Budget 2025: ବଜେଟରେ ଶସ୍ତା ହୋଇପାରେ ପେଟ୍ରୋଲ-ଡିଜେଲ୍ ମୂଲ୍ୟ, ଉଦ୍ୟୋଗ ସଂଗଠନ କରିଛି ସୁପାରିସ

ନୂଆଦିଲ୍ଲୀ: ବଜେଟ୍‌ରେ ସାଧାରଣ ଲୋକଙ୍କ ପାଇଁ ବଡ଼ ଘୋଷଣା ହୋଇପାରେ । ସରକାର ବଜେଟ୍‌ରେ ପେଟ୍ରୋଲ-ଡିଜେଲ୍ ମୂଲ୍ୟ ହ୍ରାସ ନେଇ ଘୋଷଣା କରିପାରନ୍ତି । ଅନୁମାନ କରାଯାଉଛି ଯେ ସରକାର ତେଲ ଉପରେ ଲାଗୁ ହେଉଥିବା ଏକ୍ସାଇଜ୍ ଡ୍ୟୁଟି (ଉତ୍ପାଦ ଶୁଳ୍କ)ରେ ବଡ଼ ହ୍ରାସ କରିପାରନ୍ତି । ବର୍ତ୍ତମାନ, ପେଟ୍ରୋଲ ଉପରେ ୧୯.୯୦ ଟଙ୍କା ଏବଂ ଡିଜେଲ୍ ଉପରେ ୧୫.୮୦ ଟଙ୍କା ଉତ୍ପାଦ ଶୁଳ୍କ ରହିଛି । ଜୀ ବିଜନେସ୍‌ ରିପୋର୍ଟ ଅନୁସାରେ ଉଦ୍ୟୋଗ ସଂଗଠନଗୁଡ଼ିକ ଦ୍ୱାରା କରାଯାଇଥିବା ସୁପାରିସ ଆଧାରରେ ସରକାର ବଜେଟରେ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିପାରନ୍ତି ।ପେଟ୍ରୋଲ୍ ଏବଂ ଡିଜେଲ୍ ମୂଲ୍ୟ ଭାରତୀୟ ଅର୍ଥନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହା କେବଳ ସାଧାରଣ ଲୋକଙ୍କ ପାଇଁ ବରଂ ଉଦ୍ୟୋଗଜଗତ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଇନ୍ଧନର ମୂଲ୍ୟ ବୃଦ୍ଧି ହେଲେ, ଏହା ଦରବୃଦ୍ଧିର କାରଣ ପାଲଟିଥାଏ । ଏହାର ବୋଝ ସାଧାରଣ ଜନତାଙ୍କ ପକେଟ୍ ଉପରେ ପଡ଼ିଥାଏ । ଏହି କାରଣରୁ ତୈଳ ଦରରେ ହ୍ରାସ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବା ସହ ଦେଶର ଆର୍ଥିକ ସ୍ଥିରତାକୁ ବି ମଜଭୁତ କରିଥାଏ ।କନ୍‌ଫଡେରେସନ୍ ଅଫ୍ ଇଣ୍ଡିଅନ୍ ଇଣ୍ଡଷ୍ଟ୍ରି (ସିଆଇଆଇ) ସରକାରଙ୍କୁ ପେଟ୍ରୋଲ ଏବଂ ଡିଡେଲ୍ ଉପରେ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିବା ପାଇଁ ସୁପାରିସ୍ କରିଛି । ସିଆଇଆଇ ଏକ ପ୍ରମୁଖ ଉଦ୍ୟୋଗ ସଂଗଠନ ଯିଏ ଭାରତୀୟ ଉଦ୍ୟୋଗଜଗତର ହିତ ରକ୍ଷା କରିଥାଏ । ଏହା ମତରେ ପେଟ୍ରୋଲ୍-ଡିଜେଲ୍ ମୂଲ୍

Budget 2025: ବଜେଟରେ ଶସ୍ତା ହୋଇପାରେ ପେଟ୍ରୋଲ-ଡିଜେଲ୍ ମୂଲ୍ୟ, ଉଦ୍ୟୋଗ ସଂଗଠନ କରିଛି ସୁପାରିସ

