ବିଜେପିର ଦଳୀୟ କାର୍ଯ୍ୟକ୍ରମରେ ନିଲମ୍ବିତ ନେତା
ନନ୍ଦିଘୋଷ ବ୍ୟୁରୋ: ନିଲମ୍ଵିତ ହେବା ସତ୍ତ୍ଵେ ଦଳୀୟ କାର୍ଯ୍ୟକ୍ରମରେ ବିଜେପି କର୍ମୀ। ଖୋର୍ଦ୍ଧାରେ ଏହି ଦୃଶ୍ଯ ଦେଖିବାକୁ ମିଳିଛି। ଦଳ... The post ବିଜେପିର ଦଳୀୟ କାର୍ଯ୍ୟକ୍ରମରେ ନିଲମ୍ବିତ ନେତା appeared first on .
ନନ୍ଦିଘୋଷ ବ୍ୟୁରୋ: ନିଲମ୍ଵିତ ହେବା ସତ୍ତ୍ଵେ ଦଳୀୟ କାର୍ଯ୍ୟକ୍ରମରେ ବିଜେପି କର୍ମୀ। ଖୋର୍ଦ୍ଧାରେ ଏହି ଦୃଶ୍ଯ ଦେଖିବାକୁ ମିଳିଛି। ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ କିଛି ଦିନ ତଳେ ନିକୁଞ୍ଚ ପଟ୍ଟନାୟକଙ୍କୁ ବିଜେପି ନିଲମ୍ବିତ କରିଥିଲା।କିନ୍ତୁ ଆଜି ଖୋର୍ଦ୍ଧାରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିବାରୁ ଦେଖାଦେଇଛି ବିବାଦ। ଅଭିଯୋଗ ହୋଇଛି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରଚ୍ଛନ୍ନ ପ୍ରୋତ୍ସାହନରେ ନିକୁଞ୍ଜ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଜିଲ୍ଲା ସଭାପତି ରଶ୍ମି ରଂଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି କାର୍ୟ୍ଯକ୍ରମ ହୋଇଥିଲା। ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗ ଦେଇ ଏଥିରେ ସଦସ୍ୟ ଅଭିଯାନ ସମ୍ପର୍କରେ ସୂଚନା ଦେଇଥିଲେ। ସସପେଣ୍ଡ ହୋଇଥିବା କର୍ମୀ କେମିତି ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଲେ ବୋଲି ପ୍ରଶ୍ନ ହେବାରୁ ସାଂସଦ ଏହାକୁ ଏଡ଼ାଇ ଚାଲି ଯାଇଥିଲେ। ସେପଟେ କିନ୍ତୁ ଜିଲ୍ଲା ସଭାପତି ଥିଲେ ଅସହାୟ। ପ୍ରଶ୍ନ ଶୁଣି କିଂକର୍ତ୍ତବ୍ୟ ବିମୁଢ଼ ହୋଇ ସେ କହିଥିଲେ, ପରିବାର କଥା। ନିକୁଞ୍ଚଙ୍କୁ କେହି ଡାକି ନାହାନ୍ତି। କିନ୍ତୁ ଯଦି ଆସିଛନ୍ତି, କଣ କରାଯିବ।
The post ବିଜେପିର ଦଳୀୟ କାର୍ଯ୍ୟକ୍ରମରେ ନିଲମ୍ବିତ ନେତା appeared first on .