ମେଗା ନିଲାମରେ ୧୨ ମାର୍କି ଖେଳାଳି; ଜେମ୍ସ ଆଣ୍ଡରସନ୍‌ ବୟୋଜ୍ୟେଷ୍ଠ, ସୂର୍ଯ୍ୟବଂଶୀ ସର୍ବକନିଷ୍ଠ

ନୂଆଦିଲ୍ଲୀ ୧୬।୧୧: ଚଳିତମାସିରେ ହେବ ଆଇପିଏଲ୍‌ ୨୦୨୫ ମେଗା ଅକ୍ସନ । ଏବେ ଆସିଛି ଚୂଡାନ୍ତ ତାଲିକା । ଅକ୍ସନରେ ରେଜିଷ୍ଟେସନ୍‌ କରିଥିଲେ ୧୫୭୪ ଭାରତୀୟ । ଚୂଡାନ୍ତ ହୋଇଛନ୍ତି ମାତ୍ର ୫୭୪ଜଣ ଖେଳାଳି । ଏମାନଙ୍କ ମଧ୍ୟରେ ୩୬୬ଜଣ ଭାରତୀୟ ଓ ୨୦୮ ଜଣ ବିଦେଶୀ ଓ ୩ଜଣ ଆଇସିସି ଅସ୍ଥାୟୀ ସଦସ୍ୟ ରାଷ୍ଟ୍ରର ଖେଳାଳି ରହିଛନ୍ତି । ତେବେ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିନଥିବା ପ୍ଲେୟରଙ୍କ ଲିଷ୍ଟରେ ରହିଛନ୍ତି ମୋଟ୍‌ ୩୩୦ ଖେଳାଳି । ଏଥିରୁ ୩୧୮ ଜଣ ଭାରତୀୟ ଓ ୧୨ ଜଣ ରହିଛନ୍ତି ବିଦେଶୀ ଖେଳାଳି । ମହେନ୍ଦ୍ର ସିଂହ ଧୋନି, ମୋହିତ ଶର୍ମା ଓ ସନ୍ଦିପ ଶର୍ମା ମଧ୍ୟ ଏହି ତାଲିକାରେ ରହିଛନ୍ତି । ୮୧ଜଣ ଖେଳାଳିଙ୍କ ବେସ୍‌ ପ୍ରାଇସ୍‌ ଅର୍ଥାତ୍‌ ସର୍ବାଧିକ ଦାମ୍‌ ୨କୋଟି ରହିଛି । ସେହିପରି ୧.୫କୋଟି ଲିଷ୍ଟରେ ୨୭ ଖେଳାଳି, ୧.୨୫କୋଟି ଟଙ୍କା ଲିଷ୍ଟରେ ୧୮, ୧ କୋଟି ବେସ୍‌ ପ୍ରାଇସ୍‌ରେ ୨୩, ୭୫ଲକ୍ଷ ଲିଷ୍ଟରେ ୯୨ଜଣ , ୫୦ଲକ୍ଷ ଟଙ୍କା ଲିଷ୍ଟରେ ୮, ୪୦ଲକ୍ଷ ଟଙ୍କା ଲିଷ୍ଟରେ ୪ ଓ ୩୦ଲକ୍ଷ ଟଙ୍କା ତାଲିକାରେ ୩୨୦ ଜଣ ପ୍ଲେୟରଙ୍କ ନାଁ ରହିଛି । ମାର୍କି ଖେଳାଳି ତାଲିକାରେ ୧୨ଜଣଙ୍କ ନାମ ରହିଛି । ଭାରତର ଶ୍ରେୟାସ ଆୟର, ରିଷଭ ପନ୍ତ, କେଏଲ ରାହୁଲ, ଅର୍ଶଦୀପ ସିଂହ, ମହମ୍ମଦ ସାମି, ୟୁଝବେନ୍ଦ୍ର ଚହଲ, ମହମ୍ମଦ ସିରାଜ, ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ, ଇଂଲଣ୍ଡର ଜୋସ ବଟଲର, ଲାଏମ ଲିଭିଙ୍ଗଷ୍ଟୋନ, ଦକ୍ଷିଣ ଆଫ୍ରିକାର ଡେଭିଡ୍‌ ମିଲର ଓ କାଗିସୋ

