IND vs ENG: ଟେଷ୍ଟ ଦଳରୁ ବାଦ୍‌ ପଡିଲେ ମହମ୍ମଦ ଶାମି, ଇଶାନ କିଷନ, ଏହି ଷ୍ଟାର ବ୍ୟାଟରଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ, ୧୩।୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଇଂଲଣ୍ଡ ବିପକ୍ଷ ହେବାକୁ ଥିବା ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଛି। ଯେଉଁଥିରେ ଦ୍ରୁତ ବୋଲର ମହମ୍ମଦ ଶାମି ଏବଂ ଉଇକେଟ୍‌ କିପର ଇଶାନ କିଷନଙ୍କୁ ଅନ୍ତର୍ଭୁକ୍ତ କରାଯାଇ ନାହିଁ। ଯୁବ ଖେଳାଳି ଧ୍ରୁବ ଜୁରେଲଙ୍କୁ ଦଳରେ ସାମିଲ କରାଯାଇଛି। ଧ୍ରୁବଙ୍କୁ ପ୍ରଥମ ଥର ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି। ଆଜିକାଲି ଶାମି ଆଘାତ ସହ ସଂଘର୍ଷ କରୁଛନ୍ତି, […] The post IND vs ENG: ଟେଷ୍ଟ ଦଳରୁ ବାଦ୍‌ ପଡିଲେ ମହମ୍ମଦ ଶାମି, ଇଶାନ କିଷନ, ଏହି ଷ୍ଟାର ବ୍ୟାଟରଙ୍କୁ ମିଳିଲା ସୁଯୋଗ appeared first on Dharitri Odia News.

IND vs ENG: ଟେଷ୍ଟ ଦଳରୁ ବାଦ୍‌ ପଡିଲେ ମହମ୍ମଦ ଶାମି, ଇଶାନ କିଷନ, ଏହି ଷ୍ଟାର ବ୍ୟାଟରଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ, ୧୩।୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଇଂଲଣ୍ଡ ବିପକ୍ଷ ହେବାକୁ ଥିବା ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଛି। ଯେଉଁଥିରେ ଦ୍ରୁତ ବୋଲର ମହମ୍ମଦ ଶାମି ଏବଂ ଉଇକେଟ୍‌ କିପର ଇଶାନ କିଷନଙ୍କୁ ଅନ୍ତର୍ଭୁକ୍ତ କରାଯାଇ ନାହିଁ। ଯୁବ ଖେଳାଳି ଧ୍ରୁବ ଜୁରେଲଙ୍କୁ ଦଳରେ ସାମିଲ କରାଯାଇଛି। ଧ୍ରୁବଙ୍କୁ ପ୍ରଥମ ଥର ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି।

ଆଜିକାଲି ଶାମି ଆଘାତ ସହ ସଂଘର୍ଷ କରୁଛନ୍ତି, ଯେଉଁ କାରଣରୁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ସିରିଜରେ ମଧ୍ୟ ଭାରତର ଅଂଶ ହୋଇପାରିନଥିଲେ। ବର୍ତ୍ତମାନ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ମଧ୍ୟ ଶାମିଙ୍କୁ ଟିମ ଇଣ୍ଡିଆର ସାମିଲ କରାଯାଇ ନାହିଁ। ତେବେ ଇଶାନ କିଷନଙ୍କ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ। ହେଲେ ଶାମିଙ୍କ ବିଷୟରେ ଏ ଯାଏ କୌଣସି ସରକାରୀ ନିଶ୍ଚିତକରଣ କରାଯାଇ ନାହିଁ।

ଜାନୁଆରୀ ୨୫ ରୁ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଘରୋଇ ଟେଷ୍ଟ ସିରିଜ ପାଇଁ ବିସିସିଆଇ କିଛି ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଛି। ଯଶସ୍ବୀ ଜସୱାଲ ପୁଣି ଥରେ ଭାରତର ଏକ ଅଂଶ ହୋଇଛନ୍ତି। ଉଇକେଟ୍‌ କିପର ବ୍ୟାଟର ଧ୍ରୁବ ଜୁରେଲ ମଧ୍ୟ ଏକ ସୁଯୋଗ ପାଇଛନ୍ତି। ଏହା ବ୍ୟତୀତ ଦ୍ରୁତ ବୋଲର ଆବେଶ ଖାନ ମଧ୍ୟ ଦଳରେ ସାମିଲ ହୋଇଛନ୍ତି। ମୁକେଶ କୁମାର ପୁଣି ଥରେ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି। ବୁମ୍ରାଙ୍କୁ ଅଧିନାୟକତ୍ୱ ଦଆଯାଇଥିବା ବେଳେ ରୋହିତ ଶର୍ମାଙ୍କୁ ଉପ-ଅଧିନାୟକ କରାଯାଇଛି।

The post IND vs ENG: ଟେଷ୍ଟ ଦଳରୁ ବାଦ୍‌ ପଡିଲେ ମହମ୍ମଦ ଶାମି, ଇଶାନ କିଷନ, ଏହି ଷ୍ଟାର ବ୍ୟାଟରଙ୍କୁ ମିଳିଲା ସୁଯୋଗ appeared first on Dharitri Odia News.