ରୋଗୀ ବେଶରେ ଆସି ଧରିଲା ପୋଲିସ 

କଟକ,୧୧ା୨(କାର୍ତ୍ତିକ ସାହୁ): ରୋଗୀ ବେଶରେ ପୋଲିସ ଆସିଲେ। ଘରୋଇ ମେଡିକାଲକୁ ରୋଗୀ ନେବାକୁ ସୁଯୋଗ ଖୋଜୁଥିବା ଦଲାଲଙ୍କୁ ଧରିଲେ। ପୋଲିସ ଏଭଳି ଚକମା ଦେଖାଇବ ସେମାନେ ଭାବିବାକୁ ସୁଯୋଗ ବି ପାଇଲେ ନାହିଁ। କମିଶନରେଟ ପୋଲିସର ଏଭଳି ଏକ ଘଟଣା ବେଶ ଚର୍ଚ୍ଚା ପାଲଟିଛି। ୩ ଦଲାଲଙ୍କୁ ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଗୋବିନ୍ଦପୁର ଥାନା ତରଫପଦା ଗ୍ରାମର ସେକ୍‌ ସଇଫୁ ରେହେମାନ(୩୪), ମଧୁପାଟଣା ଥାନା ସାହୁଲେନ୍‌ର ହିମାଂଶୁ ଶେଖର […] The post ରୋଗୀ ବେଶରେ ଆସି ଧରିଲା ପୋଲିସ  appeared first on Dharitri Odia News.

