ନଦୀକୂଳରେ ବଉଳାକୁମ୍ଭୀର ବସା

ମହାକାଳପଡ଼ା,୨୩ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ନଦୀ ନାଳଘେରା ଅଞ୍ଚଳରେ ବହୁସଂଖ୍ୟାରେ କୁମ୍ଭୀର ଘୂରି ବୁଲୁଛନ୍ତି। ଅନେକ ସମୟରେ ଲୋକେ ନଦୀ ନାଳରେ ପ୍ରବେଶ କରିବା ଯୋଗୁ କୁମ୍ଭୀର ଆକ୍ରମଣରେ ଶିକାର ହୋଇ ଜୀବନ ଯାଉଛି। ସେହିପରି ମହାନଦୀ, ଚିତ୍ରୋତ୍ପଳା, ପାଇକା, ଲୁଣା, ହଂସୁଆ, ବ୍ରାହ୍ମଣୀ, ଗୋବରୀ, ଖରସ୍ରୋତା ଆଦି ନଦୀ ନାଳରେ ମାଳମାଳ କୁମ୍ଭୀର ଘୂରି ବୁଲୁଛନ୍ତି। ବିଶେଷକରି ଜୁନ, ଜୁଲାଇରେ ବଉଳା କୁମ୍ଭୀର ପ୍ରଜନନ ଋତୁରେ ନଦୀକୂଳରେ ବସା ବାନ୍ଧିବା ଆରମ୍ଭ କରନ୍ତି। […] The post ନଦୀକୂଳରେ ବଉଳାକୁମ୍ଭୀର ବସା appeared first on Dharitri Odia News.

