ସନ୍ଦେଶଖାଲି ପୀଡିତାଙ୍କୁ ଦେଖି ଭାବପ୍ରବଣ ହେଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ, ଘୋର ପାପ ହୋଇଛି
କୋଲକତା,୬।୩: ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁହଁ ଖୋଲିଛନ୍ତି। ବୁଧବାର ସନ୍ଦେଶଖାଲି ମାଲାରରେ ଶିକାର ହୋଇଥିବା ପୀଡିତାଙ୍କୁ ଦେଖି ଭାବପ୍ରବଣ ହୋଇପଡି ମୋଦି କହିଥିଲେ, ଏକ ବଡ଼ ପାପ ହୋଇଛି। ତୃଣମୂଳ କଂଗ୍ରେସ (ଟିଏମସି) ସରକାର ଅଧୀନରେ ସେଠାରେ ଅତ୍ୟାଚାର ଘଟୁଛି। ପଶ୍ଚିମବଙ୍ଗ ଗସ୍ତ ସମୟରେ ବାରାସାତ (ସନ୍ଦେଶଖାଲି ନିକଟରେ)ରେ ଅନୁଷ୍ଠିତ ନାରୀ ଶକ୍ତି ବନ୍ଦନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସନ୍ଦେଶଖାଲିରେ ଏକ ବଡ଼ ପାପ ହୋଇଛି। ସେଠାରେ ଯାହା ଘଟିଲା ତାହା […] The post ସନ୍ଦେଶଖାଲି ପୀଡିତାଙ୍କୁ ଦେଖି ଭାବପ୍ରବଣ ହେଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ, ଘୋର ପାପ ହୋଇଛି appeared first on Dharitri Odia News.
କୋଲକତା,୬।୩: ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁହଁ ଖୋଲିଛନ୍ତି। ବୁଧବାର ସନ୍ଦେଶଖାଲି ମାଲାରରେ ଶିକାର ହୋଇଥିବା ପୀଡିତାଙ୍କୁ ଦେଖି ଭାବପ୍ରବଣ ହୋଇପଡି ମୋଦି କହିଥିଲେ, ଏକ ବଡ଼ ପାପ ହୋଇଛି। ତୃଣମୂଳ କଂଗ୍ରେସ (ଟିଏମସି) ସରକାର ଅଧୀନରେ ସେଠାରେ ଅତ୍ୟାଚାର ଘଟୁଛି।
ପଶ୍ଚିମବଙ୍ଗ ଗସ୍ତ ସମୟରେ ବାରାସାତ (ସନ୍ଦେଶଖାଲି ନିକଟରେ)ରେ ଅନୁଷ୍ଠିତ ନାରୀ ଶକ୍ତି ବନ୍ଦନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସନ୍ଦେଶଖାଲିରେ ଏକ ବଡ଼ ପାପ ହୋଇଛି। ସେଠାରେ ଯାହା ଘଟିଲା ତାହା ଲଜ୍ଜାରେ ମୁଣ୍ଡ ନଇଁଯିବ କିନ୍ତୁ ସେଠାରେ ଥିବା ଟିଏମସି ସରକାରଙ୍କୁ କୌଣସି ଫରକ ପଡ଼ିବ ନାହିଁ। ଟିଏମସିଙ୍କ ଶାସନ ଅଧୀନରେ ଏହି ଦେଶର ମହିଳାଙ୍କୁ ନିର୍ଯାତନା ଦିଆଯାଉଛି। ଟିଏମସି ସରକାର ବଙ୍ଗଳା ମହିଳାଙ୍କ ଅପରାଧୀ (ଅଭିଯୁକ୍ତ ଶାହାଜାହାନ ଶେଖ)ଙ୍କୁ ବଞ୍ଚାଇବା ପାଇଁ ନିଜର ସମସ୍ତ ଶକ୍ତି ବ୍ୟବହାର କରୁଛନ୍ତି, କିନ୍ତୁ ରାଜ୍ୟ ସରକାର ପ୍ରଥମେ ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଝଟକା ପାଇଛନ୍ତି।
The post ସନ୍ଦେଶଖାଲି ପୀଡିତାଙ୍କୁ ଦେଖି ଭାବପ୍ରବଣ ହେଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ, ଘୋର ପାପ ହୋଇଛି appeared first on Dharitri Odia News.