ସଂଯୋଗୀକରଣ ରାସ୍ତାରେ ନୂଆ ମାଟି, ବର୍ଷା ହେଲେ ଅବସ୍ଥା ବେହାଲ

ଦାରିଙ୍ଗବାଡ଼ି,୩୦ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରୁ ବାଲିଗୁଡ଼ା ଭାୟା ବୁଡ଼ାଗୁଡ଼ା ରାସ୍ତାର ଟପରିଙ୍ଗିଆଠାରେ ରାସ୍ତା କର୍ଦ୍ଦମାକ୍ତ ଯୋଗୁ ଯାତାୟାତ ସମସ୍ୟା ବୃଦ୍ଧି ପାଇଛି। ପ୍ରକାଶ ଯେ, ସିମନବାଡ଼ିଠାରୁ ବୁଡ଼ାଗୁଡ଼ା ଏବଂ ବୁଡ଼ାଗୁଡ଼ାଠାରୁ ବାଲିଗୁଡ଼ାକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାକୁ ୨ଟି ଠିକାସଂସ୍ଥା ମାଧ୍ୟମରେ ସମ୍ପ୍ରସାରଣ କାର୍ଯ୍ୟ କରାଯାଉଛି। ତେବେ ଏହି ରାସ୍ତାର ବୁଡ଼ାଗୁଡାର ଟପରିଙ୍ଗିଆଠାରେ ଏକ ନୂତନ ପୋଲ ନିର୍ମାଣ କାର୍ଯ୍ୟ କରାଯାଇଛି ଏବଂ ସଂଯୋଗୀକରଣ ରାସ୍ତା କରାଯାଇ ନୂଆ ମାଟି ଭର୍ତ୍ତି […] The post ସଂଯୋଗୀକରଣ ରାସ୍ତାରେ ନୂଆ ମାଟି, ବର୍ଷା ହେଲେ ଅବସ୍ଥା ବେହାଲ appeared first on Dharitri Odia News.

ସଂଯୋଗୀକରଣ ରାସ୍ତାରେ ନୂଆ ମାଟି, ବର୍ଷା ହେଲେ ଅବସ୍ଥା ବେହାଲ

ଦାରିଙ୍ଗବାଡ଼ି,୩୦ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରୁ ବାଲିଗୁଡ଼ା ଭାୟା ବୁଡ଼ାଗୁଡ଼ା ରାସ୍ତାର ଟପରିଙ୍ଗିଆଠାରେ ରାସ୍ତା କର୍ଦ୍ଦମାକ୍ତ ଯୋଗୁ ଯାତାୟାତ ସମସ୍ୟା ବୃଦ୍ଧି ପାଇଛି।

ପ୍ରକାଶ ଯେ, ସିମନବାଡ଼ିଠାରୁ ବୁଡ଼ାଗୁଡ଼ା ଏବଂ ବୁଡ଼ାଗୁଡ଼ାଠାରୁ ବାଲିଗୁଡ଼ାକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାକୁ ୨ଟି ଠିକାସଂସ୍ଥା ମାଧ୍ୟମରେ ସମ୍ପ୍ରସାରଣ କାର୍ଯ୍ୟ କରାଯାଉଛି। ତେବେ ଏହି ରାସ୍ତାର ବୁଡ଼ାଗୁଡାର ଟପରିଙ୍ଗିଆଠାରେ ଏକ ନୂତନ ପୋଲ ନିର୍ମାଣ କାର୍ଯ୍ୟ କରାଯାଇଛି ଏବଂ ସଂଯୋଗୀକରଣ ରାସ୍ତା କରାଯାଇ ନୂଆ ମାଟି ଭର୍ତ୍ତି କରାଯାଇଛି। ଫଳରେ ଏବେ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ଉକ୍ତ ପୋଲ ଉପରେ ଏବେ କର୍ଦ୍ଦମାକ୍ତ ହୋଇପଡ଼ିଛି। ଫଳରେ ବାଇକ୍‌ ଚାଳକମାନେ କାଦୁଅରେ ପଡ଼ି ଦୁର୍ଘଟଣାର ଶିକାର ହେଉଥିବା ଓ ଉକ୍ତ କାଦୁଅ ରାସ୍ତାରେ ଗାଡ଼ିମୋଟର ଚଳାଚଳ ସମସ୍ୟା ଦେଖାଯାଇଛି। ତୁରନ୍ତ ଗାଡ଼ିମୋଟର ଚଳାଚଳ ପାଇଁ ଉକ୍ତ କାଦୁଅ ମାଟିକୁ ବାହାର କରାଯାଇ ବାଲି ପକାଇ ରାସ୍ତାକୁ ଯାତାୟାତ କରିବା ଭଳି ସୁବିଧା ଯୋଗାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

The post ସଂଯୋଗୀକରଣ ରାସ୍ତାରେ ନୂଆ ମାଟି, ବର୍ଷା ହେଲେ ଅବସ୍ଥା ବେହାଲ appeared first on Dharitri Odia News.