ମେଗା ନିଲାମରେ ୧୨ ମାର୍କି ଖେଳାଳି; ଜେମ୍ସ ଆଣ୍ଡରସନ୍‌ ବୟୋଜ୍ୟେଷ୍ଠ, ସୂର୍ଯ୍ୟବଂଶୀ ସର୍ବକନିଷ୍ଠ

ନୂଆଦିଲ୍ଲୀ ୧୬।୧୧: ଚଳିତମାସିରେ ହେବ ଆଇପିଏଲ୍‌ ୨୦୨୫ ମେଗା ଅକ୍ସନ । ଏବେ ଆସିଛି ଚୂଡାନ୍ତ ତାଲିକା । ଅକ୍ସନରେ ରେଜିଷ୍ଟେସନ୍‌ କରିଥିଲେ ୧୫୭୪ ଭାରତୀୟ । ଚୂଡାନ୍ତ ହୋଇଛନ୍ତି ମାତ୍ର ୫୭୪ଜଣ ଖେଳାଳି । ଏମାନଙ୍କ ମଧ୍ୟରେ ୩୬୬ଜଣ ଭାରତୀୟ ଓ ୨୦୮ ଜଣ ବିଦେଶୀ ଓ ୩ଜଣ ଆଇସିସି ଅସ୍ଥାୟୀ ସଦସ୍ୟ ରାଷ୍ଟ୍ରର ଖେଳାଳି ରହିଛନ୍ତି । ତେବେ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିନଥିବା ପ୍ଲେୟରଙ୍କ ଲିଷ୍ଟରେ ରହିଛନ୍ତି ମୋଟ୍‌ ୩୩୦ ଖେଳାଳି । ଏଥିରୁ ୩୧୮ ଜଣ ଭାରତୀୟ ଓ ୧୨ ଜଣ ରହିଛନ୍ତି ବିଦେଶୀ ଖେଳାଳି । 

ମହେନ୍ଦ୍ର ସିଂହ ଧୋନି, ମୋହିତ ଶର୍ମା ଓ ସନ୍ଦିପ ଶର୍ମା ମଧ୍ୟ ଏହି ତାଲିକାରେ ରହିଛନ୍ତି । ୮୧ଜଣ ଖେଳାଳିଙ୍କ ବେସ୍‌ ପ୍ରାଇସ୍‌ ଅର୍ଥାତ୍‌ ସର୍ବାଧିକ ଦାମ୍‌ ୨କୋଟି ରହିଛି । ସେହିପରି ୧.୫କୋଟି ଲିଷ୍ଟରେ ୨୭ ଖେଳାଳି, ୧.୨୫କୋଟି ଟଙ୍କା ଲିଷ୍ଟରେ ୧୮, ୧ କୋଟି ବେସ୍‌ ପ୍ରାଇସ୍‌ରେ ୨୩, ୭୫ଲକ୍ଷ ଲିଷ୍ଟରେ ୯୨ଜଣ , ୫୦ଲକ୍ଷ ଟଙ୍କା ଲିଷ୍ଟରେ ୮, ୪୦ଲକ୍ଷ ଟଙ୍କା ଲିଷ୍ଟରେ ୪ ଓ ୩୦ଲକ୍ଷ ଟଙ୍କା ତାଲିକାରେ ୩୨୦ ଜଣ ପ୍ଲେୟରଙ୍କ ନାଁ ରହିଛି । 

ମାର୍କି ଖେଳାଳି ତାଲିକାରେ ୧୨ଜଣଙ୍କ ନାମ ରହିଛି । ଭାରତର ଶ୍ରେୟାସ ଆୟର, ରିଷଭ ପନ୍ତ, କେଏଲ ରାହୁଲ, ଅର୍ଶଦୀପ ସିଂହ, ମହମ୍ମଦ ସାମି, ୟୁଝବେନ୍ଦ୍ର ଚହଲ, ମହମ୍ମଦ ସିରାଜ, ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ, ଇଂଲଣ୍ଡର ଜୋସ ବଟଲର, ଲାଏମ ଲିଭିଙ୍ଗଷ୍ଟୋନ, ଦକ୍ଷିଣ ଆଫ୍ରିକାର ଡେଭିଡ୍‌ ମିଲର ଓ କାଗିସୋ ରାବାଡା ରହିଛନ୍ତି । 

