ଜମଜ ସନ୍ତାନ ପ୍ରସବ କଲେ ସିଦ୍ଧୁ ମୁସେୱାଲାଙ୍କ ମାଆ? ପିତା ଦେଲେ ବଡ ଅପଡେଟ
ଚଣ୍ଡିଗଡ଼,୧୪।୩: ପଞ୍ଜାବି ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ମା ଯାଆଁଳା ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି। ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବାସ୍ତବରେ, କିଛି ଦିନ ପୂର୍ବେ ସ୍ବର୍ଗତ ଗାୟକ ସିଦ୍ଧୁ ମୁସେୱାଲାଙ୍କ ପ୍ରଶଂସକମାନେ ଏକ ଖୁସି ଖବର ପାଇଲେ ଯେ ମୁସେୱାଲାଙ୍କ ମାତା ଚରଣ କୌର ୫୮ବର୍ଷ ବୟସରେ ଗର୍ଭବତୀ ଅଛନ୍ତି, ସେ ତାଙ୍କର ଦ୍ୱିତୀୟ ସନ୍ତାନର ମାତା ହେବାକୁ ଯାଉଛନ୍ତି। ଆହୁରି ମଧ୍ୟ ସୂଚନା ମିଳିଥିଲା ଯେ ଚରଣ କୌର ଗର୍ଭଧାରଣ ପାଇଁ […] The post ଜମଜ ସନ୍ତାନ ପ୍ରସବ କଲେ ସିଦ୍ଧୁ ମୁସେୱାଲାଙ୍କ ମାଆ? ପିତା ଦେଲେ ବଡ ଅପଡେଟ appeared first on Dharitri Odia News.
ଚଣ୍ଡିଗଡ଼,୧୪।୩: ପଞ୍ଜାବି ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ମା ଯାଆଁଳା ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି। ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବାସ୍ତବରେ, କିଛି ଦିନ ପୂର୍ବେ ସ୍ବର୍ଗତ ଗାୟକ ସିଦ୍ଧୁ ମୁସେୱାଲାଙ୍କ ପ୍ରଶଂସକମାନେ ଏକ ଖୁସି ଖବର ପାଇଲେ ଯେ ମୁସେୱାଲାଙ୍କ ମାତା ଚରଣ କୌର ୫୮ବର୍ଷ ବୟସରେ ଗର୍ଭବତୀ ଅଛନ୍ତି, ସେ ତାଙ୍କର ଦ୍ୱିତୀୟ ସନ୍ତାନର ମାତା ହେବାକୁ ଯାଉଛନ୍ତି। ଆହୁରି ମଧ୍ୟ ସୂଚନା ମିଳିଥିଲା ଯେ ଚରଣ କୌର ଗର୍ଭଧାରଣ ପାଇଁ IVF ପ୍ରକ୍ରିୟା ଗ୍ରହଣ କରିଛନ୍ତି। ବର୍ତ୍ତମାନ ଚରଣ କୌରଙ୍କ ହସ୍ପିଟାଲରେ ଭର୍ତ୍ତି ହେବାର ଖବର ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ମୁସୱାଲାଙ୍କ ପ୍ରଶଂସକମାନେ ଶୀଘ୍ର ଭଲ ଖବର ଶୁଣିବାକୁ ଆଶା କରୁଛନ୍ତି।
ତେବେ ମୁସେୱାଲାଙ୍କ ପିତା ବାଲକୌର ସିଂ ଏହି ପ୍ରସଙ୍ଗରେ ଏକ ନୂତନ ଅପଡେଟ ଦେଇଛନ୍ତି। ସୋସିଆଲ ମିଡିଆରେ ଏଭଳି ଅନେକ ଖବର ଆସୁଛି ଯେ ଗାୟକଙ୍କ ମା ଯାଆଁଳା ସନ୍ତାନ ଜନ୍ମ ଦେଇଛନ୍ତି, ଏହା ପରେ ପିତା ବାଲକୌର ସିଂ ତାଙ୍କ ନିରବତା ଭାଙ୍ଗିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ପୋଷ୍ଟ କରି ତାଙ୍କ ପତ୍ନୀ ଯାଆଁଳା ସନ୍ତାନ ଜନ୍ମ ବିଷୟରେ ସେ ସତ୍ୟ ପ୍ରକାଶ କରିଛନ୍ତି।
ପିତା ବାଲକୌର ସିଂ ଏହି ପୋଷ୍ଟରେ ଲେଖିଛନ୍ତି ଯେ, ଆମ ପରିବାର ବିଷୟରେ ଚିନ୍ତା କରିଥିବାରୁ ସିଦ୍ଧୁଙ୍କ ପ୍ରଶଂସକଙ୍କ ନିକଟରେ ଆମେ କୃତଜ୍ଞ। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ତାଙ୍କ ପରିବାର ବିଷୟରେ ଅନେକ କଳ୍ପନାଜଳ୍ପନା ଚାଲିଛି, କିନ୍ତୁ ତାଙ୍କର ଅନୁରୋଧ ହେଉଛି ଏହି ସମସ୍ତ ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ, ଖବର ଯାହା ବି ହେଉ, ପରିବାର ନିଶ୍ଚିତ ଭାବରେ ଆପଣଙ୍କ ସମସ୍ତଙ୍କ ସହ ଶେୟାର କରିବେ। ତେବେ ସିଦ୍ଧୁଙ୍କ ପ୍ରଶଂସକମାନେ ଦୀର୍ଘ ଦିନ ଧରି ଭଲ ଖବର ଶୁଣିବାକୁ ଅପେକ୍ଷା କରି ରହିଥିଲେ।
The post ଜମଜ ସନ୍ତାନ ପ୍ରସବ କଲେ ସିଦ୍ଧୁ ମୁସେୱାଲାଙ୍କ ମାଆ? ପିତା ଦେଲେ ବଡ ଅପଡେଟ appeared first on Dharitri Odia News.