ଦେଖନ୍ତୁ ରତନ ଟାଟାଙ୍କ ଅନ୍ତିମ Video, କରୁଛି ଭାବବିହ୍ବଳ…

ନୂଆଦିଲ୍ଲୀ,୧୦।୧୦: ଭାରତୀୟ ବ୍ୟବସାୟ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଥିବା ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ପରଲୋକ ଘଟିଛି। ମୁମ୍ବାଇର ବ୍ରିଚ୍‌କାଣ୍ଡି ହସ୍ପିଟାଲ୍‌ରେ ସେ ବୁଧବାର ରାତି ୧୧ଟାରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ରାଜନୀତି, ଖେଳ, କଳାଜଗତ ସହ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି। ଭାରତ ଜଣେ ପ୍ରକୃତ ‘ରତ୍ନ’କୁ ହରାଇଛି ବୋଲି ଅନେକେ ମତ ରଖୁଛନ୍ତି। ଏସବୁ ମଧ୍ୟରେ ସୋସିଆଲ ମିଡିଆରେ ରତନଙ୍କ ଅନ୍ତିମ ଭିଡିଓ ଭାଇରାଲ ହେଉଛି। […] The post ଦେଖନ୍ତୁ ରତନ ଟାଟାଙ୍କ ଅନ୍ତିମ Video, କରୁଛି ଭାବବିହ୍ବଳ… appeared first on Dharitri Odia News.

ଦେଖନ୍ତୁ ରତନ ଟାଟାଙ୍କ ଅନ୍ତିମ Video, କରୁଛି ଭାବବିହ୍ବଳ…

ନୂଆଦିଲ୍ଲୀ,୧୦।୧୦: ଭାରତୀୟ ବ୍ୟବସାୟ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଥିବା ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ପରଲୋକ ଘଟିଛି। ମୁମ୍ବାଇର ବ୍ରିଚ୍‌କାଣ୍ଡି ହସ୍ପିଟାଲ୍‌ରେ ସେ ବୁଧବାର ରାତି ୧୧ଟାରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ରାଜନୀତି, ଖେଳ, କଳାଜଗତ ସହ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି। ଭାରତ ଜଣେ ପ୍ରକୃତ ‘ରତ୍ନ’କୁ ହରାଇଛି ବୋଲି ଅନେକେ ମତ ରଖୁଛନ୍ତି। ଏସବୁ ମଧ୍ୟରେ ସୋସିଆଲ ମିଡିଆରେ ରତନଙ୍କ ଅନ୍ତିମ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ସେ ସ୍ବଚ୍ଛ ଭାରତ ମିଶନର ୧୦ ବର୍ଷ ପୂର୍ତ୍ତି ହେବା ଉପଲକ୍ଷେ ପିଏମ୍‌ ମୋଦିଙ୍କୁ ଶୁଭେଚ୍ଛା ଜଣାଉଥିବା ଦେଖାଯାଇଛି।

ଅକ୍ଟୋବର ୨,୨୦୨୪ରେ ରତନ ଟାଟା ଭିଡିଓ ବାର୍ତ୍ତାରେ କହିଥିଲେ ଯେ-ମୁଁ ମାନନୀୟ ପ୍ରଧାନମନ୍ତ୍ରୀଙ୍କୁ ସ୍ବଚ୍ଛ ଭାରତ ମିଶନର ୧୦ ବର୍ଷ ପୂର୍ତ୍ତି ହେବା ଅବସରରେ ଶୁଭେଚ୍ଛା ଜଣାଉଛି। ଏହିଭଳି ଗ୍ରାମୀଣ ଭାରତରେ ଲକ୍ଷ ଲକ୍ଷ ଲୋକେ ଲାଭାନ୍ବିତ ହୋଇଛନ୍ତି। ଟାଟା ଟ୍ରଷ୍ଟକୁ ଏଭଳି କାର୍ଯ୍ୟକ୍ରମ ସହ ଯୋଡ଼ି ହେବା ତଥା ସହଭାଗିତା କରିବା ଉପରେ ଗର୍ବ କରୁଛି। ଏହା ଆଗାମୀ ବର୍ଷରେ ମହତ୍ୱପୂର୍ଣ୍ଣ କ୍ଷେତ୍ରରେ ନିରନ୍ତର ସମର୍ଥନର ଆଶା କରୁଛି। ’

ରତନ ଟାଟାଙ୍କ ଅନ୍ତିମ ଭିଡିଓଟି ମାତ୍ର ୪୨ ସେକେଣ୍ଡର। ଏଥିରେ ସେ ସ୍ବଚ୍ଛ ଭାରତ ମିଶନର ସକରାତ୍ମକ ପରିଣାମ ବିଷୟରେ ଉଲ୍ଲେଖ କରିଛନ୍ତି। ଭିଡିଓରେ ତାଙ୍କ ସ୍ବର ସହ ଶରୀର ଖରାପ ଥିବା ସ୍ପଷ୍ଟ ହେଉଛି। ଫଳରେ ନିଜର ହିରୋଙ୍କ ଏଭଳି ଅବସ୍ଥା ଦେଖି ଅନେକେ ଭାବୁକ ହେଉଛନ୍ତି।

The post ଦେଖନ୍ତୁ ରତନ ଟାଟାଙ୍କ ଅନ୍ତିମ Video, କରୁଛି ଭାବବିହ୍ବଳ… appeared first on Dharitri Odia News.