କାବିଲ ଓ ସିଏସ୍ଆଇଆର୍- ଏନ୍.ଜି.ଆର୍.ଆଇ ମଧ୍ୟରେ MOU ସ୍ୱାକ୍ଷରିତ

ଭୁବନେଶ୍ଵର ୨୫।୦୪ : ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ୍(କାବିଲ୍) ଓ ସି.ଏସ୍.ଆଇ.ଆର–ନ୍ୟାସନାଲ ଜିଓଫିଜିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ଏନ.ଜି.ଆର.ଆଇ) ମଧ୍ୟରେ ଏକ ଏମ୍ଓୟୁ ସ୍ଵାକ୍ଷରିତ ହୋଇଛି। ଏମ୍ଓୟୁ ଅନୁସାରେ ଜିଓଫିଜିକାଲ୍ ଅନୁସନ୍ଧାନ କ୍ଷେତ୍ରରେ ଏକ ଦୀର୍ଘକାଳୀନ ସହଯୋଗ ତଥା କ୍ରିଟିକାଲ୍ ମିନେରାଲ କ୍ଷେତ୍ରରେ ନିଜର ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ ହେବ। ଏହି ଏମ୍ଓୟୁ ମାଧ୍ୟମରେ ଜିଓଫିଜିକାଲ୍, ଜିଓ କେମିକାଲ୍ ଏବଂ ଜିଓଲୋଜିକାଲ୍ ସର୍ଭେ, ତଥ୍ୟ ବିଶ୍ଳେଷଣ, ବ୍ୟାଖ୍ୟା ଓ ମଡେଲିଂ, ବୈଜ୍ଞାନିକ ଜ୍ଞାନ ଆଦାନପ୍ରଦାନ, ବୈଷୟିକ ସହାୟତା ଏବଂ ପରାମର୍ଶ ସେବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ।ଭୁବନେଶ୍ୱରସ୍ଥିତ ନାଲକୋ କର୍ପୋରେଟ କାର୍ଯ୍ୟାଳୟରେ ସିଏମଡି ନାଲକୋ ତଥା କାବିଲ୍ ଚେୟାରମ୍ୟାନ୍ ଶ୍ରୀଧର ପାତ୍ରଙ୍କ ଉପସ୍ଥିତିରେ ନାଲକୋ ନିର୍ଦ୍ଦେଶକ(ବାଣିଜ୍ୟିକ) ତଥା କାବିଲ୍ ସିଇଓ, ସଦାଶିବ ସାମନ୍ତରାୟ ଏବଂ ସି.ଏସ୍.ଆଇ.ଆର- ଏନ.ଜି.ଆର.ଆଇ ନିର୍ଦ୍ଦେଶକ ଡ. ପ୍ରକାଶ କୁମାରଙ୍କ ଦ୍ୱାରା ଏହି ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି। ସିଏମଡି ନାଲକୋ ତଥା କାବିଲ ଚେୟାରମ୍ୟାନ୍ ଶ୍ରୀଧର ପାତ୍ର କହିଛନ୍ତି ଯେ, ଏହି ସହଯୋଗ ମାଧ୍ୟମରେ କାବିଲର ବିଭିନ୍ନ ପ୍ରକଳ୍ପ ନିମନ୍ତେ ନୂତନ ଉଦ୍ଭାବନ ଏବଂ କାର୍ଯ୍ୟକ୍ଷମ ଅନ୍ତଦୃଷ୍ଟି ନିମନ୍ତେ ଅନେକ ମାର୍ଗ ଉନ୍ମୁକ୍ତ ହେବ। ଉଲ୍ଲେଖଯୋଗ୍ୟ ଯେ, କାବିଲ୍ ହେଉଛି ଭାରତ ସରକାରଙ୍କ ଖଣି ମନ୍ତ୍ରଣା

