+୨ ପରୀକ୍ଷା ଖାତା ମୂଲ୍ୟାଙ୍କନ ଆରମ୍ଭ
ଭଞ୍ଜନଗର,୨।୪(ବାବୁଲା ପ୍ରଧାନ): ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ ବୁଧବାରଠାରୁ ଆରମ୍ଭ ହୋଇଛି। ରାଜ୍ୟ ସରକାର ଚଳିତ ବର୍ଷ ମାଟ୍ରିକ, ଯୁକ୍ତ ୨ ଏବଂ ଯୁକ୍ତ ୩ ପରୀକ୍ଷା ଫଳ ନିର୍ଦ୍ଧାରିତ ସମୟରେ ପ୍ରକାଶିତ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ବିଭାଗୀୟ ଉଚ୍ଚ ପଦାଧିକାରୀମାନେ ବାରମ୍ବାର ଅଗ୍ରଗତି ନେଇ ସମୀକ୍ଷା କରୁଛନ୍ତି। ବର୍ତ୍ତମାନ ମାଟ୍ରିକ ମୂଲ୍ୟାଙ୍କନ ଚାଲିଥିବା ବେଳେ ବୁଧବାର ଠାରୁ ରାଜ୍ୟରେ ଯୁକ୍ତ ୨ କଳା, ବାଣିଜ୍ୟ, ବିଜ୍ଞାନ ଏବଂ ଭୋକେଶନାଲ ଖାତା […] The post +୨ ପରୀକ୍ଷା ଖାତା ମୂଲ୍ୟାଙ୍କନ ଆରମ୍ଭ appeared first on Dharitri Odia News.
ଭଞ୍ଜନଗର,୨।୪(ବାବୁଲା ପ୍ରଧାନ): ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ ବୁଧବାରଠାରୁ ଆରମ୍ଭ ହୋଇଛି। ରାଜ୍ୟ ସରକାର ଚଳିତ ବର୍ଷ ମାଟ୍ରିକ, ଯୁକ୍ତ ୨ ଏବଂ ଯୁକ୍ତ ୩ ପରୀକ୍ଷା ଫଳ ନିର୍ଦ୍ଧାରିତ ସମୟରେ ପ୍ରକାଶିତ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ବିଭାଗୀୟ ଉଚ୍ଚ ପଦାଧିକାରୀମାନେ ବାରମ୍ବାର ଅଗ୍ରଗତି ନେଇ ସମୀକ୍ଷା କରୁଛନ୍ତି। ବର୍ତ୍ତମାନ ମାଟ୍ରିକ ମୂଲ୍ୟାଙ୍କନ ଚାଲିଥିବା ବେଳେ ବୁଧବାର ଠାରୁ ରାଜ୍ୟରେ ଯୁକ୍ତ ୨ କଳା, ବାଣିଜ୍ୟ, ବିଜ୍ଞାନ ଏବଂ ଭୋକେଶନାଲ ଖାତା ମୂଲ୍ୟାୟନ ଆରମ୍ଭ ହୋଇଛି। ଅନଲାଇନ ଏବଂ ଅଫଲାଇନ ମାଧ୍ୟମରେ ମୂଲ୍ୟାଙ୍କନ ହେବ । ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ୭୫ଟି ଅଫଲାଇନ ମୂଲ୍ୟାଙ୍କନ କେନ୍ଦ୍ର ଖୋଲିଥିବା ବେଳେ ୫୭ଟି ଅନଲାଇନ ମୂଲ୍ୟାଙ୍କନ କେନ୍ଦ୍ର ଖୋଲିଛି।
ମୂଲ୍ୟାଙ୍କନ କେନ୍ଦ୍ର ଗୁଡ଼ିକରେ ଯେଭଳି କୌଣସି ଅସୁବିଧା ନ ହେବ ସେଥିପାଇଁ ସମସ୍ତ ପଦକ୍ଷେପ ଆଗୁଆ ନିଆଯାଇଛି। ଏଥିସହ ବିଦ୍ୟୁତ ସେବା ମୂଲ୍ୟାଙ୍କନ ସମୟରେ ଯେଭଳି ବ୍ୟାଘାତ ନ ହେବ ସେଥିପ୍ରତି ସତନ୍ତ୍ର ପଦକ୍ଷେପ ନିଆଯାଇଛି। ଏହିଭଳି ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ (କେଏସ୍ୟୁବି) ମହାବିଦ୍ୟାଳୟରେ ମଧ୍ୟ ଯୁକ୍ତ ୨ ଅଫଲାଇନ ଏବଂ ଅନଲାଇନ ମୂଲ୍ୟାଙ୍କନ କେନ୍ଦ୍ର ଖୋଲିଛି। ଏଥିପାଇଁ ମୂଲ୍ୟାଙ୍କନ କେନ୍ଦ୍ରରେ ସମସ୍ତ ପ୍ରସ୍ତୁତି ସରିଛି।
ବୁଧବାର ଅଧକ୍ଷ ରାଜେନ୍ଦ୍ର କୁମାର ଦାସଙ୍କ ଅଧ୍ୟକ୍ଷତାରେ ମୂଲ୍ୟାଙ୍କନ କିଭଳି ସ୍ବାଭାବିକ ଭାବେ ଚାଲିବ ସେନେଇ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି। ଡେପୁଟି ସୁପରିଟେଣ୍ଡେଣ୍ଟ ବିଭାସ ଦାସ, ଜୋନ ଅଫିସର୍ ରଜନୀ କାନ୍ତ ତ୍ରିପାଠୀ, ବୁଦ୍ଧି ନାଥ ବେହେରା, ସୁନିଲ ଦାସ ସୁନିଲ ଦାସ ଦାୟିତ୍ୱରେ ଅଛନ୍ତି। ଅନଲାଇନ ଦୁଇଟି ସିଫ୍ଟରେ ହେବ।
The post +୨ ପରୀକ୍ଷା ଖାତା ମୂଲ୍ୟାଙ୍କନ ଆରମ୍ଭ appeared first on Dharitri Odia News.