STF ପାଇଁ ୨୦୨୩ ସଫଳତାର ବର୍ଷ, ବନ୍ଧା ହୋଇଛନ୍ତି ୭୫ ଅଭିଯୁକ୍ତ
ଭୁବନେଶ୍ୱର ୦୪।୦୧ : ୨୦୨୩ ମସିହା ଥିଲା ଏସ୍ଟିଏଫ୍ର ସଫଳତାର ବର୍ଷ । ଏବର୍ଷ ୪୧ଟି ମାମଲା ରୁଜୁ କରି ୭୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଓଡ଼ିଶା ସମେତ ୬ ରାଜ୍ୟର ୭୫ କୁଖ୍ୟାତ ଅପରାଧି ରହିଛନ୍ତି । ୮ କିଲୋ ବ୍ରାଉନସୁଗର ଯାହାର ଆନୁମାନିକ ମୂଲ୍ୟ , ୪୫୬ କୁଇଣ୍ଟାଲ ଗଞ୍ଜେଇ, ୨ କେଜି ୮ ଶହ ୮୦ ଗ୍ରାମ ଅଫିମ ସହ ନଗଦ ଲକ୍ଷ ଲକ୍ଷ ଟଙ୍କା ଜବତ ହୋଇଛି । ଗୋଟିଏ କେସରେ ନିଶା ମାଫିଆଙ୍କ ୭୫ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତି ହୋଇଛି । ତେବେ ଜବତ ହୋଇଥିବା ବ୍ରାଉନସୁଗର ଓ ଗଞ୍ଜେଇକୁ ନଷ୍ଟ କରିବା ପ୍ରକ୍ରିୟା ଜାରି ରହିଛି । ବନ୍ୟପ୍ରାଣୀ ଶିକାରକୁ ମୂଳୋତ୍ପାଟନ କରିବା ଲାଗି ଏସ୍ଟିଏଫ୍ ପ୍ରୟାସ ଜାରି ରଖିଛି । ଏନେଇ ୧୭ ଟି ମାମଲା ରୁଜୁ ହୋଇଛି। ୧୪ଟି କଲରାପତରିଆ ବାଘ ଛାଲ, ଗୋଟିଏ ମହାବଳ ବାଘ ଛାଲ, ୧୦ ଟି ଜୀବନ୍ତ ବଜ୍ରକାପ୍ତା, ୬ ଟି ହରିଣ ଛାଲ ଓ ବଜ୍ରକାପ୍ତା କାତି ଜବତ ହୋଇଛି। ୨୦୨୨ ବେଆଇନ୍ ବନ୍ଧୁକ ଚାଲାଣ କରୁଥିବା ମାଫିଆଙ୍କୁ ଏସ୍ଟିଏଫ ଧରିଥିବା ବେଳେ ୨୦୨୩ ରେ ଏହି କୌଣସି ମାମଲା ସାମ୍ନାକୁ ଆସିନାହିଁ । ସେହିପରି ରେକର୍ଡ ସଂଖ୍ୟକ ୭୨ ଲକ୍ଷ ୪୩ହଜାର ୫ଶହ ଟଙ୍କାର ନକଲି ନୋଟ୍ ଜବତ କରାଯାଇଛି । ଚୋରା ଖଣିଜଦ୍ରବ୍ୟ ଚାଲାଣ ରୋକିବା ନେଇ ୧୫ ଟନ କୋଇଲା, ୩୩୦ ଟନ୍ କ୍ରୋମାଇଟ ସହ ୪ଟି ଟ୍ରକ, ୬ ଟି ଜେସିବି, ୩ ଟି ପଥର ଭଙ୍ଗା ମେସିନ, ୪୧ ଟି ଲୁହାପଥର ବୋଝେଇ ଟ୍ରକ ଜବତ ସହ ୨ ଶହ ଡେଟୋନେଟର, ୫୦ କେଜି
