋଇଛି। ଲୋକ ସଭା ଓ ରାଜ୍ୟ ସଭାର ପ୍ରକ୍ରିୟା ପୁଣି ଆରମ୍ଭ ହେଲା। ଏହାପୂର୍ବରୁ ଗୁରୁବାର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳ ଅନୁଦାନ ସମ୍ପର୍କରେ ନିଜର ମତ ରଖିଥିଲେ। ବିରୋଧୀଦଳ ନେତାଙ୍କ ମଧ୍ୟରେ ଭୟ ବିସ୍ତାର କରୁଥିବା ସେ ଅଭିଯୋଗ କରିଛନ୍ତି। ଆଜି ଗମ୍ଭୀର ପ୍ରସଙ୍ଗ ଗୃହରେ ଆଲୋଚନା ହେବ। ସୂଚନାଯୋଗ୍ୟ,ସଂସଦର ମୌସୁମୀ ଅଧିବେଶନ ୨୨ଜୁଲାଇରୁ ଆରମ୍ଭ ହୋଇଥିଲା। ୨୩ଜୁଲାଇରେ ଗୃହରେ କେନ୍ଦ୍ର ବଜେଟ ଉପସ୍ଥାପନ କରାଯାଇଥିଲା। ଅଗଷ୍ଟ ୧୨ ପର୍ଯ୍ୟନ୍ତ ଉଭୟ ଗୃହରେ ୧୯ଟି ବୈଠକ ହେବାର ସମ୍ଭାବନା ଅଛି।
ଶୁକ୍ରବାର ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି ଯେ ଯେତେବେଳେ ବି ଜଣେ ସଦସ୍ୟ ଠିଆ ହୋଇ ନିଜର ମତ ପ୍ରକାଶ କରନ୍ତି, ସଦସ୍ୟମାନେ ବାଧା ଦିଅନ୍ତି। ଏହାକୁ ବହିଷ୍କାର କରାଯିବା ଉଚିତ୍।
ଏହା ଉପରେ ଗୃହରେ ଉପସ୍ଥିତ ଥିବା ଉପ ବାଚସ୍ପତି ହରିଭାନ କହିଛନ୍ତି ଯେ ବିରୋଧୀ ଦଳର ନେତାଙ୍କ ବିବୃତ୍ତି ସମ୍ପୂର୍ଣ୍ଣ ଠିକ। ପ୍ରତ୍ୟେକ ସଦସ୍ୟ ଏହାକୁ ଧ୍ୟାନରେ ରଖିବା ଉଚିତ। କେହି କାହା କଥାରେ ବାଧା ଦେବା ଉଚିତ୍ ନୁହେଁ।
The post ସଂସଦରେ ରାଗିଲେ ଖାର୍ଗେ, କହିଲେ ଯେତେବେଳେ ବି କେହି ଠିଆ ହୋଇ ନିଜ ମତ ରଖିବାକୁ ଚାହୁଁଛନ୍ତି…. appeared first on Dharitri Odia News.