ନଦୀକୂଳରେ ବଉଳାକୁମ୍ଭୀର ବସା

ମହାକାଳପଡ଼ା,୨୩ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ନଦୀ ନାଳଘେରା ଅଞ୍ଚଳରେ ବହୁସଂଖ୍ୟାରେ କୁମ୍ଭୀର ଘୂରି ବୁଲୁଛନ୍ତି। ଅନେକ ସମୟରେ ଲୋକେ ନଦୀ ନାଳରେ ପ୍ରବେଶ କରିବା ଯୋଗୁ କୁମ୍ଭୀର ଆକ୍ରମଣରେ ଶିକାର ହୋଇ ଜୀବନ ଯାଉଛି। ସେହିପରି ମହାନଦୀ, ଚିତ୍ରୋତ୍ପଳା, ପାଇକା, ଲୁଣା, ହଂସୁଆ, ବ୍ରାହ୍ମଣୀ, ଗୋବରୀ, ଖରସ୍ରୋତା ଆଦି ନଦୀ ନାଳରେ ମାଳମାଳ କୁମ୍ଭୀର ଘୂରି ବୁଲୁଛନ୍ତି। ବିଶେଷକରି ଜୁନ, ଜୁଲାଇରେ ବଉଳା କୁମ୍ଭୀର ପ୍ରଜନନ ଋତୁରେ ନଦୀକୂଳରେ ବସା ବାନ୍ଧିବା ଆରମ୍ଭ କରନ୍ତି। ଏହି ସମୟରେ କୁମ୍ଭୀର ଅଧିକ ହିଂସ୍ର ହୋଇ ଆକ୍ରମଣ କରିଥାନ୍ତି। ନଦୀ କୂଳ ଘଞ୍ଚ ବୁଦାମୂଳେ ପାଣି ନିଗିଡ଼ା ଉଚ୍ଚ ଜାଗାରେ ଏମାନେ ବସା ବାନ୍ଧି ଅଣ୍ଡାଦାନ କରନ୍ତି। ଏମାନେ କାଠିକୁଟା, ଖରି ପତ୍ର, ଡାଳ, ନାଳିଆ ଘାସକୁ ସଂଗ୍ରହ କରି ସୁରକ୍ଷିତ ଭାବେ ବସା ବାନ୍ଧିଥାନ୍ତି। ଏହି ସମୟରେ ପୁରୁଷ କୁମ୍ଭୀର ମାଛ କଙ୍କଡ଼ା ସଂଗ୍ରହ ପାଇଁ ବାହାରକୁ ଯାଇଥିବାବେଳେ ବସାରେ ମାଈ କୁମ୍ଭୀର ୫୦ରୁ ୬୦ ଅଣ୍ଡା ଦାନ କରି ମାସେ ରୁ ଦେଢ଼ ମାସ ପର୍ଯ୍ୟନ୍ତ ଉଷୁମରେ ବସନ୍ତି। ପୁରୁଷ କୁମ୍ଭୀର ନିକଟରେ ଶତ୍ରୁକୁ ଦେଖିଲେ ଆକ୍ରମଣ କରିଥାଏ। ଅଣ୍ଡା ଫୁଟିବା ପରେ ଶାବକମାନଙ୍କୁ ଧରି ଉଭୟ କୁମ୍ଭୀର ନଦୀ, ନାଳ, ସମୁଦ୍ର ଜୁଆର ଢେଉକୁ କାଟି ଲହଡ଼ି ରେ ପହଁରା ଶିଖାନ୍ତି। ଏହା ସପ୍ତାହେ ପର୍ଯ୍ୟନ୍ତ ନଦୀ ଢେଉରେ ଖେଳାଇବା ପରେ ଶାବକ କୁମ୍ଭୀରମାନେ କୁମ୍ଭୀରକୁ ଛାଡ଼ି ନିଜେ ନିଜେ ଜୁଆର ଢେଉକୁ କାଟିଥାନ୍ତି। ବତିଘର କଂସାର ଡିଆ, ହେଟାମୁଣ୍ଡିଆ, ଭିତର ଖରିନାସୀ, କାଉଡିଆ ସଂରକ୍ଷିତ ଜଙ୍ଗଲ, ଜମ୍ବୁ ଝାଉଁବଣ ନାଳ, କଣ୍ଟିଲୋ ସଂରକ୍ଷିତ ଜଙ୍ଗଲ, ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ତଣ୍ଡା ନଦୀ ନାଳ, ଗୋବରୀ ନଦୀ କୂଳ, ଏକଲପୁର, ରଡ଼ିଆ ଓରୁଅ ପାଳ, ଓରତଘାଟ ନଦୀ ପଠା ପ୍ରମୁଖ ସ୍ଥାନଗୁଡ଼ିକରେ କୁମ୍ଭୀର ଅଣ୍ଡାଦାନ ପାଇଁ ବସା ବାନ୍ଧିବା ଦେଖିବାକୁ ମିଳେ ବୋଲି କୁହାଯାଇଛି। ଏହି ସମୟରେ ନଦୀ ନାଳରେ ଜନସାଧାରଣ ପ୍ରବେଶ ଉପରେ ବନ ବିଭାଗ ପକ୍ଷରୁ କଟକଣା ଜାରି କରାଯାଇଛି। ହେଲେ ନଦୀ କୂଳିଆ ଅଞ୍ଚଳର ଲୋକମାନେ ନଦୀରେ ପ୍ରବେଶ କଲେ କୁମ୍ଭୀର ଆକ୍ରମଣରେ ଶିକାର ହେଉଥିବା ନଜିର ରହିଛ। ସେହିପରି ରାମନଗର, ଖରିନାସୀ, ବତିଘର, ଜମ୍ବୁ, ସୁନିତି, ବଉଳକଣି, ପେଟଛେଲା, ଶାସନ ପେଟା, ରଟପଙ୍କ ଆଦି ଅଞ୍ଚଳରେ ଲୋକମାନଙ୍କୁ ଆକ୍ରମଣ କରିବା ନଜିର ରହିଛି। ଅପରପକ୍ଷରେ ବନ ବିଭାଗ ପକ୍ଷରୁ ନଦୀକୂଳ ଘାଟରେ ଗାଧୁଆ ତୁଠ ନିର୍ମାଣ କାର୍ଯ୍ୟ ହୋଇଥିଲେ ମଧ୍ୟ ଅନେକ ସ୍ଥାନରେ କୁମ୍ଭୀର ସୁରକ୍ଷା ବାଡା ଭାଙ୍ଗିରୁଜି ଗଲାଣି। ନଦୀ କୂଳରେ ଗାଧୁଆ ତୁଠରେ ଲୋକମାନେ ବିପଦପୂର୍ଣ୍ଣ ଭାବେ ଗାଧୋଉଥିବା ଦେଖିବାକୁ ମିଳୁଛି। ଏ ସଂକ୍ରାନ୍ତରେ ମହାକାଳପଡ଼ା ବନାଞ୍ଚଳ ଅଧିକାରୀ ଶାନ୍ତନୁ କୁମାର ଦଳାଇଙ୍କୁ ପଚାରିବାରେ ବନ ବିଭାଗ ପକ୍ଷରୁ ନଦୀ କୂଳରେ ବସବାସ କରୁଥିବା ଲୋକ ବିଶେଷ କରି ବର୍ଷାଦିନରେ ନଦୀରେ ପ୍ରବେଶ ନ କରିବାକୁ ସଚେତନ ରହିବାକୁ କୁହାଯାଇଛି।

The post ନଦୀକୂଳରେ ବଉଳାକୁମ୍ଭୀର ବସା appeared first on Dharitri Odia News.