ବିଜେପିର ଲୋକସଭା ପ୍ରାର୍ଥୀ ସୂଚୀରେ ୧୬% ମହିଳା, ସେଥିରୁ ବି ଅଧା ରାଜ ପରିବାରର
ନୂଆଦିଲ୍ଲୀ: ବଂଶବାଦର ରାଜନୀତି ଏବଂ ନାରୀ ଶକ୍ତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ପ୍ରମୁଖ ନେତାଙ୍କ ପ୍ରତିବଦ୍ଧତା ସତ୍ତ୍ୱେ, ବିଜେପି ୨୦୨୪ ଲୋକସଭା ପାଇଁ ମହିଳା ପ୍ରାର୍ଥୀଙ୍କ ଚୟନରେ ଭିନ୍ନ ରୂପ ଦେଖିବାକୁ ମିଳୁଛି । ବିଜେପିର ମହିଳା ପ୍ରାର୍ଥୀଙ୍କ ସୂଚୀ ଉପରେ ନଜର ପକାଇଲେ ଜଣାପଡ଼ୁଛି ଯେ ଅତି କମରେ ୪୦ ମହିଳା ପ୍ରାର୍ଥୀ ରାଜନୈତିକ ଏବଂ ରାଜ ପରିବାର ପୃଷ୍ଠଭୂମିରୁ ଆସୁଥିବା ପରିବାର ସହ ଜଡ଼ିତ ଅଛନ୍ତି ।ଏବେ ସୁଦ୍ଧା ବିଜେପି ୪୧୭ ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଏଥିରୁ ୬୮ (୧୬ ପ୍ରତିଶତରୁ ଅଧିକ) ମହିଳା ଅଛନ୍ତି । ପାର୍ଟି ୨୦୦୯ରେ ୪୫, ୨୦୧୪ରେ ୩୮ ଏବଂ ୨୦୧୯ରେ ୫୫ ମହିଳା ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇଥିଲା ।ପରନୀତ କୌର, ବାଂସୁରୀ ସ୍ୱରାଜ, ସୀତା ସୋରେନ, ଗୀତା କୋଡ଼ା, ଜ୍ୟୋତି ମିର୍ଧା, ଗାୟତ୍ରୀ ସିଦ୍ଧେଶ୍ୱରା, ନବନୀତ ରାଣ, ମାଲଭିକା ଦେବୀ, କୃତି ସିଂହ ଦେବବର୍ମା, ସଙ୍ଗୀତା ସିଂ ଦେଓ ବିଜେପିର ଏବେ ଯାଏର ପ୍ରମୁଖ ମହିଳା ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ଆନ୍ଧ୍ର ପ୍ରଦେଶର ବିଜେପି ଅଧ୍ୟକ୍ଷ ଡି.ପୁରନ୍ଦେଶ୍ୱରୀ, ରାଜମୁନ୍ଦରୀରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି । ମହାରାଷ୍ଟ୍ରରେ ଛଅ ମହିଳା ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇଛି । ଏନସିପି ସହ ନିର୍ବାଚନ ଯାତ୍ରା ଆରମ୍ଭ କରିଥିବା ବର୍ତ୍ତମାନର ସାଂସଦ ଭାରତୀ ପୱାର ଡିଣ୍ଡୋରୀର
ନୂଆଦିଲ୍ଲୀ: ବଂଶବାଦର ରାଜନୀତି ଏବଂ ନାରୀ ଶକ୍ତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ପ୍ରମୁଖ ନେତାଙ୍କ ପ୍ରତିବଦ୍ଧତା ସତ୍ତ୍ୱେ, ବିଜେପି ୨୦୨୪ ଲୋକସଭା ପାଇଁ ମହିଳା ପ୍ରାର୍ଥୀଙ୍କ ଚୟନରେ ଭିନ୍ନ ରୂପ ଦେଖିବାକୁ ମିଳୁଛି । ବିଜେପିର ମହିଳା ପ୍ରାର୍ଥୀଙ୍କ ସୂଚୀ ଉପରେ ନଜର ପକାଇଲେ ଜଣାପଡ଼ୁଛି ଯେ ଅତି କମରେ ୪୦ ମହିଳା ପ୍ରାର୍ଥୀ ରାଜନୈତିକ ଏବଂ ରାଜ ପରିବାର ପୃଷ୍ଠଭୂମିରୁ ଆସୁଥିବା ପରିବାର ସହ ଜଡ଼ିତ ଅଛନ୍ତି ।
