୪୫ ସେକେଣ୍ଡରେ ଅତିକ୍ରମ କରିବ ୫୨୦ ମିଟର, ୫ ଟଙ୍କା ଭଡାରେ ଯିବେ ଲୋକେ, ଜାଣନ୍ତୁ ମେଟ୍ରୋ ବିଷୟରେ ସବୁକିଛି...
ନୂଆଦିଲ୍ଲୀ ୦୭।୦୩: ଏବେ ଘଣ୍ଟା ଘଣ୍ଟାର ରାସ୍ତା ଅତିକ୍ରମ କରିହେବ ମାତ୍ର କିଛି ମିନିଟ୍ରେ । ସେ ପୁଣି ୫ରୁ ୫୦ ଟଙ୍କା ମଧ୍ୟରେ । ଲୋକାର୍ପଣ ହୋଇଛି ଦେଶର ପ୍ରଥମ ଅଣ୍ଡର ଓ୍ୱାଟର ମେଟ୍ରୋ । ବୁଧବାର ଏହାର ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅଣ୍ଡର ୱାଟର ମେଟ୍ରୋ କୋଲକାତାର ଇଷ୍ଟ ଓ୍ବେଷ୍ଟ କରିଡରରେ ନିର୍ମାଣ ହୋଇଛି । ହୁଗଲି ନଦୀ ତଳେ ତିଆରି ହୋଇଛି ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ।{"id":918136,"width":838,"height":488,"sizeSlug":"full","linkDestination":"none"}୧୬.୬ କିଲୋମିଟର ଲମ୍ବର ଏହି ମେଟ୍ରୋ ହାଓଡା ଓ ସଲ୍ଟ ଲେକ୍ ସହରକୁ ଯୋଡିବ । ଏଥିରେ ୧୨ଟି ଷ୍ଟେସନ୍ ରହିଛି । କିନ୍ତୁ ନଦୀ ମଧ୍ୟରେ କେବଳ ୫୨୦ ମିଟରର ଅଣ୍ଡର ୱାଟର ଟନେଲ ନିର୍ମାଣ ହୋଇଛି । ଯାହାକୁ ଅତିକ୍ରମ କରିବାକୁ ଲାଗିବ ମାତ୍ର ୪୫ ସେକେଣ୍ଟ ସମୟ । ବାସ୍ତବରେ କୋଲକାତା ଏକ ଜନବହୁଳ ସହର । ଏଠାରେ ବହୁତ ଟ୍ରାଫିକ୍ ଯାମ୍ ରହିଥାଏ । ହାଓଡାରୁ ସଲ୍ଟଲେକ୍ ଯିବା ପାଇଁ କେବଳ ଘଣ୍ଟାକରୁ ୪୫ ମିନିଟ୍ ସମୟର ଲାଗିଥାଏ । ଏଭଳି ସ୍ଥିତିରେ ଏହି ଅଣ୍ଡର ୱାଟର ମେଟ୍ରୋ ସାଧାରଣ ଲୋକଙ୍କୁ ଟ୍ରାଫିକ ଜାମ୍ରୁ ରକ୍ଷା କରିବ ।{"id":918137,"sizeSlug":"full","linkDestination":"none"}ଏଥିପାଇଁ ସବୁଠାରୁ ବଡ ଆହ୍ବାନ ଥିଲା ୫୨୦ ମିଟରର ଅଣ୍ଡର ୱାଟର ଟନେଲ । କାରଣ ଟନେଲର ଓ୍ବାଟର ପ୍ରୁଫିଂ ଥିଲା ସବୁଠାରୁ
ନୂଆଦିଲ୍ଲୀ ୦୭।୦୩: ଏବେ ଘଣ୍ଟା ଘଣ୍ଟାର ରାସ୍ତା ଅତିକ୍ରମ କରିହେବ ମାତ୍ର କିଛି ମିନିଟ୍ରେ । ସେ ପୁଣି ୫ରୁ ୫୦ ଟଙ୍କା ମଧ୍ୟରେ । ଲୋକାର୍ପଣ ହୋଇଛି ଦେଶର ପ୍ରଥମ ଅଣ୍ଡର ଓ୍ୱାଟର ମେଟ୍ରୋ । ବୁଧବାର ଏହାର ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅଣ୍ଡର ୱାଟର ମେଟ୍ରୋ କୋଲକାତାର ଇଷ୍ଟ ଓ୍ବେଷ୍ଟ କରିଡରରେ ନିର୍ମାଣ ହୋଇଛି । ହୁଗଲି ନଦୀ ତଳେ ତିଆରି ହୋଇଛି ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ।
{"id":918136,"width":838,"height":488,"sizeSlug":"full","linkDestination":"none"}
