ଗୁଳିମାଡ ପରେ ବି କ୍ରାଇମ ଛାଡିନଥିଲା କ୍ରିମିନାଲ
ଭୁବନେଶ୍ୱର: ଏୟାରଫିଲଡ଼ ଲବଣଗିରି ଥାନା ଲୁଟ ଓ ଡେଥ ଘଟଣାର ପର୍ଦ୍ଦାଫାସ। ୨ ଦିନ ପରେ ଦ୍ବିତୀୟ ଅଭିଯୁକ୍ତ ହାର୍ଡକୋର... The post ଗୁଳିମାଡ ପରେ ବି କ୍ରାଇମ ଛାଡିନଥିଲା କ୍ରିମିନାଲ appeared first on .
ଭୁବନେଶ୍ୱର: ଏୟାରଫିଲଡ଼ ଲବଣଗିରି ଥାନା ଲୁଟ ଓ ଡେଥ ଘଟଣାର ପର୍ଦ୍ଦାଫାସ। ୨ ଦିନ ପରେ ଦ୍ବିତୀୟ ଅଭିଯୁକ୍ତ ହାର୍ଡକୋର ବିଧାତାକୁ କାବୁ କରିଛି ପୋଲିସ। ଗୁଳିମାଡ ପରେ ବି କ୍ରାଇମ ଛାଡିନଥିଲା କ୍ରିମିନାଲ। ଝାଡ଼ଖଣ୍ଡରୁ ଲୁଟିବା ପାଇଁ ବାଇକରେ ଭୁବନେଶ୍ୱର ଆସୁଥିଲା। ଚେନ ଝାମ୍ପିବା ସହ ଜୀବନ ନେବାକୁ ମଧ୍ୟ ପଛାଉନଥିଲା। ବଡ଼ବିଲରୁ କାବୁ କରିବା ପରେ ସିନ ରିକ୍ରିଏସନ କଲା ପୋଲିସ। ଏୟାରଫିଲଡ଼ ଥାନା ଲବଣଗିରିରେ ଲହୁଲୁହାଣ କରି ଜଣେ ମହିଳାଙ୍କୁ ମାରିବା ପରେ ପୋଲିସ ହାତରେ ହାର୍ଡକୋର। ନାଁ ସିନା ବିଧାତା କିନ୍ତୁ ପାଲଟି ଯାଇଥିଲା ମୃତ୍ୟୁଦାତା। ଲୁଟ କରିବା ପରେ ରାଜରାସ୍ତାରେ ବିନା ହେଲମେଟରେ ହିରୋ ଭଳି ବୁଲୁଥିଲେ ଦୁଇ ଲୁଟେରା । ଦୁଇ ଦିନ ତଳେ ଅନ୍ୟତମ ଅଭିଯୁକ୍ତ ରାଜା ନାଇଡୁକୁ ଗିରଫ କରାଯାଇଥିବା ବେଳେ ଆଜି ବିଧାତା ହାତରେ ପଡିଛି ହାତକଡି। ଗିରଫ ପରେ ବିଧାତାକୁ ପ୍ରଥମେ ସେ ଭଡାରେ ରହୁଥିବା କଲ୍ୟାଣ ପ୍ଲାଜା ଆପାର୍ଟମେଣ୍ଟ , ଘଟଣା ଘଟିଥିବା ସ୍ଥାନକୁ ନେଇ କ୍ରାଇମ ସିନ ରିକ୍ରିଏସନ କରିଛି ପୋଲିସ। ସେପଟେ ଯେଉଁ ବାଇକ ଘଟଣା ଦିନ ବ୍ୟବହାର ହୋଇଥିଲା, ସେ ପଲସର ବାଇକକୁ ଭୁବନେଶ୍ୱର ଷ୍ଟେସନରୁ ସିଜ କରିଛି ପୋଲିସ ।
ସୁନା ପିନ୍ଧିବାର ସଉକ ଯେ କେତେ ଭୟଙ୍କର ହୋଇପାରେ ତାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଥିଲା ଏହି ଘଟଣାରେ । ଲୁଟରେ ବିଷ୍ଣୁ ୟୁ ପାତ୍ର ନାମକ ମହିଳାଙ୍କର ମୃତ୍ୟୁ ଘଟିଥିଲା । ଡିସିପି କିନ୍ତୁ ଥିଲେ ନଛୋଡବନ୍ଦା। ତୁରନ୍ତ ଗଠନ କରିଥିଲେ ୬ ଟି ଟିମ । ଓଡ଼ିଶାରେ ୪ ଟି ଟିମ ଚଢ଼ାଉ କରୁଥିବା ବେଳେ ୨ ଟି ଟିମ ଝାଡ଼ଖଣ୍ଡରେ କରିଥିଲା ମାରାଥନ ରେଡ । ରେକର୍ଡ ସଂଖ୍ୟକ ୪ ଶହ ସିସିଟିଭି ଯାଞ୍ଚ କରିଥିଲା ପୋଲିସ । ୭୬ ହାର୍ଡକୋରଙ୍କୁ ବିଭିନ୍ନ ଜେଲରେ ପଚରାଉଚରା ମଧ୍ୟ କରାଯାଇଥିଲା। ଶେଷରେ ଏହି ଦୁଇ ପେସାଦାରଙ୍କୁ ଧରିବା ସହ ସେମାନଙ୍କ କ୍ରାଇମ ହିଷ୍ଟ୍ରି ଅଣ୍ଡାଳୁଛି କମିଶନରେଟ ପୋଲିସ।
The post ଗୁଳିମାଡ ପରେ ବି କ୍ରାଇମ ଛାଡିନଥିଲା କ୍ରିମିନାଲ appeared first on .