ଏବେ ସୁଦ୍ଧା ବିଜେପି ୪୧୭ ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଏଥିରୁ ୬୮ (୧୬ ପ୍ରତିଶତରୁ ଅଧିକ) ମହିଳା ଅଛନ୍ତି । ପାର୍ଟି ୨୦୦୯ରେ ୪୫, ୨୦୧୪ରେ ୩୮ ଏବଂ ୨୦୧୯ରେ ୫୫ ମହିଳା ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇଥିଲା ।
ପରନୀତ କୌର, ବାଂସୁରୀ ସ୍ୱରାଜ, ସୀତା ସୋରେନ, ଗୀତା କୋଡ଼ା, ଜ୍ୟୋତି ମିର୍ଧା, ଗାୟତ୍ରୀ ସିଦ୍ଧେଶ୍ୱରା, ନବନୀତ ରାଣ, ମାଲଭିକା ଦେବୀ, କୃତି ସିଂହ ଦେବବର୍ମା, ସଙ୍ଗୀତା ସିଂ ଦେଓ ବିଜେପିର ଏବେ ଯାଏର ପ୍ରମୁଖ ମହିଳା ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ଆନ୍ଧ୍ର ପ୍ରଦେଶର ବିଜେପି ଅଧ୍ୟକ୍ଷ ଡି.ପୁରନ୍ଦେଶ୍ୱରୀ, ରାଜମୁନ୍ଦରୀରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି । ମହାରାଷ୍ଟ୍ରରେ ଛଅ ମହିଳା ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇଛି । ଏନସିପି ସହ ନିର୍ବାଚନ ଯାତ୍ରା ଆରମ୍ଭ କରିଥିବା ବର୍ତ୍ତମାନର ସାଂସଦ ଭାରତୀ ପୱାର ଡିଣ୍ଡୋରୀରୁ ପୁଣି ଥରେ ନିର୍ବାଚନ ଲଢିବେ । ଛଅ ଥରର ବିଧାୟକ ଏବଂ ଆଦିବାସୀ ନେତା ବିଜୟ ଗାଭତିଙ୍କ ଝିଅ ବିଜେପି ସାଂସଦ ହୀନା ଗଭାତ ନନ୍ଦୁରବାର ଆସନରୁ ତୃତୀୟ ଥର ପାଇଁ ଓହ୍ଲାଇଛନ୍ତି । ବିଜେପିର ଦିବଗନ୍ତ ନେତା ଗୋପୀନାଥ ମୁଣ୍ଡେଙ୍କ ଝିଅ ଏବଂ ବରିଷ୍ଠ ନେତା ପଙ୍କଜା ମୁଣ୍ଡେ ବିଡ଼ ଆସନରୁ ନିର୍ବାଚନ ଲଢିବେ ।
ବର୍ତ୍ତମାନର ସାଂସଦ ରକ୍ଷା ଖଡସେ ପୁଣି ଥରେ ରାଭେରରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ସେହିପରି ଜଳଗାଓଁ ଆସନରୁ ସ୍ମିତା ୱାଗଙ୍କୁ ଏବଂ ଅମରାବତୀ ଆସନରୁ ସାଂସଦ ନଭନୀତ ରାଣାଙ୍କୁ ଦଳ ପ୍ରାର୍ଥୀ କରିଛି ।
