ଜିମ୍ବାଓ୍ବେକୁ ୧୦୦ ରନରେ ହରାଇ ପ୍ରତିଶୋଧ ନେଲା ଭାରତ

ହରାରେ: ହରାରେ ସ୍ପୋର୍ଟସ କ୍ଲବଠାର ରବିବାର ଖେଳାଯାଉଥିବା ଜିମ୍ବାଓ୍ବେ ବିପକ୍ଷ ଟି-୨୦ ସିରିଜରେ ଦମଦାର କମବ୍ୟାକ୍ କରିଛି ଟିମ୍ ଇଣ୍ଡିଆ। ସିରିଜର ପ୍ରଥମ ମ୍ୟାଚରେ ଶୋଚନୀୟ ପରାଜୟ ଭୋଗିଥିବା ଭାରତୀୟ ଟିମ୍ ଆଜି ୧୦୦ ରନ୍‌ରେ ପରାସ୍ତ କରି ପ୍ରତିଶୋଧ ନେଇଛି। ଜିମ୍ବାଓ୍ବେ ଆଗରେ ୨୩୫ ରନ୍‌ର ବିଜୟ ଲକ୍ଷ୍ୟ ଥିବା ବେଳେ ଦଳ ୧୮.୪ ଓଭରରେ ୧୩୪ ରନ୍‌ କରି ଅଲ୍‌ଆଉଟ ହୋଇଯାଇଥିଲା। ଭାରତ ପକ୍ଷରୁ ମୁକେଶ କୁମାର ଏବଂ ଆଭେସ ଖାଁ ୩ଟି ଲେଖାଏ […]

ଜିମ୍ବାଓ୍ବେକୁ ୧୦୦ ରନରେ ହରାଇ ପ୍ରତିଶୋଧ ନେଲା ଭାରତ
India took revenge by losing to Zimbabwe by 100 runs

ହରାରେ: ହରାରେ ସ୍ପୋର୍ଟସ କ୍ଲବଠାର ରବିବାର ଖେଳାଯାଉଥିବା ଜିମ୍ବାଓ୍ବେ ବିପକ୍ଷ ଟି-୨୦ ସିରିଜରେ ଦମଦାର କମବ୍ୟାକ୍ କରିଛି ଟିମ୍ ଇଣ୍ଡିଆ। ସିରିଜର ପ୍ରଥମ ମ୍ୟାଚରେ ଶୋଚନୀୟ ପରାଜୟ ଭୋଗିଥିବା ଭାରତୀୟ ଟିମ୍ ଆଜି ୧୦୦ ରନ୍‌ରେ ପରାସ୍ତ କରି ପ୍ରତିଶୋଧ ନେଇଛି। ଜିମ୍ବାଓ୍ବେ ଆଗରେ ୨୩୫ ରନ୍‌ର ବିଜୟ ଲକ୍ଷ୍ୟ ଥିବା ବେଳେ ଦଳ ୧୮.୪ ଓଭରରେ ୧୩୪ ରନ୍‌ କରି ଅଲ୍‌ଆଉଟ ହୋଇଯାଇଥିଲା।

ଭାରତ ପକ୍ଷରୁ ମୁକେଶ କୁମାର ଏବଂ ଆଭେସ ଖାଁ ୩ଟି ଲେଖାଏ ଉଇକେଟ ନେଇଥିବା ବେଳେ ରବି ବିଷ୍ଣୋଇ ୨ଟି ଉଇକେଟ ନେବାରେ ସକ୍ଷମ ହୋଇଥିଲେ। ରିଙ୍କୁ ସିଂ ମାତ୍ର ୨୨ ବଲରୁ ୪୮ ରନ କରିଥିଲେ । ରିଙ୍କୁ ୫ଟି ଛକା ଓ ୨ଟି ଚୌକା ମାରିଥିଲେ । ଭାରତ ୨୦ ଓଭରରେ ୨ଟି ଓ୍ବିକେଟ ହରାଇ ୨୩୪ ରନ କରିଥିଲା । ଜିମ୍ବାଓ୍ବେ ପକ୍ଷରୁ ଓ୍ବେଲିଂଟନ ମସକାଦଜା ଓ ବ୍ଲେସିଂ ମୁଜାରାବାନି ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।