ଦିବ୍ୟାଙ୍ଗଙ୍କୁ ଜୀବନଜୀବିକାରେ ସ୍ବାବଲମ୍ବୀ ପାଇଁ ପ୍ରୟାସ: ସୋଲାର ଚାଳିତ ଯନ୍ତ୍ରପାତିରେ ସ୍ବାବଲମ୍ବୀ
ଦାରିଙ୍ଗବାଡି,୪।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ରହିଥିବା ଦିବ୍ୟାଙ୍ଗମାନଙ୍କୁ ଜୀବନଜୀବିକାରେ ସ୍ବାବଲମ୍ବୀ କରିବାକୁ ପ୍ରୟାସ ଆରମ୍ଭ କରାଯାଇଛି ବିଶେଷକରି ଦିବ୍ୟାଙ୍ଗମାନେ ଘରେ ବସି ରୋଜଗାର କରିବା ପାଇଁ କିମ୍ବା ଭ୍ରାମ୍ୟମାଣ ବ୍ୟବସାୟ କରିବାକୁ ଯୋଜନା କରାଯିବା ସହ ଏସମ୍ପର୍କରେ ଏକ କର୍ମଶାଳା ବିଶ୍ୱ ଦିବ୍ୟାଙ୍ଗ ଦିବସରେ କଲ୍ୟାଣ ମଣ୍ଡପ ଠାରେ ଆୟୋଜନ କରାଯାଇଛି। ବ୍ଲକ ଅଞ୍ଚଳରେ ଥିବା ପ୍ରାୟ ୧୭ ଶହ ଦିବ୍ୟାଙ୍ଗ ରହିଥିବା କୁହାଯାଉଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୫ ଶହ […] The post ଦିବ୍ୟାଙ୍ଗଙ୍କୁ ଜୀବନଜୀବିକାରେ ସ୍ବାବଲମ୍ବୀ ପାଇଁ ପ୍ରୟାସ: ସୋଲାର ଚାଳିତ ଯନ୍ତ୍ରପାତିରେ ସ୍ବାବଲମ୍ବୀ appeared first on Dharitri Odia News.
ଦାରିଙ୍ଗବାଡି,୪।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ରହିଥିବା ଦିବ୍ୟାଙ୍ଗମାନଙ୍କୁ ଜୀବନଜୀବିକାରେ ସ୍ବାବଲମ୍ବୀ କରିବାକୁ ପ୍ରୟାସ ଆରମ୍ଭ କରାଯାଇଛି ବିଶେଷକରି ଦିବ୍ୟାଙ୍ଗମାନେ ଘରେ ବସି ରୋଜଗାର କରିବା ପାଇଁ କିମ୍ବା ଭ୍ରାମ୍ୟମାଣ ବ୍ୟବସାୟ କରିବାକୁ ଯୋଜନା କରାଯିବା ସହ ଏସମ୍ପର୍କରେ ଏକ କର୍ମଶାଳା ବିଶ୍ୱ ଦିବ୍ୟାଙ୍ଗ ଦିବସରେ କଲ୍ୟାଣ ମଣ୍ଡପ ଠାରେ ଆୟୋଜନ କରାଯାଇଛି।
ବ୍ଲକ ଅଞ୍ଚଳରେ ଥିବା ପ୍ରାୟ ୧୭ ଶହ ଦିବ୍ୟାଙ୍ଗ ରହିଥିବା କୁହାଯାଉଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୫ ଶହ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଯୋଜନା କରାଯାଇଛି ସୋଲାର ଚାଳିତ ଜେରକ୍ସ ମେସିନ ସମେତ ଚୂନା ମିଲ, ଚାଉଳ, ଧାନ, ତେଲ ପେଡିବା ମିଲ, ପାମ୍ପଡ, ବଡି, ଦାନ୍ତକିଲି ମେଶନ ପ୍ରଦାନ କରାଯାଉଛି। ଏବେ ୧୦ ଜଣ ସ୍ବାବଲମ୍ବୀ ହୋଇସାରିଥିବା ସବୁଜ ବୈଦ୍ୟ ସଂଗଠନର ସମ୍ପାଦକ ଦିନବନ୍ଧୁ ମହାରଣା କହିଛନ୍ତି ଆହୁରି ପଚାଶ ଜଣ ଆବେଦନ କରିଥିବା ସେ କହିଛନ୍ତି। ଏହି କର୍ମଶାଳାରେ ଉପସ୍ଥିତ ଦିବ୍ୟାଙ୍ଗମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି ଯେ, ସେମାନେ ଭିନ୍ନକ୍ଷମ ନୁହଁନ୍ତି ସେମାନେ ଜଣେ ଜଣେ ସକ୍ଷମ ବ୍ୟକ୍ତି ସେମାନଙ୍କ ମଧ୍ୟରେ ସକ୍ଷମ ହେବାର ସମସ୍ତ ଦକ୍ଷତା ରହିଛି। ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳନ ଅବସରରେ ଏହି କର୍ମଶାଳାରେ ମଞ୍ଚାସୀନ ଅତିଥିମାନେ ଉପସ୍ଥିତ ଦିବ୍ୟାଙ୍ଗ ଓ ଅଭିଭାବକମାନଙ୍କୁ କୁହାଯାଇଥିଲା। ସବୁଜ ବୈଦ୍ୟ ସଂଗଠନର ସମ୍ପାଦକ ଦୀନବନ୍ଧୁ ମହାରଣାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ ବିଡ଼ିଓ ପ୍ରୀତିରଞ୍ଜନ ରଥ, ସମ୍ମାନୀତ ଅତିଥିଭାବେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କ୍ଷେତୀଶ ପ୍ରିୟଦର୍ଶୀ ସାହୁ,ଆଇଆଇସି ଅଶୋକ କୁମାର ହାଁସଦା, ଏସବିଆଇ ଫିଲଡ ଅଫିସର ସନ୍ତୋଷ ସାହୁ, ସେଲକୋ ଫାଉଣ୍ଡେସନ ଓଡିଶା ମୁଖ୍ୟ ଗୌତମ ପ୍ରଧାନ ପ୍ରମୁଖ ମଞ୍ଚାସୀନ ରହିଥିଲେ।
The post ଦିବ୍ୟାଙ୍ଗଙ୍କୁ ଜୀବନଜୀବିକାରେ ସ୍ବାବଲମ୍ବୀ ପାଇଁ ପ୍ରୟାସ: ସୋଲାର ଚାଳିତ ଯନ୍ତ୍ରପାତିରେ ସ୍ବାବଲମ୍ବୀ appeared first on Dharitri Odia News.