ସେହିପରି ମଧ୍ୟପ୍ରଦେଶରେ ଛଅ ମହିଳାଙ୍କୁ ପ୍ରାର୍ଥୀ କରିଛି- ହିମାନ୍ଦ୍ରି ସିଂ (ସହଡୋଲ), ସଂଧ୍ୟା ରାୟ (ଭିଣ୍ଡ), ଲତା ୱାଖେଡେ (ସାଗର), ଅନୀତା ଚୌହ୍ୱାନ (ରତଲାମ), ଭାରତୀ ପାରଧୀ (ବାଲାଘାଟ) ଏବଂ ସାବିତ୍ରୀ ଠାକୁର (ଧାର) ।
କିଛି ରାଜ୍ୟରେ ରାଜପରିବାରୁ ଆସୁଥିବା ପ୍ରାର୍ଥୀ
୨୦୧୯ରେ ତିନିରୁ ବିଜେପି ଏବେ ଯାଏ ରାଜସ୍ଥାନରେ ପାଞ୍ଚ ମହିଳା ପ୍ରାର୍ଥୀଙ୍କୁ ଟିକଟ ଦେଇଛି । ଇନ୍ଦୁ ଦେବୀ ଜାଟଭ, ପ୍ରିୟଙ୍କା ବାଲାନ, ମଞ୍ଜୁ ଶର୍ମା, ଜ୍ୟୋତି ମିର୍ଧା ଏବଂ ମହିମା ବିଶ୍ୱରାଜ ସିଂ । ମହିମା ବିଶ୍ୱରାଜ ସିଂଙ୍କ ସମ୍ପର୍କ ମେଭାଡର ପୂର୍ବତନ ରାଜ ପରିବାର ସହ ଅଛି । ଜୟପୁରର ପ୍ରାର୍ଥୀ ମନୁ ଶର୍ମା ବିଜେପିର ବରିଷ୍ଠ ନେତା ଏବଂ ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ଭଉଁର ଲାଲ ଶର୍ମାଙ୍କ ଝିଅ ।
ଓଡ଼ିଶାର ଏବେ ସୁଦ୍ଧା ଘୋଷଣା ହୋଇଥିବା ଚାରି ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ତିନି ଜଣ ସମ୍ପନ୍ନ ପୃଷ୍ଠଭୂମିରୁ ଆସୁଛନ୍ତି । ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂ ଦେଓ, ପାଟଣାଗଡ଼ ରାଜ ପରିବାରରୁ ଆସୁଛନ୍ତି । ସେହିପରି ମାଲଭିକା କେଶରୀ ଦେଓ କଳାହାଣ୍ଡିର ରାଜ ପରିବାରରୁ ଆସୁଛନ୍ତି । ଅନୀତା ଶୁଭଦର୍ଶିନୀ ୨୦୧୯ରେ ଆସିକା ଲୋକସଭାରୁ ବିଫଳ ହୋଇଥିଲେ । ଏବେ ପୁଣି ଥରେ ତାଙ୍କୁ ସେହି ଆସନରେ ଦଳ ପ୍ରାର୍ଥୀ କରିଛି । ଅନୀତାଙ୍କ ମାଆ ପୂର୍ବତନ ସାଂସଦ ଥିବା ବେଳେ ତାଙ୍କ ବାପା ରାମକୃଷ୍ଣ ପଟ୍ଟନାୟକ ଛଅ ଥର ବିଧାୟକ ଥିଲେ । ୨୦୧୯ରେ ଆଇଏଏସ ଛାଡ଼ିଥିବା ଭୁବନେଶ୍ୱରରୁ ବର୍ତ୍ତମାନର ସାଂସଦ ଅପରାଜିତା ଷଡଙ୍ଗୀକୁ ପାର୍ଟି ପୁଣି ଥରେ ପ୍ରାର୍ଥୀ କରିଛି ।
ଝାଡଖଣ୍ଡରେ ଦେଇଥିବା ତିନି ମହିଳା ପ୍ରାର୍ଥୀ ରାଜନୈତିକ ପୃଷ୍ଠଭୂମିରୁ ଆସିଛନ୍ତି । ତେବେ ବିହାରରେ ବିଜେପି ବର୍ତ୍ତମାନ ସୁଦ୍ଧା କୌଣସି ମହିଳା ପ୍ରାର୍ଥୀଙ୍କୁ ଟିକଟ ଦେଇ ନାହିଁ । ଉତ୍ତର ପ୍ରଦେଶରେ ରେଖା ବର୍ମା ଏବଂ ମେନକା ଗାନ୍ଧୀ ପ୍ରାର୍ଥୀ ହୋଇଛନ୍ତି ।