ସୋସିଆଲ ମିଡିଆରେ ନବୀନଙ୍କ ଫଟୋ ଶେୟାର କଲେ ପାଣ୍ଡିଆନ, ଲେଖିଲେ ଏମିତି…

ଭୁବନେଶ୍ୱର,୮ା୭: ସାଧାରଣ ନିର୍ବାଚନ ପରଠାରୁ ବିଜେଡିର ପୂର୍ବତନ ନେତା କାର୍ତ୍ତିକ ପାଣ୍ଡିଆନ କେଉଁଆଡ଼େ ଉଭାନ ହୋଇଯାଇଛନ୍ତି। ଯାହାକୁ ନେଇ ରାଜ୍ୟରେ ଚର୍ଚ୍ଚା ଚାଲିଛି। ପାଣ୍ଡିଆନ କେଉଁଠି ଅଛନ୍ତି ବୋଲି ଅନେକ ପ୍ରଶ୍ନ କରୁଛନ୍ତି। ସେ କେଉଁଠି ଅଛନ୍ତି ଯଦିଓ ସଠିକ୍‌ ଜଣାପଡ଼ିନାହିଁ ତଥାପି ପାଣ୍ଡିଆନ ସୋସିଆଲ ମିଡିଆରେ ସକ୍ରିୟ ଥିବା ନଜର ଆସୁଛନ୍ତି। ଏବେ ବି ପାଣ୍ଡିଆନ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଫଟୋ-ଭିଡିଓ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ରବିବାର ପୁରୀରେ […] The post ସୋସିଆଲ ମିଡିଆରେ ନବୀନଙ୍କ ଫଟୋ ଶେୟାର କଲେ ପାଣ୍ଡିଆନ, ଲେଖିଲେ ଏମିତି… appeared first on Dharitri Odia News.

ସୋସିଆଲ ମିଡିଆରେ ନବୀନଙ୍କ ଫଟୋ ଶେୟାର କଲେ ପାଣ୍ଡିଆନ, ଲେଖିଲେ ଏମିତି…

ଭୁବନେଶ୍ୱର,୮ା୭: ସାଧାରଣ ନିର୍ବାଚନ ପରଠାରୁ ବିଜେଡିର ପୂର୍ବତନ ନେତା କାର୍ତ୍ତିକ ପାଣ୍ଡିଆନ କେଉଁଆଡ଼େ ଉଭାନ ହୋଇଯାଇଛନ୍ତି। ଯାହାକୁ ନେଇ ରାଜ୍ୟରେ ଚର୍ଚ୍ଚା ଚାଲିଛି। ପାଣ୍ଡିଆନ କେଉଁଠି ଅଛନ୍ତି ବୋଲି ଅନେକ ପ୍ରଶ୍ନ କରୁଛନ୍ତି। ସେ କେଉଁଠି ଅଛନ୍ତି ଯଦିଓ ସଠିକ୍‌ ଜଣାପଡ଼ିନାହିଁ ତଥାପି ପାଣ୍ଡିଆନ ସୋସିଆଲ ମିଡିଆରେ ସକ୍ରିୟ ଥିବା ନଜର ଆସୁଛନ୍ତି। ଏବେ ବି ପାଣ୍ଡିଆନ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଫଟୋ-ଭିଡିଓ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି।

ରବିବାର ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ଏହି ସମୟର ଫଟୋ ଏବଂ ଭିଡିଓକୁ ପାଣ୍ଡିଆନ ତାଙ୍କ ସୋସିଆଲ ମିଡିଆ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏଥିରେ ପାଣ୍ଡିଆନ ଜୟ ଜଗନ୍ନାଥ, ହାପି ରଥଯାତ୍ରା ବୋଲି ଲେଖିଛନ୍ତି। ସେ ମୋଟ୍‌ ୯ଟି ଫଟୋ ଶେୟାର କରିଛନ୍ତି। ଖାଲି ଏତିକି ନୁହେଁ, ସେ ତାଙ୍କ ଇନ୍‌ଷ୍ଟା ଷ୍ଟୋରିରେ ମଧ୍ୟ ନବୀନଙ୍କ ଦୁଇଟି ଫଟୋ ଶେୟାର କରିଛନ୍ତି। ଏଥିରୁ ଯାହା ଜଣାପଡୁଛି ପାଣ୍ଡିଆନ ଏବେ ବି ନବୀନଙ୍କୁ ବହୁତ ଭଲ ପାଉଛନ୍ତି ଏବଂ ସମ୍ମାନ କରୁଛନ୍ତି। ଏହି ଫଟୋକୁ ନେଇ ରାଜନୈତିକ ମହଲରେ ଏବେ ଖୁବ୍‌ ଚର୍ଚ୍ଚା ହେଉଛି।

The post ସୋସିଆଲ ମିଡିଆରେ ନବୀନଙ୍କ ଫଟୋ ଶେୟାର କଲେ ପାଣ୍ଡିଆନ, ଲେଖିଲେ ଏମିତି… appeared first on Dharitri Odia News.