ହେଜ୍‌ବୋଲ୍ଲାକୁ କଡା ଜବାବ ଦେଲା ଇସ୍ରାଏଲ! ବିମାନ ଆକ୍ରମଣରେ ୪୬ ମୃତ

ବେରୁଟ୍‌,୩।୧୦: ଦକ୍ଷିଣ ଲେବାନାନର ଇସ୍ରାଏଲ ସୈନ୍ୟ ଏବଂ ହେଜବୋଲ୍ଲା ଯୁଦ୍ଧବିମାନ ମଧ୍ୟରେ ପ୍ରବଳ ଯୁଦ୍ଧ ଜାରି ରହିଛି। ଗୁରୁବାର ହୋଇଥିବା ଯୁଦ୍ଧରେ ଇସ୍ରାଏଲ ସେନା ୧୫ଜଣ ଯୋଦ୍ଧାଙ୍କୁ ହତ୍ୟା କରିଥିବା ଦାବି କରିଛି। ବେରୁଟ୍‌ରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଦୁଇ ସ୍ବାସ୍ଥ୍ୟ କର୍ମୀଙ୍କ ସମେତ ୭ଜଣ ହେଜବୋଲ୍ଲ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲ ମଧ୍ୟ ହେଜବୋଲ୍ଲାର ଏକ ଦୁର୍ଗ, ବେରୁଟର ଉପକଣ୍ଠ ଦାହିରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ଲେବାନନର ବିଭିନ୍ନ ସ୍ଥାନରେ ଇସ୍ରାଏଲର ଷ୍ଟ୍ରାଇକରେ ସମୁଦାୟ ୪୬ଜଣଙ୍କର […] The post ହେଜ୍‌ବୋଲ୍ଲାକୁ କଡା ଜବାବ ଦେଲା ଇସ୍ରାଏଲ! ବିମାନ ଆକ୍ରମଣରେ ୪୬ ମୃତ appeared first on Dharitri Odia News.

ହେଜ୍‌ବୋଲ୍ଲାକୁ କଡା ଜବାବ ଦେଲା ଇସ୍ରାଏଲ! ବିମାନ ଆକ୍ରମଣରେ ୪୬ ମୃତ

ବେରୁଟ୍‌,୩।୧୦: ଦକ୍ଷିଣ ଲେବାନାନର ଇସ୍ରାଏଲ ସୈନ୍ୟ ଏବଂ ହେଜବୋଲ୍ଲା ଯୁଦ୍ଧବିମାନ ମଧ୍ୟରେ ପ୍ରବଳ ଯୁଦ୍ଧ ଜାରି ରହିଛି। ଗୁରୁବାର ହୋଇଥିବା ଯୁଦ୍ଧରେ ଇସ୍ରାଏଲ ସେନା ୧୫ଜଣ ଯୋଦ୍ଧାଙ୍କୁ ହତ୍ୟା କରିଥିବା ଦାବି କରିଛି। ବେରୁଟ୍‌ରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଦୁଇ ସ୍ବାସ୍ଥ୍ୟ କର୍ମୀଙ୍କ ସମେତ ୭ଜଣ ହେଜବୋଲ୍ଲ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।
ଇସ୍ରାଏଲ ମଧ୍ୟ ହେଜବୋଲ୍ଲାର ଏକ ଦୁର୍ଗ, ବେରୁଟର ଉପକଣ୍ଠ ଦାହିରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ଲେବାନନର ବିଭିନ୍ନ ସ୍ଥାନରେ ଇସ୍ରାଏଲର ଷ୍ଟ୍ରାଇକରେ ସମୁଦାୟ ୪୬ଜଣଙ୍କର ମୃତ୍ୟୁ ହୋଇଛି। ଇସ୍ରାଏଲରେ ହେଜବୋଲ୍ଲାର ରକେଟ ଆକ୍ରମଣ ମଧ୍ୟ ଜାରି ରହିଛି। ସିରିଆର ରାଜଧାନୀ ଦମିସ୍କରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ହେଜବୋଲ୍ଲା ମୁଖ୍ୟ ହାସନ ନାସରାଲ୍ଲାଙ୍କ ପୁତୁରାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ସିରିଆର ଜାବେଲ ସହରରେ ଅବସ୍ଥିତ ରୁଷିଆର ଏୟାରବେସ ନିକଟରେ ନିର୍ମିତ ଆର୍ସେନାଲ ଉପରେ ଇସ୍ରାଏଲର ଡ୍ରୋନ ଆକ୍ରମଣ ହୋଇଛି। ଦକ୍ଷିଣ ଲେବାନନ ଗ୍ରାଉଣ୍ଡ ଲଢେଇରେ ଇସ୍ରାଏଲ ଆକ୍ରମଣରେ ଜଣେ ସୈନିକଙ୍କ ମୃତ୍ୟୁ ପରେ ଲେବାନନ ସେନା ମଧ୍ୟ ଇସ୍ରାଏଲ ସୈନ୍ୟ ଉପରେ ଗୁଳି ଚଳାଇଛି। ଏକ ବର୍ଷ ଧରି ଚାଲିଆସୁଥିବା ଯୁଦ୍ଧରେ ଦୁଇ ଦେଶର ସୈନ୍ୟ ମଧ୍ୟରେ ମୁହାଁମୁହିଁ ହେବାର ଏହା ପ୍ରଥମ ଘଟଣା।
ସେ କହିଛନ୍ତି ଯେ ଇସ୍ରାଏଲ ସେନା ଦ୍ୱାରା କୌଣସି ଆକ୍ରମଣ କିମ୍ବା ଆତଙ୍କବାଦୀ କାର୍ଯ୍ୟକଳାପ କିମ୍ବା ଲାଲ ରେଖା ଅତିକ୍ରମ କରିବା ପାଇଁ ଆମର ସେନା ଉପଯୁକ୍ତ ଉତ୍ତର ଦେବ। ଇରାନ ସମର୍ଥିତ ତୃତୀୟ ସଶସ୍ତ୍ର ସଂଗଠନ ହୁତି ମଧ୍ୟ ଗୁରୁବାର ଇସ୍ରାଏଲର ଆର୍ଥିକ ରାଜଧାନୀ ତେଲ ଅଭିବ ଉପରେ ଡ୍ରୋନ ଆକ୍ରମଣ କରିଥିଲା କିନ୍ତୁ ଏହା ଇସ୍ରାଏଲର ପ୍ରତିରକ୍ଷା ବ୍ୟବସ୍ଥା ଦ୍ୱାରା ବିଫଳ ହୋଇଥିଲା। ଇସ୍ରାଏଲ ସେନା ସାଧାରଣ ନାଗରିକମାନଙ୍କୁ ଲେବାନନର ଯୁଦ୍ଧ ଅଞ୍ଚଳଠାରୁ ଦୂରରେ ରହିବାକୁ କହିଛନ୍ତି।

The post ହେଜ୍‌ବୋଲ୍ଲାକୁ କଡା ଜବାବ ଦେଲା ଇସ୍ରାଏଲ! ବିମାନ ଆକ୍ରମଣରେ ୪୬ ମୃତ appeared first on Dharitri Odia News.