ଖୁଣ୍ଟରେ ପିଟିହେଲା କାର୍‌: ଚାଲିଗଲା ଦମ୍ପତିଙ୍କ ଜୀବନ

ବାଣପୁର,୧୪।୩ (ଦିଲୀପ କୁମାର ସ୍ବାଇଁ): ଦୋଳ ପୂର୍ଣ୍ଣିମା ଅବସରରେ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଥିବା ବେଳେ ଖୋର୍ଦ୍ଧା ଜିଲା ନୂଆଗଡ଼ରୁ ଆସିଛି ଏକ ଦୁଃଖଦ ଘଟଣା। ୧୬ ନମ୍ବର ଜାତୀୟ ନୂଆଗଡ଼ ଓଭରବ୍ରିଜ ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଉଭୟ ସ୍ତ୍ରୀ-ସ୍ବାମୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଆସ୍କା ବାବନପୁର ଅଞ୍ଚଳର ଶିବରାମ ପାଢ଼ୀ(୬୨) ଏବଂ ତାଙ୍କର ସ୍ତ୍ରୀ ସୁଦେଷ୍ଟା ପାତ୍ର(୫୨) ମିଳିଥିବା ସୂଚନା ମୁତାବକ, ସ୍ତ୍ରୀ-ସ୍ବାମୀ ଏକ୍‌ କାର୍‌ରେ […] The post ଖୁଣ୍ଟରେ ପିଟିହେଲା କାର୍‌: ଚାଲିଗଲା ଦମ୍ପତିଙ୍କ ଜୀବନ appeared first on Dharitri Odia News.

ଖୁଣ୍ଟରେ ପିଟିହେଲା କାର୍‌: ଚାଲିଗଲା ଦମ୍ପତିଙ୍କ ଜୀବନ

ବାଣପୁର,୧୪।୩ (ଦିଲୀପ କୁମାର ସ୍ବାଇଁ): ଦୋଳ ପୂର୍ଣ୍ଣିମା ଅବସରରେ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଥିବା ବେଳେ ଖୋର୍ଦ୍ଧା ଜିଲା ନୂଆଗଡ଼ରୁ ଆସିଛି ଏକ ଦୁଃଖଦ ଘଟଣା। ୧୬ ନମ୍ବର ଜାତୀୟ ନୂଆଗଡ଼ ଓଭରବ୍ରିଜ ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଉଭୟ ସ୍ତ୍ରୀ-ସ୍ବାମୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଆସ୍କା ବାବନପୁର ଅଞ୍ଚଳର ଶିବରାମ ପାଢ଼ୀ(୬୨) ଏବଂ ତାଙ୍କର ସ୍ତ୍ରୀ ସୁଦେଷ୍ଟା ପାତ୍ର(୫୨)

ମିଳିଥିବା ସୂଚନା ମୁତାବକ, ସ୍ତ୍ରୀ-ସ୍ବାମୀ ଏକ୍‌ କାର୍‌ରେ ଭୁବନେଶ୍ୱରରୁ ବ୍ରହ୍ମପୁର ଯାଉଥିଲେ। ହେଲେ ନୂଆଗଡ଼ ଓଭରବ୍ରିଜ ନିକଟରେ କାର୍‌ଟି ଭାରସାମ୍ୟ ହରାଇ ଏକ ସିମେଣ୍ଟ ଖୁଣ୍ଟରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ସ୍ବାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ହସ୍ପିଟାଲରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇ ପଠାଇଛି। ଏନେଇ ପୋଲିସ ଏକ ଦୁର୍ଘଟଣା ମମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

The post ଖୁଣ୍ଟରେ ପିଟିହେଲା କାର୍‌: ଚାଲିଗଲା ଦମ୍ପତିଙ୍କ ଜୀବନ appeared first on Dharitri Odia News.