ଭୁବନେଶ୍ୱର ୦୪।୦୧ : ୨୦୨୩ ମସିହା ଥିଲା ଏସ୍ଟିଏଫ୍ର ସଫଳତାର ବର୍ଷ । ଏବର୍ଷ ୪୧ଟି ମାମଲା ରୁଜୁ କରି ୭୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଓଡ଼ିଶା ସମେତ ୬ ରାଜ୍ୟର ୭୫ କୁଖ୍ୟାତ ଅପରାଧି ରହିଛନ୍ତି । ୮ କିଲୋ ବ୍ରାଉନସୁଗର ଯାହାର ଆନୁମାନିକ ମୂଲ୍ୟ , ୪୫୬ କୁଇଣ୍ଟାଲ ଗଞ୍ଜେଇ, ୨ କେଜି ୮ ଶହ ୮୦ ଗ୍ରାମ ଅଫିମ ସହ ନଗଦ ଲକ୍ଷ ଲକ୍ଷ ଟଙ୍କା ଜବତ ହୋଇଛି । ଗୋଟିଏ କେସରେ ନିଶା ମାଫିଆଙ୍କ ୭୫ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତି ହୋଇଛି ।
ତେବେ ଜବତ ହୋଇଥିବା ବ୍ରାଉନସୁଗର ଓ ଗଞ୍ଜେଇକୁ ନଷ୍ଟ କରିବା ପ୍ରକ୍ରିୟା ଜାରି ରହିଛି । ବନ୍ୟପ୍ରାଣୀ ଶିକାରକୁ ମୂଳୋତ୍ପାଟନ କରିବା ଲାଗି ଏସ୍ଟିଏଫ୍ ପ୍ରୟାସ ଜାରି ରଖିଛି । ଏନେଇ ୧୭ ଟି ମାମଲା ରୁଜୁ ହୋଇଛି। ୧୪ଟି କଲରାପତରିଆ ବାଘ ଛାଲ, ଗୋଟିଏ ମହାବଳ ବାଘ ଛାଲ, ୧୦ ଟି ଜୀବନ୍ତ ବଜ୍ରକାପ୍ତା, ୬ ଟି ହରିଣ ଛାଲ ଓ ବଜ୍ରକାପ୍ତା କାତି ଜବତ ହୋଇଛି। ୨୦୨୨ ବେଆଇନ୍ ବନ୍ଧୁକ ଚାଲାଣ କରୁଥିବା ମାଫିଆଙ୍କୁ ଏସ୍ଟିଏଫ ଧରିଥିବା ବେଳେ ୨୦୨୩ ରେ ଏହି କୌଣସି ମାମଲା ସାମ୍ନାକୁ ଆସିନାହିଁ ।
ସେହିପରି ରେକର୍ଡ ସଂଖ୍ୟକ ୭୨ ଲକ୍ଷ ୪୩ହଜାର ୫ଶହ ଟଙ୍କାର ନକଲି ନୋଟ୍ ଜବତ କରାଯାଇଛି । ଚୋରା ଖଣିଜଦ୍ରବ୍ୟ ଚାଲାଣ ରୋକିବା ନେଇ ୧୫ ଟନ କୋଇଲା, ୩୩୦ ଟନ୍ କ୍ରୋମାଇଟ ସହ ୪ଟି ଟ୍ରକ, ୬ ଟି ଜେସିବି, ୩ ଟି ପଥର ଭଙ୍ଗା ମେସିନ, ୪୧ ଟି ଲୁହାପଥର ବୋଝେଇ ଟ୍ରକ ଜବତ ସହ ୨ ଶହ ଡେଟୋନେଟର, ୫୦ କେଜି ଆମୋନିୟମ ନାଇଟ୍ରେଟ ଜବତ ହୋଇଛି। ଅର୍ଥନୈତିକ କାରବାର, ଓଟିପି ସେୟରିଂ ଠକେଇ, ଆନ୍ତଃରାଜ୍ୟ ନକଲି ବ୍ୟାଙ୍କ ଆକାଉଣ୍ଟ ସ୍କାମ, କାଶ୍ମୀରୀ ଆତଙ୍କୀ ଠକ ଓ ଆରଟିଆଇ ଘୋଟାଲାରେ ସଫଳତା ପାଇଛି STF ।
The post STF ପାଇଁ ୨୦୨୩ ସଫଳତାର ବର୍ଷ, ବନ୍ଧା ହୋଇଛନ୍ତି ୭୫ ଅଭିଯୁକ୍ତ appeared first on Prameya News7.