ସୁମିତ ବିଓବିର ବ୍ରାଣ୍ଡ୍ ଆମ୍ବାସାଡର
ଭୁବନେଶ୍ୱର,୨୫।୬: ବ୍ୟାଙ୍କ ଅଫ୍ ବରୋଦା (ବିଓବି) ର ନୂତନ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ଭାରତୀୟ ଟେନିସ୍ ଖେଳାଳି ସୁମିତ ନାଗଲଙ୍କୁ ନିଯୁକ୍ତି ଦିଆଯାଇଛି। ଏପରିକି ଉଦୀୟମାନ ତଥା ପ୍ରତିଭାବାନ ଏବଂ ଉଚ୍ଚାକାଂକ୍ଷୀ ଭାରତୀୟ କ୍ରୀଡ଼ାବିତମାନେ ବିଶ୍ୱସ୍ତରରେ ଶ୍ରେଷ୍ଠ ଖେଳାଳିଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚେଷ୍ଟା କରୁଥିବାରୁ ସେମାନଙ୍କୁ ସହଯୋଗ କରିବା ପାଇଁ ବ୍ୟାଙ୍କର ଦୀର୍ଘଦିନର ନୀତି ସହିତ ଏହି ପଦକ୍ଷେପ ନିଆଯାଇଛି। ୨୬ ବର୍ଷ ବୟସ୍କ ସୁମିତ ନାଗଲଙ୍କୁ ବ୍ୟାଙ୍କ ପକ୍ଷରୁ ରଣନୀତିକ ଭାବେ ଏହି ସେଗମେଣ୍ଟ ପାଇଁ […] The post ସୁମିତ ବିଓବିର ବ୍ରାଣ୍ଡ୍ ଆମ୍ବାସାଡର appeared first on Dharitri Odia News.
ଭୁବନେଶ୍ୱର,୨୫।୬: ବ୍ୟାଙ୍କ ଅଫ୍ ବରୋଦା (ବିଓବି) ର ନୂତନ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ଭାରତୀୟ ଟେନିସ୍ ଖେଳାଳି ସୁମିତ ନାଗଲଙ୍କୁ ନିଯୁକ୍ତି ଦିଆଯାଇଛି। ଏପରିକି ଉଦୀୟମାନ ତଥା ପ୍ରତିଭାବାନ ଏବଂ ଉଚ୍ଚାକାଂକ୍ଷୀ ଭାରତୀୟ କ୍ରୀଡ଼ାବିତମାନେ ବିଶ୍ୱସ୍ତରରେ ଶ୍ରେଷ୍ଠ ଖେଳାଳିଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚେଷ୍ଟା କରୁଥିବାରୁ ସେମାନଙ୍କୁ ସହଯୋଗ କରିବା ପାଇଁ ବ୍ୟାଙ୍କର ଦୀର୍ଘଦିନର ନୀତି ସହିତ ଏହି ପଦକ୍ଷେପ ନିଆଯାଇଛି। ୨୬ ବର୍ଷ ବୟସ୍କ ସୁମିତ ନାଗଲଙ୍କୁ ବ୍ୟାଙ୍କ ପକ୍ଷରୁ ରଣନୀତିକ ଭାବେ ଏହି ସେଗମେଣ୍ଟ ପାଇଁ ଡିଜାଇନ୍ କରାଯାଇଥିବା ବିଭିନ୍ନ ପ୍ରଡକ୍ଟ ସହିତ ଯୁବକ ଏବଂ ନୂଆ ପିଢ଼ିର ଗ୍ରାହକଙ୍କୁ ଟାର୍ଗେଟ କରାଯିବ। ସୁମିତ ବିଓବି ଏଣ୍ଡୋର୍ସର ଏକ ଚମତ୍କାର ଲାଇନ୍ ଅପ୍ରେ ସାମିଲ ହୋଇଛନ୍ତି, ଯେଉଁଥିରେ ବ୍ୟାଡମିଣ୍ଟନ୍ ତାରକା ପିଭି ସିନ୍ଧୁ ଏବଂ କ୍ରିକେଟ୍ର ଯୁବ ଆଇକନ୍ ଶେଫାଲି ବର୍ମା ରହିଛନ୍ତି।
ଏ ସମ୍ପର୍କରେ ବିଓବିର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଦେବଦତ୍ତ ଚାନ୍ଦ କହିଛନ୍ତି, ଭାରତର କିଛି ପ୍ରତିଭାବାନ କ୍ରୀଡ଼ା ପ୍ରତିଭାଙ୍କ ସହ ଭାଗୀଦାରି କରିବା ଏବଂ ସେମାନଙ୍କ କ୍ୟାରିୟରର ପ୍ରାରମ୍ଭରେ ସହଯୋଗ କରିବାର ସମୃଦ୍ଧ ପରମ୍ପରା ରହିଛି। ବିଓବି ପରିବାରରେ ସୁମିତ ନାଗଲଙ୍କୁ ସ୍ବାଗତ କରି ଆମେ ବେଶ୍ ଉତ୍ସାହିତ ଅଛୁ। ସେହିଭଳି ସୁମିତ ନାଗଲ କହିଛନ୍ତି, ବିଓବି ସହ ସାମିଲ୍ ହୋଇ ମୁଁ ଗର୍ବ ଅନୁଭବ କରୁଛି ଏବଂ ମୋ ଉପରେ ଭରସା ରଖିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଉଛି।
The post ସୁମିତ ବିଓବିର ବ୍ରାଣ୍ଡ୍ ଆମ୍ବାସାଡର appeared first on Dharitri Odia News.