ଆକ୍ସନ ମୋଡ୍‌ରେ ସରକାର, ଶ୍ରୀମନ୍ଦିର କାର୍ଯ୍ୟାଳୟର ୩୨ କର୍ମଚାରୀ ବିଦା

ପୁରୀ,୩୧।୮: ଶ୍ରୀମନ୍ଦିର କାର୍ଯ୍ୟାଳୟରେ କାର୍ଯ୍ୟରତ ୩୨ ଜଣ ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ରାଜ୍ୟ ସରକାର ବିଦା କରିଛନ୍ତି। ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ମିଳିଥିବା ଖବର ଜାଣିବା ପରେ ଆକ୍ସନ ମୋଡ୍‌କୁ ଆସିଛନ୍ତି ରାଜ୍ୟ ସରକାର। ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ବିଦା କରିଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି। ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି ଯେ, ପୂର୍ବ ସରକାରରେ ବାରମ୍ବାର […] The post ଆକ୍ସନ ମୋଡ୍‌ରେ ସରକାର, ଶ୍ରୀମନ୍ଦିର କାର୍ଯ୍ୟାଳୟର ୩୨ କର୍ମଚାରୀ ବିଦା appeared first on Dharitri Odia News.

ଆକ୍ସନ ମୋଡ୍‌ରେ ସରକାର, ଶ୍ରୀମନ୍ଦିର କାର୍ଯ୍ୟାଳୟର ୩୨ କର୍ମଚାରୀ ବିଦା

ପୁରୀ,୩୧।୮: ଶ୍ରୀମନ୍ଦିର କାର୍ଯ୍ୟାଳୟରେ କାର୍ଯ୍ୟରତ ୩୨ ଜଣ ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ରାଜ୍ୟ ସରକାର ବିଦା କରିଛନ୍ତି। ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ମିଳିଥିବା ଖବର ଜାଣିବା ପରେ ଆକ୍ସନ ମୋଡ୍‌କୁ ଆସିଛନ୍ତି ରାଜ୍ୟ ସରକାର। ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ବିଦା କରିଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି।

ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି ଯେ, ପୂର୍ବ ସରକାରରେ ବାରମ୍ବାର ପୁନଃ ନିଯୁକ୍ତି ହେବା ଫଳରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ନିଯୁକ୍ତି ସୁଯୋଗ ମଧ୍ୟ ଠପ୍‌ ହୋଇଯାଇଥିଲା। ଏବେ ଭାଜପା ସରକାର ଏ ନିଯୁକ୍ତି ପ୍ରକ୍ରିୟାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି।

ସୂଚନା ମୁତାବକ, ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପୁନଃ ନିଯୁକ୍ତି ପାଇଥିବା ମୋଟ ୩୨ ଜଣ ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ବିଦା କରିଛି ଶ୍ରୀମନ୍ଦିର ପ୍ରଶାସନ। ଗତ ୧୦ ବର୍ଷରେ ଅନେକ ଅଧିକାରୀ ଅବସର ନେବା ପରେ ଓଏସଡି ଭାବେ ମିଳିଥିଲା ପୁନଃ ନିଯୁକ୍ତି ା ଏବେ ଖାଲି ହେବାକୁ ଥିବା ପଦବୀକୁ ଓଡ଼ିଶା ସବୋର୍ଡିନେଟ ଷ୍ଟାଫ କମିଶନ ଜରିଆରେ ପୂରା କରିବାକୁ ସରକାରଙ୍କୁ ସୁପାରିସ ହୋଇଛି।

The post ଆକ୍ସନ ମୋଡ୍‌ରେ ସରକାର, ଶ୍ରୀମନ୍ଦିର କାର୍ଯ୍ୟାଳୟର ୩୨ କର୍ମଚାରୀ ବିଦା appeared first on Dharitri Odia News.