ନିଲାମ ତାଲିକାରୁ ବାଦ ପଡ଼ିଥିବା ଖେଳାଳିଙ୍କ ମଧ୍ୟରେ ଇଂଲଣ୍ଡର ଜୋଫ୍ରା ଆର୍ଚର, ଅଷ୍ଟ୍ରେଲିଆର କାମେରନ ଗ୍ରୀନ ପ୍ରମୁଖ ବଡ଼ ନାମ ରହିଛି । ନିକଟରେ ଅବସର ନେଇଥିବା ଇଂଲଣ୍ଡର ପ୍ରସିଦ୍ଧ ପେସ୍‌ ବୋଲର ଜେମ୍ସ ଆଣ୍ଡରସନ୍‌ ପ୍ରଥମ କରି ଆଇପିଏଲ୍‌ ଖେଳିବାକୁ ମନ ବଳାଇଛନ୍ତି ଓ ତାଙ୍କୁ ଚୂଡ଼ାନ୍ତ ତାଲିକାରେ ସ୍ଥାନ ମିଳିଛି । ଆଣ୍ଡରସନଙ୍କ ମୂଳ ମୂଲ୍ୟ ଦେଢ କୋଟି ଟଙ୍କା ରହିଛି । ତାଲିକାରେ ସେ ବୟୋଜ୍ୟେଷ୍ଠ । 

ସେହିପରି କନିଷ୍ଠ ଖେଳାଳି ଭାବେ ତାଲିକାରେ ସ୍ଥାନ ପାଇଛନ୍ତି ବିହାରର ବାମ ହାତି ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ । ତାଙ୍କ ବୟସ ୧୩ ବର୍ଷ । ସେ ଇତି ମଧ୍ୟରେ ୫ଟି ରଣଜୀ ଟ୍ରଫି ମ୍ୟାଚ୍‌ ଖେଳିସାରିଛନ୍ତି । ଭାରତର ୧୯ବର୍ଷରୁ କମ୍‌ ଦଳରେ ସ୍ଥାନ ପାଇ ସେ ଅଷ୍ଟ୍ରେଲିଆ ୧୯ବର୍ଷରୁ କମ୍‌ ଦଳ ବିପକ୍ଷରେ ଶତକ ଅର୍ଜନ କରି ଫ୍ରାଞ୍ଚାଇଜଙ୍କୁ ଆକର୍ଷିତ କରିଥିଲେ । 

ଶ୍ରୀଲଙ୍କାର ଜଣେ ୧୯ବର୍ଷରୁ କମ୍‌ ଖେଳାଳି ଚୂଡ଼ାନ୍ତ ତାଲିକାରେ ରହିଛନ୍ତି । ତାଙ୍କ ନାମ ଡୁମିଣ୍ଡୁ ସେୱମିନା । ୧୨ଜଣ ମାର୍କି ଖେଳାଳିଙ୍କୁ ୨ଭାଗ କରାଯାଇଛି । ଉଭୟ ଭାଗରେ ୬ଜଣ ଲେଖାଏଁ ସ୍ଥାନ ପାଇଛନ୍ତି । ପ୍ରଥମ ଭାଗରେ ବଟଲର, ଆୟର, ପନ୍ତ, ରାବାଡା, ଅର୍ଶଦୀପ ଓ ଷ୍ଟାର୍କ ରହିଛନ୍ତି । ସେହିପରି ଦ୍ୱିତୀୟ ଭାଗରେ ଚହଲ, ଲିଭିଙ୍ଗଷ୍ଟୋନ, ମିଲର, ରାହୁଲ, ସାମି ଓ ସିରାଜଙ୍କୁ ସ୍ଥାନ ମିଳିଛି ।