ଚାଲାଣ କରୁଥିଲେ ଶୁଆ: ମାଡ଼ିବସିଲା ବନ ବିଭାଗ
ରାଉରକେଲା, ୨୩।୧: ରାଉରକେଲା ସହରର ନାଲା ରୋଡ଼ ଅଞ୍ଚଳରୁ ଏକ ଘରେ ବେଆଇନ ଶୁଆ ରଖି ବିଭିନ୍ନ ଜାଗାକୁ ବସ ଯୋଗେ ଚାଲାଣ ହେଉଥିବା ବେଳେ ବନ ବିଭାଗ ବହୁ ପରିମାଣର ଶୁଆ ଉଦ୍ଧାର କରିଛି । ଏହି ମାମଲାରେ ଦୁଇ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଆଉ ଦୁଇ ଜଣ ଫେରାର ଅଛନ୍ତି। ବେଆଇନ ଶୁଆ ଚୋରା ଚାଲାଣା ହେଉଥିବା ଖବର ପାଇ ରାଉରକେଲା ବନ ବିଭାଗର ସୱତନ୍ତ୍ର ଟିମ ଚଢ଼ାଉ କରିଥିଲେ। ଅଭିଯୁକ୍ତମାନେ ସରଣ୍ଡା […] The post ଚାଲାଣ କରୁଥିଲେ ଶୁଆ: ମାଡ଼ିବସିଲା ବନ ବିଭାଗ appeared first on Dharitri Odia News.
ରାଉରକେଲା, ୨୩।୧: ରାଉରକେଲା ସହରର ନାଲା ରୋଡ଼ ଅଞ୍ଚଳରୁ ଏକ ଘରେ ବେଆଇନ ଶୁଆ ରଖି ବିଭିନ୍ନ ଜାଗାକୁ ବସ ଯୋଗେ ଚାଲାଣ ହେଉଥିବା ବେଳେ ବନ ବିଭାଗ ବହୁ ପରିମାଣର ଶୁଆ ଉଦ୍ଧାର କରିଛି । ଏହି ମାମଲାରେ ଦୁଇ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଆଉ ଦୁଇ ଜଣ ଫେରାର ଅଛନ୍ତି।
ବେଆଇନ ଶୁଆ ଚୋରା ଚାଲାଣା ହେଉଥିବା ଖବର ପାଇ ରାଉରକେଲା ବନ ବିଭାଗର ସୱତନ୍ତ୍ର ଟିମ ଚଢ଼ାଉ କରିଥିଲେ। ଅଭିଯୁକ୍ତମାନେ ସରଣ୍ଡା ଜଙ୍ଗଲରୁ ଶୁଆ ଧରି ଆଣୁଥିଲେ। ପରେ ଏହାକୁ ରାଉରକେଲା ସହରରୁ କଟକ, ଭୁବନେଶ୍ୱର, ଛତିଶଗଡ଼, ରାୟପୁର ଭଳିସ୍ଥାନକୁ ଶୁଆ ଚାଲାଣ କରୁଥିଲେ। ଗୋଟିଏ ଶୁଆକୁ ୩ହଜାରରୁ ୫ ହଜାର ଟଙ୍କା ମୂଲ୍ୟରେ ବ୍ରିକି କରିଆସୁଥିଲେ। ସମୁଦାୟ ୮୨ଟି ଶୁଆ ଉଦ୍ଧାର ହୋଇଛି।
The post ଚାଲାଣ କରୁଥିଲେ ଶୁଆ: ମାଡ଼ିବସିଲା ବନ ବିଭାଗ appeared first on Dharitri Odia News.