ନୂଆଦିଲ୍ଲୀ: ବଜେଟ୍‌ରେ ସାଧାରଣ ଲୋକଙ୍କ ପାଇଁ ବଡ଼ ଘୋଷଣା ହୋଇପାରେ । ସରକାର ବଜେଟ୍‌ରେ ପେଟ୍ରୋଲ-ଡିଜେଲ୍ ମୂଲ୍ୟ ହ୍ରାସ ନେଇ ଘୋଷଣା କରିପାରନ୍ତି । ଅନୁମାନ କରାଯାଉଛି ଯେ ସରକାର ତେଲ ଉପରେ ଲାଗୁ ହେଉଥିବା ଏକ୍ସାଇଜ୍ ଡ୍ୟୁଟି (ଉତ୍ପାଦ ଶୁଳ୍କ)ରେ ବଡ଼ ହ୍ରାସ କରିପାରନ୍ତି । ବର୍ତ୍ତମାନ, ପେଟ୍ରୋଲ ଉପରେ ୧୯.୯୦ ଟଙ୍କା ଏବଂ ଡିଜେଲ୍ ଉପରେ ୧୫.୮୦ ଟଙ୍କା ଉତ୍ପାଦ ଶୁଳ୍କ ରହିଛି । ଜୀ ବିଜନେସ୍‌ ରିପୋର୍ଟ ଅନୁସାରେ ଉଦ୍ୟୋଗ ସଂଗଠନଗୁଡ଼ିକ ଦ୍ୱାରା କରାଯାଇଥିବା ସୁପାରିସ ଆଧାରରେ ସରକାର ବଜେଟରେ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିପାରନ୍ତି ।

ପେଟ୍ରୋଲ୍ ଏବଂ ଡିଜେଲ୍ ମୂଲ୍ୟ ଭାରତୀୟ ଅର୍ଥନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହା କେବଳ ସାଧାରଣ ଲୋକଙ୍କ ପାଇଁ ବରଂ ଉଦ୍ୟୋଗଜଗତ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଇନ୍ଧନର ମୂଲ୍ୟ ବୃଦ୍ଧି ହେଲେ, ଏହା ଦରବୃଦ୍ଧିର କାରଣ ପାଲଟିଥାଏ । ଏହାର ବୋଝ ସାଧାରଣ ଜନତାଙ୍କ ପକେଟ୍ ଉପରେ ପଡ଼ିଥାଏ । ଏହି କାରଣରୁ ତୈଳ ଦରରେ ହ୍ରାସ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବା ସହ ଦେଶର ଆର୍ଥିକ ସ୍ଥିରତାକୁ ବି ମଜଭୁତ କରିଥାଏ ।

କନ୍‌ଫଡେରେସନ୍ ଅଫ୍ ଇଣ୍ଡିଅନ୍ ଇଣ୍ଡଷ୍ଟ୍ରି (ସିଆଇଆଇ) ସରକାରଙ୍କୁ ପେଟ୍ରୋଲ ଏବଂ ଡିଡେଲ୍ ଉପରେ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିବା ପାଇଁ ସୁପାରିସ୍ କରିଛି । ସିଆଇଆଇ ଏକ ପ୍ରମୁଖ ଉଦ୍ୟୋଗ ସଂଗଠନ ଯିଏ ଭାରତୀୟ ଉଦ୍ୟୋଗଜଗତର ହିତ ରକ୍ଷା କରିଥାଏ । ଏହା ମତରେ ପେଟ୍ରୋଲ୍-ଡିଜେଲ୍ ମୂଲ୍ୟରେ ହ୍ରାସ କେବଳ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ମିଳିବ ତାହା ନୁହେଁ ବରଂ ଉଦ୍ୟୋଗଜଗତ ମଧ୍ୟ ଲାଭବାନ ହେବ । ଶେଷ ଥର ପାଇଁ ୨୦୨୨ ମେ ମାସରେ ପେଟ୍ରୋଲ ଉପରେ ଏକ୍ସାଇଜ୍ ଡ୍ୟୁଟି ୧.୪ ଟଙ୍କା ହ୍ରାସ କରାଯାଇଥିଲା । ସେହି ସମୟରେ ଡିଜେଲ ଉପରେ ଲାଗୁଥିବା ଉତ୍ପାଦ ଶୁଳ୍କ ୧.୮ ଟଙ୍କା କମ କରାଯାଇଥିଲା ।