କେଜ୍‌ରିଓ୍ବାଲଙ୍କ ଜାମିନ ଉପରେ ଏହି ପଦକ୍ଷେପ ନେଲେ କୋର୍ଟ

ନୂଆଦିଲ୍ଲୀ,୩୦ା୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି (ଏଏପି) ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ ଗୁରୁବାର ରାଉସ ଆଭେନ୍ୟୁ କୋର୍ଟରେ ଜାମିନ ଆବେଦନ କରିଛନ୍ତି। ଏହା ସହିତ ସେ ସ୍ବାସ୍ଥ୍ୟଗତ କାରଣରୁ ୭ ଦିନର ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ଆବେଦନ କରିଥିଲେ। ଏହା ପରେ କୋର୍ଟ ଇଡିଙ୍କୁ ନୋଟିସ ଜାରି କରିଥିଲେ। ବର୍ତ୍ତମାନ ପରବର୍ତ୍ତୀ ଶୁଣାଣି ଜୁନ୍‌ ୧ରେ ହେବ। କେଜ୍‌ରିଓ୍ବାଲଙ୍କ ଆବେଦନ ଉପରେ ଇଡି କହିଛି, ଆମେ କେଜ୍‌ରିଓ୍ବାଲଙ୍କ ନିୟମିତ ଏବଂ ମଧ୍ୟବର୍ତ୍ତୀକାଳୀନ ଜାମିନରେ […] The post କେଜ୍‌ରିଓ୍ବାଲଙ୍କ ଜାମିନ ଉପରେ ଏହି ପଦକ୍ଷେପ ନେଲେ କୋର୍ଟ appeared first on Dharitri Odia News.

କେଜ୍‌ରିଓ୍ବାଲଙ୍କ ଜାମିନ ଉପରେ ଏହି ପଦକ୍ଷେପ ନେଲେ କୋର୍ଟ

ନୂଆଦିଲ୍ଲୀ,୩୦ା୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି (ଏଏପି) ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ ଗୁରୁବାର ରାଉସ ଆଭେନ୍ୟୁ କୋର୍ଟରେ ଜାମିନ ଆବେଦନ କରିଛନ୍ତି। ଏହା ସହିତ ସେ ସ୍ବାସ୍ଥ୍ୟଗତ କାରଣରୁ ୭ ଦିନର ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ଆବେଦନ କରିଥିଲେ। ଏହା ପରେ କୋର୍ଟ ଇଡିଙ୍କୁ ନୋଟିସ ଜାରି କରିଥିଲେ। ବର୍ତ୍ତମାନ ପରବର୍ତ୍ତୀ ଶୁଣାଣି ଜୁନ୍‌ ୧ରେ ହେବ।

କେଜ୍‌ରିଓ୍ବାଲଙ୍କ ଆବେଦନ ଉପରେ ଇଡି କହିଛି, ଆମେ କେଜ୍‌ରିଓ୍ବାଲଙ୍କ ନିୟମିତ ଏବଂ ମଧ୍ୟବର୍ତ୍ତୀକାଳୀନ ଜାମିନରେ ଉତ୍ତର ଦାଖଲ କରିବୁ। ଇଡି ପାଇଁ ହାଜର ହୋଇଥିବା ଆଡ୍‌ଭୋକେଟ ଏସ୍‌.ଭି ରାଜୁ କହିଛନ୍ତି୍‌, କେଜ୍‌ରିଓ୍ବାଲ ସବୁଆଡ଼େ ପ୍ରଚାର କରୁଛନ୍ତି, ସେ ଅନେକ ସ୍ଥାନ ପରିଦର୍ଶନ କରୁଛନ୍ତି ଏବଂ ରାଲିରେ ସମ୍ବୋଧିତ କରୁଛନ୍ତି। ତାଙ୍କ ସ୍ବାସ୍ଥ୍ୟ ତାଙ୍କୁ ପ୍ରଚାରରେ ଅଟକାଉ ନାହିଁ।

କେଜ୍‌ରିଓ୍ବାଲଙ୍କ ଆବେଦନକୁ ଜବାବ ଦେଇ ଏସ୍‌.ଭି ରାଜୁ କହିଛନ୍ତି, ମୁଁ ବର୍ତ୍ତମାନ ଏକ କପି ପାଇଛି। ମୋର ଉତ୍ତର ଦାଖଲ କରିବାକୁ ମୋତେ ସମୟ ଦରକାର। ଶେଷ ମୁହୂର୍ତ୍ତରେ ଜାମିନ ଆବେଦନ କରାଯାଇଛି, ତାଙ୍କ ଆଚରଣ ଯୋଗୁ ତାଙ୍କୁ ଜାମିନ ମିଳିବ ନାହିଁ।

ସୂଚନାଯୋଗ୍ୟ, ଲୋକ ସଭା ନିର୍ବାଚନରେ ପ୍ରଚାର କରିବା ପାଇଁ କେଜ୍‌ରିଓ୍ବାଲଙ୍କୁ ମେ’ ୧୦ରେ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ ଏବଂ ଜୁନ୍‌ ୨ରେ ଆତ୍ମସମର୍ପଣ କରିବାକୁ କୁହାଯାଇଛି।

The post କେଜ୍‌ରିଓ୍ବାଲଙ୍କ ଜାମିନ ଉପରେ ଏହି ପଦକ୍ଷେପ ନେଲେ କୋର୍ଟ appeared first on Dharitri Odia News.