ରୋଗୀ ବେଶରେ ଆସି ଧରିଲା ପୋଲିସ 
କଟକ,୧୧ା୨(କାର୍ତ୍ତିକ ସାହୁ): ରୋଗୀ ବେଶରେ ପୋଲିସ ଆସିଲେ। ଘରୋଇ ମେଡିକାଲକୁ ରୋଗୀ ନେବାକୁ ସୁଯୋଗ ଖୋଜୁଥିବା ଦଲାଲଙ୍କୁ ଧରିଲେ। ପୋଲିସ ଏଭଳି ଚକମା ଦେଖାଇବ ସେମାନେ ଭାବିବାକୁ ସୁଯୋଗ ବି ପାଇଲେ ନାହିଁ। କମିଶନରେଟ ପୋଲିସର ଏଭଳି ଏକ ଘଟଣା ବେଶ ଚର୍ଚ୍ଚା ପାଲଟିଛି। ୩ ଦଲାଲଙ୍କୁ ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଗୋବିନ୍ଦପୁର ଥାନା ତରଫପଦା ଗ୍ରାମର ସେକ୍‌ ସଇଫୁ ରେହେମାନ(୩୪), ମଧୁପାଟଣା ଥାନା ସାହୁଲେନ୍‌ର ହିମାଂଶୁ ଶେଖର ପଣ୍ଡା(୫୨) ଏବଂ ସିଆରଆରଆଇ ଥାନା ତଅଁରପାର ବାବୁନା ଓରଫ ସରୋଜ ଭୋଇ(୨୦)।
ପ୍ରକାଶ ଯେ, ଏସ୍‌ସିବି ମେଡିକାଲକୁ ଦଲାଲମୁକ୍ତ କରିବା ପାଇଁ କମିସନରେଟ୍‌ ପୋଲିସ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି। ନୂତନ ଡିସିପି କନଓ୍ବର ବିଶାଲ ସିଂହଙ୍କ ନିର୍ଦ୍ଦେଶ କ୍ରମେ ଏସ୍‌ସିବି ମେଡିକାଲରେ ଦୂରଦୂରାନ୍ତରୁ ଆସୁଥିବା ରୋଗୀମାନେ ଯେପରି ବିନା ବାଧାରେ ସ୍ବାସ୍ଥ୍ୟସେବା ପାଇବେ ସେନେଇ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଛି।
ମେଡିକାଲ କ୍ୟାମ୍ପସରୁ ଦଲାଲ ଓ ମଧ୍ୟସ୍ଥଙ୍କୁ ହଟାଇବା ପାଇଁ ଏସିପି ଅମିତାଭ ମହାପାତ୍ର ଓ ମଙ୍ଗଳାବାଗ ଆଇଆଇସି ଉମାକାନ୍ତ ସାହୁଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇଛି। ଅତିରିକ୍ତ ଡିସିପି ଅନୀଲ ମିଶ୍ରଙ୍କ ତତ୍ତ୍ୱାବଧାନରେ ଏହି ଟିମ୍‌ କାର୍ଯ୍ୟ କରୁଛି।
ଯୋଜନା ମୁତାବକ ଏହି ଟିମ୍‌ର ଦୁଇ ଜଣ ସଦସ୍ୟ ରୋଗୀବେଶରେ ରବିବାର ଏସ୍‌ସିବି ମେଡିକାଲକୁ ଯାଇଥିଲେ। ନନ୍‌ ଟ୍ରମା କାଜୁଆଲିଟି ନିକଟରେ ଗିରଫ ଅଭିଯୁକ୍ତମାନେ ରୋଗୀଙ୍କୁ ଉତ୍ତମ ଚିକିତ୍ସା ନିମନ୍ତେ ମିଥ୍ୟା ପ୍ରତିଶ୍ରୁତି ଦେଇ ଅର୍ଥ ଆଦାୟ ଭଳି ଠକାମୀ କରୁଥିବା ବେଳେ ରୋଗୀବେଶରେ ଥିବା ପୋଲିସ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲେ।
ଦଲାଲମାନେ ନିରିହ, ସାଧାରଣ ରୋଗୀଙ୍କୁ ବାହାରର ଘରୋଇ ମେଡିକାଲରେ ଉତ୍ତମ ଚିକିତ୍ସା ଦିଆଯାଉଥିବା କହି ପ୍ରବର୍ତ୍ତାଉ ଥିଲେ। ସେଠାରେ ଶସ୍ତାରେ ସମସ୍ତ ପ୍ରକାର ଭଲ ଚିକିତ୍ସା କରାଯାଉଛି କହି ସେମାନଙ୍କ ମନରେ ବିଶ୍ୱାସ ଜନ୍ମାଉଥିଲେ। ଏଭଳି ସ୍ଥତିରେ ପୋଲିସ ସେମାନଙ୍କୁ ଧରିପକାଇଥିଲା।
ଅଭିଯୁକ୍ତମାନେ ଘରୋଇ ହସ୍ପିଟାଲ ଓ ଡାଏଗ୍ନୋଷ୍ଟିକ ସେଣ୍ଟର ଏଜେଣ୍ଟ। ସେମାନେ ରୋଗୀଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିବା ପରେ ବିଭିନ୍ନ ପ୍ରକାର ପରୀକ୍ଷା କରିବା ବାହାନାରେ ମୋଟା ଅଙ୍କର ରୋଜଗାର କରୁଥିଲେ ବୋଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି।
ଏନେଇ ମଙ୍ଗଳାବାଗ ଥାନାରେ ଏକ ମାମଲା(ନଂ.୫୬/୨୦୨୪) ରୁଜୁ ହୋଇଛି। ସୂଚନାଯୋଗ୍ୟ, ଗତ ୮ ତାରିଖରେ ପୋଲିସ ୫ଜଣ ଦଲାଲଙ୍କୁ ଏସ୍‌ସିବି ମେଡିକାଲ ପରିସରରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେମାନେ ଏସ୍‌ସିବିରୁ ଘରୋଇ ମେଡିକାଲକୁ ରୋଗୀ ଚିକିତ୍ସା ନିମନ୍ତେ ନେବାକୁ ପ୍ରବର୍ତ୍ତାଉ ଥିଲେ। ସେମାନଙ୍କ ମଧ୍ୟରେ ୪ ଜଣ ଆମ୍ବୁଲାନ୍ସ ଡ୍ରାଇଭର୍‌ ସାମିଲ ଥିଲେ।

The post ରୋଗୀ ବେଶରେ ଆସି ଧରିଲା ପୋଲିସ  appeared first on Dharitri Odia News.