ଜମ୍ମୁ-କାଶ୍ମୀରରେ ବିଜେପିର ବିରୋଧୀ ଦଳ ନେତା ହେଲେ ସୁନିଲ ଶର୍ମା, ଜାଣନ୍ତୁ କିଏ?
ଶ୍ରୀନଗର ୩।୧୧: ପୂର୍ବତନ ମନ୍ତ୍ରୀ ସୁନିଲ ଶର୍ମାଙ୍କୁ ରବିବାର ଜମ୍ମୁ-କାଶ୍ମୀରରେ ବିଜେପିର ବିଧାୟକ ଦଳ ନେତା ବଛାଯାଇଛି। କିସ୍ତୱାଡ ଜିଲ୍ଲାର ପଦ୍ଦର ନାଗସେନୀରୁ ବିଧାୟକ ନିର୍ବାଚିତ ଶର୍ମା ଜମ୍ମୁ-କାଶ୍ମୀର ବିଧାନସଭାରେ ବିରୋଧୀ ଦଳ ନେତା ହେବା ଏବେ ନିଶ୍ଚିତ ହୋଇ ଯାଇଛି। ଶ୍ରୀନଗର ଚର୍ଚ ଲେନରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକ ପରେ ମୁଖାପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଦଳ ପକ୍ଷରୁ ନରେନ୍ଦ୍ର ସିଂହଙ୍କୁ ବିଧାନସଭାରେ ଉପବାଚସ୍ପତି ପ୍ରାର୍ଥୀ କରାଯିବ। ବିଧାୟକ ଦଳ ନେତା ବଛାଯିବା ପରେ ଶର୍ମା ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିବାରୁ ସେ ପାର୍ଟିର କେନ୍ଦ୍ର ଓ ରାଜ୍ୟ ନେତୃତ୍ୱଙ୍କୁ କୃତଜ୍ଞତା ଜଣାଉଛନ୍ତି। ସେ କହିଛନ୍ତି ଯେ ବିଧାନସଭାରେ ଆମ ବିଧାୟକ ସାଥୀଙ୍କ ସହଯୋଗ, ଅଭିଜ୍ଞତା ଓ ଆଶିର୍ବାଦରେ ମୁଁ ମୋର କର୍ତ୍ତବ୍ୟ ନିର୍ବହନ କରିବି। ପାର୍ଟିର ନୀତି ଓ ଲୋକଙ୍କ ଆକାଙକ୍ଷାକୁ ଧ୍ୟାନରେ ରଖି ଆମେ ବିଧାନସଭା ଭିତରେ ଓ ବାହାରେ ଲୋକଙ୍କ ଶ୍ୱର ଶାଣିତ କରିବୁ। ବିଜେପି କେନ୍ଦ୍ର ଶାସିତ ରାଜ୍ୟର ବିଧାନସଭା ନିର୍ବାଚନରେ ୨୯ଟି ଆସନ ପାଇଛି। ଏହା ପୂର୍ବରୁ ୨୦୧୫ ମସିହାରେ ବିଜେପି ପ୍ୟୁପିଲସ୍ ଡେମୋକ୍ରାଟିକ ପାର୍ଟି ସହିତ ମେଣ୍ଟ କରି ରାଜ୍ୟରେ ସରକାରକୁ ଆସିଥିଲା। ଏଥର ବିଜେପି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଛି। ପାର୍ଟିକୁ ପ୍ରଥମ ଥର ଜମ୍ମୁ-କାଶ୍ମୀରରେ
ଶ୍ରୀନଗର ୩।୧୧: ପୂର୍ବତନ ମନ୍ତ୍ରୀ ସୁନିଲ ଶର୍ମାଙ୍କୁ ରବିବାର ଜମ୍ମୁ-କାଶ୍ମୀରରେ ବିଜେପିର ବିଧାୟକ ଦଳ ନେତା ବଛାଯାଇଛି। କିସ୍ତୱାଡ ଜିଲ୍ଲାର ପଦ୍ଦର ନାଗସେନୀରୁ ବିଧାୟକ ନିର୍ବାଚିତ ଶର୍ମା ଜମ୍ମୁ-କାଶ୍ମୀର ବିଧାନସଭାରେ ବିରୋଧୀ ଦଳ ନେତା ହେବା ଏବେ ନିଶ୍ଚିତ ହୋଇ ଯାଇଛି। ଶ୍ରୀନଗର ଚର୍ଚ ଲେନରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକ ପରେ ମୁଖାପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଦଳ ପକ୍ଷରୁ ନରେନ୍ଦ୍ର ସିଂହଙ୍କୁ ବିଧାନସଭାରେ ଉପବାଚସ୍ପତି ପ୍ରାର୍ଥୀ କରାଯିବ।
ବିଧାୟକ ଦଳ ନେତା ବଛାଯିବା ପରେ ଶର୍ମା ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିବାରୁ ସେ ପାର୍ଟିର କେନ୍ଦ୍ର ଓ ରାଜ୍ୟ ନେତୃତ୍ୱଙ୍କୁ କୃତଜ୍ଞତା ଜଣାଉଛନ୍ତି। ସେ କହିଛନ୍ତି ଯେ ବିଧାନସଭାରେ ଆମ ବିଧାୟକ ସାଥୀଙ୍କ ସହଯୋଗ, ଅଭିଜ୍ଞତା ଓ ଆଶିର୍ବାଦରେ ମୁଁ ମୋର କର୍ତ୍ତବ୍ୟ ନିର୍ବହନ କରିବି। ପାର୍ଟିର ନୀତି ଓ ଲୋକଙ୍କ ଆକାଙକ୍ଷାକୁ ଧ୍ୟାନରେ ରଖି ଆମେ ବିଧାନସଭା ଭିତରେ ଓ ବାହାରେ ଲୋକଙ୍କ ଶ୍ୱର ଶାଣିତ କରିବୁ।
ବିଜେପି କେନ୍ଦ୍ର ଶାସିତ ରାଜ୍ୟର ବିଧାନସଭା ନିର୍ବାଚନରେ ୨୯ଟି ଆସନ ପାଇଛି। ଏହା ପୂର୍ବରୁ ୨୦୧୫ ମସିହାରେ ବିଜେପି ପ୍ୟୁପିଲସ୍ ଡେମୋକ୍ରାଟିକ ପାର୍ଟି ସହିତ ମେଣ୍ଟ କରି ରାଜ୍ୟରେ ସରକାରକୁ ଆସିଥିଲା। ଏଥର ବିଜେପି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଛି। ପାର୍ଟିକୁ ପ୍ରଥମ ଥର ଜମ୍ମୁ-କାଶ୍ମୀରରେ ବିରୋଧୀ ଦଳ ନେତା ମିଳିବ। ଜମ୍ମୁ-କାଶ୍ମୀର ବିଧାନସଭାରେ ୪୭ ବର୍ଷିୟ ବିଜେପି ନେତା ସୁନିଲ ଶର୍ମାଙ୍କ ଏହା ଦ୍ୱିତୀୟ କାର୍ଯ୍ୟକାଳ ହେବ। ସେ ୨୦୧୫-୧୮ ପିଡିପି-ବିଜେପି ମେଣ୍ଟରେ ମନ୍ତ୍ରୀ ଥିଲେ।
ସୁନିଲ ଶର୍ମାଙ୍କ ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ ଶ୍ରେଣୀ ହୋଇଥିବା ବେଳେ ତାଙ୍କର ସଫାସୁତୁରା ରାଜନୈତିକ ଛବି ରହିଛି। ତାଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ଲମ୍ବିତ ନାହିଁ। ଶର୍ମାଙ୍କ ନିର୍ବାଚନୀ ସତ୍ୟପାଠ ଅନୁସାରେ ତାଙ୍କର ମୋଟ ସମ୍ପତ୍ତି ୩.୭ କୋଟି ଟଙ୍କାର, ଯେଉଁଥିରେ ୬୮.୭ଲକ୍ଷ ଟଙ୍କା ଚଳନ୍ତି ସମ୍ପତ୍ତି ଥିବା ବେଳେ ୩ କୋଟି ଟଙ୍କାର ଅଚଳ ସମ୍ପତ୍ତି ରହିଛି।