ଯୁବତୀଙ୍କୁ ଏକୁଟିଆ ପାଇ ବେକରୁ ଚେନ୍ ଛିଡ଼ାଇ ଚମ୍ପଟ ମାରିଲେ ଲୁଟେରା
ଧାମନଗର,୨୩ା୨(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ଥାନା ଅଞ୍ଚଳରେ ଏବେ ଲୁଟେରାଙ୍କ ପ୍ରାଦୁର୍ଭାବ ଦେଖାଦେଇଛି। ଶୁକ୍ରବାର ସକାଳୁ ଜଣେ ଲୁଟେରା ଧାମନଗର-ଜାହାଙ୍ଗୀର ରାସ୍ତାର ରାମେଶ୍ବରପୁର ଛକ ଗେଟ୍ ନିକଟରେ ଜଣେ ଯୁବତୀଙ୍କୁ ଏକୁଟିଆ ପାଇ ସୁନା ଚେନ୍ ବେକରୁ ଛିଡ଼ାଇ ଚମ୍ପଟ ମାରିଛନ୍ତି। ସୂଚନାଯୋଗ୍ୟ, କଣ୍ଟଦା ଗ୍ରାମର ଶୁଭସ୍ମିତା (୨୦) ଶୁକ୍ରବାର ଭୋର୍ ସମୟରେ କୋଲକାତା ଯିବା ପାଇଁ ତାଙ୍କ ବାପା ସୁଧୀର ପତିଙ୍କୁ ଛାଡ଼ିବା ପାଇଁ ଏକ ସ୍କୁଟିରେ ଧାମନଗର ଛକ ଜାତୀୟ ରାଜପଥକୁ ଯାଇଥିଲେ। […] The post ଯୁବତୀଙ୍କୁ ଏକୁଟିଆ ପାଇ ବେକରୁ ଚେନ୍ ଛିଡ଼ାଇ ଚମ୍ପଟ ମାରିଲେ ଲୁଟେରା appeared first on Dharitri Odia News.
ଧାମନଗର,୨୩ା୨(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ଥାନା ଅଞ୍ଚଳରେ ଏବେ ଲୁଟେରାଙ୍କ ପ୍ରାଦୁର୍ଭାବ ଦେଖାଦେଇଛି। ଶୁକ୍ରବାର ସକାଳୁ ଜଣେ ଲୁଟେରା ଧାମନଗର-ଜାହାଙ୍ଗୀର ରାସ୍ତାର ରାମେଶ୍ବରପୁର ଛକ ଗେଟ୍ ନିକଟରେ ଜଣେ ଯୁବତୀଙ୍କୁ ଏକୁଟିଆ ପାଇ ସୁନା ଚେନ୍ ବେକରୁ ଛିଡ଼ାଇ ଚମ୍ପଟ ମାରିଛନ୍ତି।
ସୂଚନାଯୋଗ୍ୟ, କଣ୍ଟଦା ଗ୍ରାମର ଶୁଭସ୍ମିତା (୨୦) ଶୁକ୍ରବାର ଭୋର୍ ସମୟରେ କୋଲକାତା ଯିବା ପାଇଁ ତାଙ୍କ ବାପା ସୁଧୀର ପତିଙ୍କୁ ଛାଡ଼ିବା ପାଇଁ ଏକ ସ୍କୁଟିରେ ଧାମନଗର ଛକ ଜାତୀୟ ରାଜପଥକୁ ଯାଇଥିଲେ। ସେଠାରେ ବାପାଙ୍କୁ ଛାଡ଼ି କଣ୍ଟଦାକୁ ଫେରୁଥିବା ସମୟରେ ରାମେଶ୍ବର ଛକ ରକ୍ଷାକାଳୀଙ୍କ ଗେଟ୍ ଠାରେ ଜଣେ ଲୁଟେରା ପଛରୁ ଫଲୋ କରି ଆସି ତାଙ୍କ ସ୍କୁଟିକୁ ସାଇଡ୍ ମାରିବାରୁ ଶୁଭସ୍ମିତା ତଳେ ପଡ଼ିଯାଇଥିଲେ। ଏହାର ସୁଯୋଗ ନେଇ ଲୁଟେରା ଜଣଙ୍କ ଶୁଭସ୍ମିତାଙ୍କ ବେକରୁ ଚେନ୍ ଛିଡ଼ାଇ ନେଇ ଦ୍ରୁତ ଗତିରେ ଫେରାର ହୋଇଯାଇଥିଲେ। ଏନେଇ ଶୁଭସ୍ମିତା ଧାମନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି।
The post ଯୁବତୀଙ୍କୁ ଏକୁଟିଆ ପାଇ ବେକରୁ ଚେନ୍ ଛିଡ଼ାଇ ଚମ୍ପଟ ମାରିଲେ ଲୁଟେରା appeared first on Dharitri Odia News.