ଏକ୍ସପାଏରି ଔଷଧ ନେଲା ମହିଳାଙ୍କ ଜୀବନ

ଗୋଲାମୁଣ୍ଡା,୫ା୯(ବଟକୃଷ୍ଣ ପଣ୍ଡା)- ଏକ୍ସପାଏରି ଔଷଧ ଖାଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ୍‌ ଦଶପୁର ପଞ୍ଚାୟତ ଦେକୋଟ ଗ୍ରାମରେ। ସୂଚନାମତେ, ଗ୍ରାମର ସୁଭଦ୍ରା ବନ୍ଦିଛୋଡ୍‌ ନାମ୍ନୀ ମହିଳା କୌଣସି କାରଣରୁ ଅସୁସ୍ଥ ଅନୁଭବ କରିବାରୁ ସ୍ଥାନୀୟ ଅଙ୍ଗନଓ୍ବାଡି କର୍ମୀଙ୍କ ପାଖକୁ ଯାଇ ଔଷଧ ଆଣି ସେବନ କରିଥିଲେ। ଔଷଧ ଖାଇବର କିଛି ସମୟ ପରେ ତାଙ୍କ ସ୍ବାସ୍ଥ୍ୟ ବିଗିଡ଼ିଯାଇଥିଲା। ପରିବାର ଲୋକେ ତାଙ୍କୁ […] The post ଏକ୍ସପାଏରି ଔଷଧ ନେଲା ମହିଳାଙ୍କ ଜୀବନ appeared first on Dharitri Odia News.

ଏକ୍ସପାଏରି ଔଷଧ ନେଲା ମହିଳାଙ୍କ ଜୀବନ

ଗୋଲାମୁଣ୍ଡା,୫ା୯(ବଟକୃଷ୍ଣ ପଣ୍ଡା)- ଏକ୍ସପାଏରି ଔଷଧ ଖାଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ୍‌ ଦଶପୁର ପଞ୍ଚାୟତ ଦେକୋଟ ଗ୍ରାମରେ। ସୂଚନାମତେ, ଗ୍ରାମର ସୁଭଦ୍ରା ବନ୍ଦିଛୋଡ୍‌ ନାମ୍ନୀ ମହିଳା କୌଣସି କାରଣରୁ ଅସୁସ୍ଥ ଅନୁଭବ କରିବାରୁ ସ୍ଥାନୀୟ ଅଙ୍ଗନଓ୍ବାଡି କର୍ମୀଙ୍କ ପାଖକୁ ଯାଇ ଔଷଧ ଆଣି ସେବନ କରିଥିଲେ। ଔଷଧ ଖାଇବର କିଛି ସମୟ ପରେ ତାଙ୍କ ସ୍ବାସ୍ଥ୍ୟ ବିଗିଡ଼ିଯାଇଥିଲା। ପରିବାର ଲୋକେ ତାଙ୍କୁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏକ୍ସପାଏରି ଔଷଧ ଖାଇ ମହିଳାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଉକ୍ତ ମହିଳାଙ୍କ ପରିବାର କହିଲେ ୧୧ବର୍ଷୀୟ ଗୋଟିଏ ପୁଅ ଓ ୧୩ବର୍ଷୀୟ ଝିଅ ରହିଛନ୍ତି। ୫ବର୍ଷ ପୂର୍ବେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଯାଇଥିଲା। ମହିଳାଙ୍କ ମୃତ୍ୟୁ ପରେ ୨ ଝିଅପୁଅ ବେସାହାରା ହୋଇପଡ଼ିଛନ୍ତି। ଏହି ପରିବାରକୁ ସରକାରୀ ସହାୟତା ପ୍ରଦାନ ସହ କେଉଁ ପରିସ୍ଥିତିରେ ଅଙ୍ଗନଓ୍ବାଡି କର୍ମୀ ଜଣଙ୍କ ଏକ୍ସପାଏରି ଔଷଧ ଦେଲେ ତାହାର ତଦନ୍ତ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

The post ଏକ୍ସପାଏରି ଔଷଧ ନେଲା ମହିଳାଙ୍କ ଜୀବନ appeared first on Dharitri Odia News.