ଲିଙ୍ଗରାଜ ପୀଠରେ ବିଦେଶିନୀଙ୍କୁ ଅସଦାଚରଣ ମାମଲାରେ ତ୍ୱରିତ ନ୍ୟାୟ

ଭୁବନେଶ୍ୱର,୧୮।୩: ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଜଣେ ବିଦେଶିନୀଙ୍କୁ ଅସଦାଚରଣ ମାମଲାରେ ମାତ୍ର ୨୮ ଦିନରେ ଦୋଷୀ କୁଣ୍ଡୁ ମହାପାତ୍ରକୁ ସଜା ଦେଇଛନ୍ତି କୋର୍ଟ। ଅଭିଯୋଗର ମାତ୍ର ୪ ଦିନ ଭିତରେ ଚାର୍ଜସିଟ୍‌ ଦାଖଲ ହୋଇଥିଲା ବେଳେ ମାତ୍ର ୨୮ ଦିନରେ JMFC କୋର୍ଟ ଦଣ୍ଡାଦେଶ ଶୁଣାଇ ଇତିହାସ ସୃଷ୍ଟି କରିଛନ୍ତି। ସୂଚନାଯୋଗ୍ୟ, ପୀଡିତା ସ୍ବିଡେନ୍‌ର ୨୮ ବର୍ଷୀୟା ଯୁବତୀ ଓଡ଼ିଶା ଭ୍ରମଣରେ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ। ଫେବୃଆରୀ ୧୯ରେ ସେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ ପାଇଁ ଚାହିଁଥିଲେ […] The post ଲିଙ୍ଗରାଜ ପୀଠରେ ବିଦେଶିନୀଙ୍କୁ ଅସଦାଚରଣ ମାମଲାରେ ତ୍ୱରିତ ନ୍ୟାୟ appeared first on Dharitri Odia News.

ଲିଙ୍ଗରାଜ ପୀଠରେ ବିଦେଶିନୀଙ୍କୁ ଅସଦାଚରଣ ମାମଲାରେ ତ୍ୱରିତ ନ୍ୟାୟ

ଭୁବନେଶ୍ୱର,୧୮।୩: ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଜଣେ ବିଦେଶିନୀଙ୍କୁ ଅସଦାଚରଣ ମାମଲାରେ ମାତ୍ର ୨୮ ଦିନରେ ଦୋଷୀ କୁଣ୍ଡୁ ମହାପାତ୍ରକୁ ସଜା ଦେଇଛନ୍ତି କୋର୍ଟ। ଅଭିଯୋଗର ମାତ୍ର ୪ ଦିନ ଭିତରେ ଚାର୍ଜସିଟ୍‌ ଦାଖଲ ହୋଇଥିଲା ବେଳେ ମାତ୍ର ୨୮ ଦିନରେ JMFC କୋର୍ଟ ଦଣ୍ଡାଦେଶ ଶୁଣାଇ ଇତିହାସ ସୃଷ୍ଟି କରିଛନ୍ତି।

ସୂଚନାଯୋଗ୍ୟ, ପୀଡିତା ସ୍ବିଡେନ୍‌ର ୨୮ ବର୍ଷୀୟା ଯୁବତୀ ଓଡ଼ିଶା ଭ୍ରମଣରେ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ। ଫେବୃଆରୀ ୧୯ରେ ସେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ ପାଇଁ ଚାହିଁଥିଲେ ମଧ୍ୟ ବାରଣ ଥିବାରୁ ସମ୍ଭବ ହୋଇପାରି ନ ଥିଲା। ତେଣୁ ଅଭିଯୁକ୍ତ ସେବାୟତ କୁଣ୍ଡୁ ତାଙ୍କୁ ପାର୍ଶ୍ୱ ମନ୍ଦିର ବୁଲାଇ ଦେବାକୁ କହି ଅପରାହ୍ନ ପ୍ରାୟ ୨ଟାରେ ଉତ୍ତରଦ୍ୱାର ନିକଟ ଟାୱାର ପାଖକୁ ନେଇ ଅସଦାଚରଣ କରିଥିଲେ।

ବିଦେଶିନୀ ଜଣକ ପ୍ରତିବାଦ କରିବାରୁ ଅଭିଯୁକ୍ତ କୁଣ୍ଡୁ ଏହା ଆମ ସଂସ୍କୃତି ଓ ପରମ୍ପରା ବୋଲି କହିବା ସହ ଧମକ ଦେଇଥିଲେ। ସେଠାରୁ ଖସି ଆସବା ପରେ ସେ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ.୩୫/୨୪) ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ୨୦ ତାରିଖରେ ଅଭିଯୁକ୍ତ କୁଣ୍ଡୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା।

The post ଲିଙ୍ଗରାଜ ପୀଠରେ ବିଦେଶିନୀଙ୍କୁ ଅସଦାଚରଣ ମାମଲାରେ ତ୍ୱରିତ ନ୍ୟାୟ appeared first on Dharitri Odia News.