୪୦୦ କୋଟି ପାର୍‌ କଲା ‘ଭୁଲ୍‌ ଭୁଲୈୟା ୩’

ମୁମ୍ବାଇ: ଦୀପାବଳି ଅବସରରେ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଚଳଚ୍ଚିତ୍ର ‘ଭୁଲ୍‌ ଭୁଲୈୟା ୩’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଅଭିନେତା ଅଜୟ ଦେବଗନଙ୍କ ‘ସିଙ୍ଘମ୍‌ ଏଗେନ୍‌’ ଫିଲ୍ମ ସହ ‘ଭୁଲ୍‌ ଭୁଲୈୟା ୩’ର ବକ୍ସ ଅଫିସ୍‌ ଲଢ଼େଇ ହୋଇଥିଲା। ତେବେ ବକ୍ସ ଅଫିସ ବ୍ୟବସାୟରେ କାର୍ତ୍ତିକଙ୍କ ‘ଭୁଲ୍‌ ଭୁଲୈୟା ୩’ ଅଜୟଙ୍କ ‘ସିଙ୍ଘମ୍‌ ଏଗେନ୍‌’କୁ ପଛରେ ପକାଇଛି। ସୋମବାର ସୁଦ୍ଧା ସମଗ୍ର ବିଶ୍ୱରେ ‘ଭୁଲ୍‌ ଭୁଲୈୟା ୩’ ର ବ୍ୟବସାୟ ୪୦୦ କୋଟି ପାର୍‌ କରିଛି। ଏନେଇ କାର୍ତ୍ତିକ […] The post ୪୦୦ କୋଟି ପାର୍‌ କଲା ‘ଭୁଲ୍‌ ଭୁଲୈୟା ୩’ appeared first on Dharitri Odia News.

୪୦୦ କୋଟି ପାର୍‌ କଲା ‘ଭୁଲ୍‌ ଭୁଲୈୟା ୩’

ମୁମ୍ବାଇ: ଦୀପାବଳି ଅବସରରେ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଚଳଚ୍ଚିତ୍ର ‘ଭୁଲ୍‌ ଭୁଲୈୟା ୩’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଅଭିନେତା ଅଜୟ ଦେବଗନଙ୍କ ‘ସିଙ୍ଘମ୍‌ ଏଗେନ୍‌’ ଫିଲ୍ମ ସହ ‘ଭୁଲ୍‌ ଭୁଲୈୟା ୩’ର ବକ୍ସ ଅଫିସ୍‌ ଲଢ଼େଇ ହୋଇଥିଲା। ତେବେ ବକ୍ସ ଅଫିସ ବ୍ୟବସାୟରେ କାର୍ତ୍ତିକଙ୍କ ‘ଭୁଲ୍‌ ଭୁଲୈୟା ୩’ ଅଜୟଙ୍କ ‘ସିଙ୍ଘମ୍‌ ଏଗେନ୍‌’କୁ ପଛରେ ପକାଇଛି। ସୋମବାର ସୁଦ୍ଧା ସମଗ୍ର ବିଶ୍ୱରେ ‘ଭୁଲ୍‌ ଭୁଲୈୟା ୩’ ର ବ୍ୟବସାୟ ୪୦୦ କୋଟି ପାର୍‌ କରିଛି। ଏନେଇ କାର୍ତ୍ତିକ ମଙ୍ଗଳବାର ଇନ୍‌ଷ୍ଟାଗ୍ରାମରେ ଫିଲ୍ମର ଏକ ପୋଷ୍ଟର ଶେୟାର କରି ସୂଚନା ଦେଇଛନ୍ତି। ଫିଲ୍ମଟି ବିଶ୍ୱବ୍ୟାପୀ ୪୦୮.୫୨ କୋଟି ଟଙ୍କା ରୋଜଗାର କରିସାରିଛି ବୋଲି ଏହି ପୋଷ୍ଟରରେ ଦର୍ଶାଯାଇଛି। କାର୍ତ୍ତିକ କ୍ୟାପ୍‌ଶନ୍‌ରେ ଲେଖିଛନ୍ତି, ଯଦି ଫିଲ୍ମ ସହ ଦର୍ଶକ ଆସି ଛିଡ଼ା ହୁଅନ୍ତି ଏବଂ ଫିଲ୍ମର କାହାଣୀକୁ ସେମାନେ ବିଶ୍ୱାସ କରନ୍ତି, ତେବେ ସବୁକିଛି ସମ୍ଭବ। ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ। ଅନେକ ୟୁଜର୍ସ ଏହି ପୋଷ୍ଟରେ କମେଣ୍ଟ ଦେଇ କାର୍ତ୍ତିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ‘ଭୁଲ୍‌ ଭୁଲୈୟା ୩’ ଏବେ ମଧ୍ୟ ଲୋକଙ୍କ ହୃଦୟରେ ରାଜ୍‌ କରୁଛି। ଅନ୍ୟ ଜଣେ ଲେଖିଛନ୍ତି, ଅବ୍‌ କି ବାର ୪୦୦ ପାର। ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ଏହା କେବଳ ରୁହ ବାବାଙ୍କ ସ୍ବାଗ ଯୋଗୁ ସମ୍ଭବ।
‘ଭୁଲ୍‌ ଭୁଲୈୟା ୩’ ଫିଲ୍ମରେ କାର୍ତ୍ତିକଙ୍କ ସହ ଅଭିନେତ୍ରୀ ବିଦ୍ୟା ବଲାନ, ତୃପ୍ତି ଡିମ୍ରି ଓ ମାଧୁରୀ ଦୀକ୍ଷିତ ଓ ଅଭିନେତା ରାଜପାଲ ଯାଦବ ପ୍ରମୁଖ ନଜରକୁ ଆସିଛନ୍ତି। ଅନିଶ ବଜମୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବାରେ ସଫଳ ହୋଇଛି।

The post ୪୦୦ କୋଟି ପାର୍‌ କଲା ‘ଭୁଲ୍‌ ଭୁଲୈୟା ୩’ appeared first on Dharitri Odia News.