କାବିଲ ଓ ସିଏସ୍ଆଇଆର୍- ଏନ୍.ଜି.ଆର୍.ଆଇ ମଧ୍ୟରେ MOU ସ୍ୱାକ୍ଷରିତ

ଭୁବନେଶ୍ଵର ୨୫।୦୪ : ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ୍(କାବିଲ୍) ଓ ସି.ଏସ୍.ଆଇ.ଆର–ନ୍ୟାସନାଲ ଜିଓଫିଜିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ଏନ.ଜି.ଆର.ଆଇ) ମଧ୍ୟରେ ଏକ ଏମ୍ଓୟୁ ସ୍ଵାକ୍ଷରିତ ହୋଇଛି। ଏମ୍ଓୟୁ ଅନୁସାରେ ଜିଓଫିଜିକାଲ୍ ଅନୁସନ୍ଧାନ କ୍ଷେତ୍ରରେ ଏକ ଦୀର୍ଘକାଳୀନ ସହଯୋଗ ତଥା କ୍ରିଟିକାଲ୍ ମିନେରାଲ କ୍ଷେତ୍ରରେ ନିଜର ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ ହେବ। ଏହି ଏମ୍ଓୟୁ ମାଧ୍ୟମରେ ଜିଓଫିଜିକାଲ୍, ଜିଓ କେମିକାଲ୍ ଏବଂ ଜିଓଲୋଜିକାଲ୍ ସର୍ଭେ, ତଥ୍ୟ ବିଶ୍ଳେଷଣ, ବ୍ୟାଖ୍ୟା ଓ ମଡେଲିଂ, ବୈଜ୍ଞାନିକ ଜ୍ଞାନ ଆଦାନପ୍ରଦାନ, ବୈଷୟିକ ସହାୟତା ଏବଂ ପରାମର୍ଶ ସେବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ।

ଭୁବନେଶ୍ୱରସ୍ଥିତ ନାଲକୋ କର୍ପୋରେଟ କାର୍ଯ୍ୟାଳୟରେ ସିଏମଡି ନାଲକୋ ତଥା କାବିଲ୍ ଚେୟାରମ୍ୟାନ୍ ଶ୍ରୀଧର ପାତ୍ରଙ୍କ ଉପସ୍ଥିତିରେ ନାଲକୋ ନିର୍ଦ୍ଦେଶକ(ବାଣିଜ୍ୟିକ) ତଥା କାବିଲ୍ ସିଇଓ, ସଦାଶିବ ସାମନ୍ତରାୟ ଏବଂ ସି.ଏସ୍.ଆଇ.ଆର- ଏନ.ଜି.ଆର.ଆଇ ନିର୍ଦ୍ଦେଶକ ଡ. ପ୍ରକାଶ କୁମାରଙ୍କ ଦ୍ୱାରା ଏହି ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି। ସିଏମଡି ନାଲକୋ ତଥା କାବିଲ ଚେୟାରମ୍ୟାନ୍ ଶ୍ରୀଧର ପାତ୍ର କହିଛନ୍ତି ଯେ, ଏହି ସହଯୋଗ ମାଧ୍ୟମରେ କାବିଲର ବିଭିନ୍ନ ପ୍ରକଳ୍ପ ନିମନ୍ତେ ନୂତନ ଉଦ୍ଭାବନ ଏବଂ କାର୍ଯ୍ୟକ୍ଷମ ଅନ୍ତଦୃଷ୍ଟି ନିମନ୍ତେ ଅନେକ ମାର୍ଗ ଉନ୍ମୁକ୍ତ ହେବ। 

ଉଲ୍ଲେଖଯୋଗ୍ୟ ଯେ, କାବିଲ୍ ହେଉଛି ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ତତ୍ତ୍ଵାବଧାନରେ, ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍(ନାଲକୋ), ହିନ୍ଦୁସ୍ତାନ କପର ଲିମିଟେଡ୍ (ଏଚ.ସି.ଏଲ) ଏବଂ ମିନେରାଲ୍ ଏକ୍ସପ୍ଲୋରେସନ୍ ଆଣ୍ଡ କନ୍ସଲଟାନ୍ସି ଲିମିଟେଡ୍ (ଏମ.ଇ.ସି.ଏଲ) ର ଏକ ମିଳିତ ଉଦ୍ୟମ ଅଟେ।