ଆଖିବୁଜିଲା ଅସୁସ୍ଥ ମାଈ ହାତୀ, ଜଙ୍ଗଲରେ ଚାଲିଥିଲା ଚିକିତ୍ସା

ବଣାଇ ୧୬/୦୮: ଆଖିବୁଜିଲା ଅସୁସ୍ଥ ମାଇ ହାତୀ । ଦୀର୍ଘଦିନ ଚିକିତ୍ସା ପରେ ହାତୀର ମୃତ୍ୟୁ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକର ତାମଡା ରେଞ୍ଜର ଗୁରୁଣ୍ଡିଆ ସେକ୍ସନର ଡୁମୁରି ମୁଣ୍ଡା ଜଙ୍ଗଲ ନିକଟରେ ଘଟିଛି ଏହି ଅଘଟଣ । ସୂଚନା ଥାଉକି, ମାଈ ହାତୀ ବୁଲୁଥିବାର ବନ କର୍ମଚାରୀ ତାକୁ ଟ୍ରାକ କରିଥିଲେ । ଟ୍ରାକ୍ କରି ଦେଖିବା ପରେ ଜାଣିବାକୁ ପାଇଥିଲେ ଯେ ସେ ଅସୁସ୍ଥ ଅଛି । ବନ କର୍ମଚାରୀ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ହାତୀକୁ ଦେଖିବା ପରେ ତାର ତୁରନ୍ତ ଚିକିତ୍ସା ଆରମ୍ଭ କରି ଥିଲେ । ପ୍ରାୟ ତିନି ଚାରିଦିନ ଚିକିତ୍ସା କରିବା ପରେ ଆଜି ତାର ମୃତ୍ୟୁ ହୋଇଛି । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  

ଆଖିବୁଜିଲା ଅସୁସ୍ଥ ମାଈ ହାତୀ, ଜଙ୍ଗଲରେ ଚାଲିଥିଲା ଚିକିତ୍ସା

ବଣାଇ ୧୬/୦୮: ଆଖିବୁଜିଲା ଅସୁସ୍ଥ ମାଇ ହାତୀ । ଦୀର୍ଘଦିନ ଚିକିତ୍ସା ପରେ ହାତୀର ମୃତ୍ୟୁ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକର ତାମଡା ରେଞ୍ଜର ଗୁରୁଣ୍ଡିଆ ସେକ୍ସନର ଡୁମୁରି ମୁଣ୍ଡା ଜଙ୍ଗଲ ନିକଟରେ ଘଟିଛି ଏହି ଅଘଟଣ । 

ସୂଚନା ଥାଉକି, ମାଈ ହାତୀ ବୁଲୁଥିବାର ବନ କର୍ମଚାରୀ ତାକୁ ଟ୍ରାକ କରିଥିଲେ । ଟ୍ରାକ୍ କରି ଦେଖିବା ପରେ ଜାଣିବାକୁ ପାଇଥିଲେ ଯେ ସେ ଅସୁସ୍ଥ ଅଛି । ବନ କର୍ମଚାରୀ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ହାତୀକୁ ଦେଖିବା ପରେ ତାର ତୁରନ୍ତ ଚିକିତ୍ସା ଆରମ୍ଭ କରି ଥିଲେ । ପ୍ରାୟ ତିନି ଚାରିଦିନ ଚିକିତ୍ସା କରିବା ପରେ ଆଜି ତାର ମୃତ୍ୟୁ ହୋଇଛି । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।