ଆକାଶଛୁଆଁ ପରିବା ଦର, ବଢିଲା ଗ୍ରାହକଙ୍କ ଅସନ୍ତୋଷ
ଚଣ୍ଡୀଖୋଲ ୧୩/୦୬: ପରିବା ଦର ଆକାଶଛୁଆଁ ପ୍ରତ୍ୟେକ ଦିନ ହୁ ହୁ ହୋଇ ବଢ଼ି ଚାଲିଛି ପରିବା ଦର । ଚଣ୍ଡୀଖୋଲ ପରିବା ମାର୍କେଟରେ ମଧ୍ୟ ସମାନ ଅବସ୍ଥା । ପରିବା ମାର୍କେଟରେ ଆକାଶଛୁଆଁ ହୋଇଛି ପରିବା ଦର । ପୋଟଳ ୬୦ ଟଙ୍କା, ଟମାଟୋ ୬୦ଟଙ୍କା, ଜହ୍ନି ୬୦ଟଙ୍କା, କଲରା ୮୦ଟଙ୍କା, କାଙ୍କଡ଼ ୮୦ ଟଙ୍କା, କାକୁଡି ୬୦, ଟଙ୍କା ଝୁଡ଼ଙ୍ଗ ୮୦ ଟଙ୍କା, ବାଇଗଣ ୪୦ ଟଙ୍କା ରହିଛି । ପରିବା ଦର ଉଚ୍ଚା ରହି ଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଉଚ୍ଚା ଦରରେ ପରିବା କିଣା ଯାଉଥିବାରୁ ଉଚ୍ଚା ଦରରେ ବିକ୍ରି କରାଯାଉଛି । ବର୍ଷା ଅଭାବରୁ ଆଖପାଖ ଅଂଚଳର ଚାଷୀ ମାନଙ୍କଠୁ ପରିବା ଆମଦାନୀ ହୋଇପାରୁ ନଥିବାରୁ ଏହିଭଳି ଉଚ୍ଚା ପରିବାର ଉଚ୍ଚା ଦର ରହିଥିବା ବ୍ୟବସାୟୀ କହିଛନ୍ତି । ପରିବା ଦର ଉଚ୍ଚା ରହିଥିବାରୁ ମଧ୍ୟବିତ୍ତ ପରିବାର ଲୋକଙ୍କ ମଧ୍ୟରେ ଵେଶ୍ ଅସନ୍ତୋଷ ଦେଖାଦେଇଛି ।
ଚଣ୍ଡୀଖୋଲ ୧୩/୦୬: ପରିବା ଦର ଆକାଶଛୁଆଁ ପ୍ରତ୍ୟେକ ଦିନ ହୁ ହୁ ହୋଇ ବଢ଼ି ଚାଲିଛି ପରିବା ଦର । ଚଣ୍ଡୀଖୋଲ ପରିବା ମାର୍କେଟରେ ମଧ୍ୟ ସମାନ ଅବସ୍ଥା । ପରିବା ମାର୍କେଟରେ ଆକାଶଛୁଆଁ ହୋଇଛି ପରିବା ଦର ।
ପୋଟଳ ୬୦ ଟଙ୍କା, ଟମାଟୋ ୬୦ଟଙ୍କା, ଜହ୍ନି ୬୦ଟଙ୍କା, କଲରା ୮୦ଟଙ୍କା, କାଙ୍କଡ଼ ୮୦ ଟଙ୍କା, କାକୁଡି ୬୦, ଟଙ୍କା ଝୁଡ଼ଙ୍ଗ ୮୦ ଟଙ୍କା, ବାଇଗଣ ୪୦ ଟଙ୍କା ରହିଛି । ପରିବା ଦର ଉଚ୍ଚା ରହି ଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଉଚ୍ଚା ଦରରେ ପରିବା କିଣା ଯାଉଥିବାରୁ ଉଚ୍ଚା ଦରରେ ବିକ୍ରି କରାଯାଉଛି ।
ବର୍ଷା ଅଭାବରୁ ଆଖପାଖ ଅଂଚଳର ଚାଷୀ ମାନଙ୍କଠୁ ପରିବା ଆମଦାନୀ ହୋଇପାରୁ ନଥିବାରୁ ଏହିଭଳି ଉଚ୍ଚା ପରିବାର ଉଚ୍ଚା ଦର ରହିଥିବା ବ୍ୟବସାୟୀ କହିଛନ୍ତି । ପରିବା ଦର ଉଚ୍ଚା ରହିଥିବାରୁ ମଧ୍ୟବିତ୍ତ ପରିବାର ଲୋକଙ୍କ ମଧ୍ୟରେ ଵେଶ୍ ଅସନ୍ତୋଷ ଦେଖାଦେଇଛି ।