ପୋଲିଂ ବୁଥକୁ ଯିବାବେଳେ ଢୋଲ ଓ ଥାଳି ବାଡେଇବାକୁ ମହିଳାଙ୍କୁ କହିଲେ ମୋଦି
ନୂଆଦିଲ୍ଲୀ,୨୧।୫: ନିଜର କଲ୍ୟାଣକାରୀ ସ୍କିମ ବିଷୟରେ କହି ମଙ୍ଗଳବାର ନିଜ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତର ପ୍ରଦେଶର ବାରାଣସୀରେ ଭାଜପା ପକ୍ଷରୁ ଆୟୋଜିତ ମହିଳା ସମାବେଶରେ ମୋଦି ସମ୍ବୋଧନ କରି ଭୋଟିଂ ହାର ବୃଦ୍ଧି କରିବା ପାଇଁ କହିଛନ୍ତି। ସେ ମହିଳାମାନଙ୍କୁ ପୋଲିଂ ବୁଥକୁ ଯିବା ସମୟରେ ଢୋଲ ଓ ଥାଳି ବାଡେଇବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଜଣେ ଜଣେ ଭଉଣୀ ଆଉ ୨୫ରୁ ୩୦ ଜଣ ଭଉଣୀଙ୍କୁ […] The post ପୋଲିଂ ବୁଥକୁ ଯିବାବେଳେ ଢୋଲ ଓ ଥାଳି ବାଡେଇବାକୁ ମହିଳାଙ୍କୁ କହିଲେ ମୋଦି appeared first on Dharitri Odia News.
ନୂଆଦିଲ୍ଲୀ,୨୧।୫: ନିଜର କଲ୍ୟାଣକାରୀ ସ୍କିମ ବିଷୟରେ କହି ମଙ୍ଗଳବାର ନିଜ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତର ପ୍ରଦେଶର ବାରାଣସୀରେ ଭାଜପା ପକ୍ଷରୁ ଆୟୋଜିତ ମହିଳା ସମାବେଶରେ ମୋଦି ସମ୍ବୋଧନ କରି ଭୋଟିଂ ହାର ବୃଦ୍ଧି କରିବା ପାଇଁ କହିଛନ୍ତି। ସେ ମହିଳାମାନଙ୍କୁ ପୋଲିଂ ବୁଥକୁ ଯିବା ସମୟରେ ଢୋଲ ଓ ଥାଳି ବାଡେଇବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।
ସେ କହିଛନ୍ତି, ଜଣେ ଜଣେ ଭଉଣୀ ଆଉ ୨୫ରୁ ୩୦ ଜଣ ଭଉଣୀଙ୍କୁ ଏକାଠି କରନ୍ତୁ। ଏହାପରେ ରାସ୍ତାରେ ଯିବାବେଳେ ଢୋଲ ଓ ଥାଳି ବଜାନ୍ତୁ। ଗୀତ ବି ଗାଆନ୍ତୁ। ଯଦି ଦିନ ୧୦ଟା ସୁଦ୍ଧା ଆମେ ଗୋଟିଏ ବୁଥରେ ଏପରି ୨୦/୨୫ ଶୋଭାଯାତ୍ରା ବାହାର କରିଦେବା, ତା’ହେଲେ ଆପଣମାନଙ୍କ ପୋଲିଂ ବୁଥରେ ସବୁଠାରୁ ଅଧିକ ଭୋଟିଂ ପଡି ଯାଇଥିବ।
The post ପୋଲିଂ ବୁଥକୁ ଯିବାବେଳେ ଢୋଲ ଓ ଥାଳି ବାଡେଇବାକୁ ମହିଳାଙ୍କୁ କହିଲେ ମୋଦି appeared first on Dharitri Odia News.