୧୬.୬ କିଲୋମିଟର ଲମ୍ବର ଏହି ମେଟ୍ରୋ ହାଓଡା ଓ ସଲ୍ଟ ଲେକ୍ ସହରକୁ ଯୋଡିବ । ଏଥିରେ ୧୨ଟି ଷ୍ଟେସନ୍ ରହିଛି । କିନ୍ତୁ ନଦୀ ମଧ୍ୟରେ କେବଳ ୫୨୦ ମିଟରର ଅଣ୍ଡର ୱାଟର ଟନେଲ ନିର୍ମାଣ ହୋଇଛି । ଯାହାକୁ ଅତିକ୍ରମ କରିବାକୁ ଲାଗିବ ମାତ୍ର ୪୫ ସେକେଣ୍ଟ ସମୟ । ବାସ୍ତବରେ କୋଲକାତା ଏକ ଜନବହୁଳ ସହର । ଏଠାରେ ବହୁତ ଟ୍ରାଫିକ୍ ଯାମ୍ ରହିଥାଏ । ହାଓଡାରୁ ସଲ୍ଟଲେକ୍ ଯିବା ପାଇଁ କେବଳ ଘଣ୍ଟାକରୁ ୪୫ ମିନିଟ୍ ସମୟର ଲାଗିଥାଏ । ଏଭଳି ସ୍ଥିତିରେ ଏହି ଅଣ୍ଡର ୱାଟର ମେଟ୍ରୋ ସାଧାରଣ ଲୋକଙ୍କୁ ଟ୍ରାଫିକ ଜାମ୍ରୁ ରକ୍ଷା କରିବ ।
{"id":918137,"sizeSlug":"full","linkDestination":"none"}
ଏଥିପାଇଁ ସବୁଠାରୁ ବଡ ଆହ୍ବାନ ଥିଲା ୫୨୦ ମିଟରର ଅଣ୍ଡର ୱାଟର ଟନେଲ । କାରଣ ଟନେଲର ଓ୍ବାଟର ପ୍ରୁଫିଂ ଥିଲା ସବୁଠାରୁ ବଡ ଚ୍ୟାଲେଞ୍ଜ । ବାସ୍ତବରେ ଏହି ମେଟ୍ରୋ ଟନେଲ୍ ନଦୀଠାରୁ ୨୬ ମିଟର ତଳେ ନିର୍ମିତ । ଏଥିପାଇଁ ଇଞ୍ଜିନିୟରଙ୍କ ପାଇଁ ଆହ୍ବାନ ହୋଇଥିଲା ଓ୍ବାଟର ଲିକ୍ । ଏହି ସ୍ବତନ୍ତ୍ର ମେଟ୍ରୋ ଟନେଲର ବିଶେଷତ୍ୱ ହେଉଛି ଏହା ଭୂକମ୍ପର ମୁକାବିଲା କରିପାରିବ ।
{"id":918138,"sizeSlug":"large","linkDestination":"none"}
ଏହାବ୍ୟତୀତ ଟନେଲ୍ରେ ପାଣି ଲିକ୍ ହେଲେ ତୁରନ୍ତ ଜଣାପଡିବ । ଏହାକୁ ନିର୍ମାଣ ପାଇଁ ୧୩ ବର୍ଷ ସମୟ ଲାଗିଛି । ୨୦୦୯ରେ ଟନେଲ୍ ପାଇଁ କମ୍ପାନୀଙ୍କ ସହ ଚୁକ୍ତି ସ୍ବାକ୍ଷର ହୋଇଥିଲା । ଏହାପରେ ୨୦୧୦ରେ ମେଟ୍ରୋର କାମ ଆରମ୍ଭ ହୋଇଥିଲା । ଟନେଲ୍କୁ ଓ୍ବାଟର ପ୍ରୁଫ୍ କରିବା ପାଇଁ କଂକ୍ରିଟ୍, କୋଇଲା ପାଉଁଶ ଏବଂ ମାଇକ୍ରୋ-ସିଲିକା ସହିତ ତିଆରି କରାଯାଇଛି । ଯାହା ଟନେଲକୁ ଓ୍ବାଟର ପ୍ରୁଫ୍ କରିଥାଏ ।
{"id":918139,"sizeSlug":"full","linkDestination":"none"}
ଟନେଲ ନିର୍ମାଣ ପାଇଁ କ୍ରମାଗତ ୬୭ ଦିନ ଖନନ କାମ ହୋଇଥିଲା । ଏହି ସ୍ବତନ୍ତ୍ର ପ୍ରକଳ୍ପରେ ଖର୍ଚ୍ଚ ହୋଇଛି ମୋଟ ୮ ହଜାର ୬୦୦କୋଟି । ଏହି ପ୍ରୋଜେକ୍ଟରେ ୪୮.୫ ପ୍ରତିଶତର ଯୋଗଦାନ ଜାପାନ ଇଣ୍ଟରନ୍ୟାସନାଲ୍ କୋ-ଅପରେସନ କମ୍ପାନୀ କରିଛି । ମାର୍ଚ୍ଚ ୬ରେ ଉଦଘାଟନ ହୋଇଥିବା ଏହି ଟନେଲ୍ ସାଧାରଣ ଲୋକଙ୍କ ପାଇଁ ଖୋଲିବାକୁ ଆଉ କିଛି ସମୟ ଲାଗିବ ।
{"id":918140,"sizeSlug":"full","linkDestination":"none"}
ରିପୋର୍ଟ ଅନୁଯାୟୀ, ଏହି ରୁଟ୍ରେ ଯିବା ପାଇଁ ଟିକେଟ୍ ଦାମ୍ ୫ରୁ ଆରମ୍ଭ ହୋଇ ଷ୍ଟେସନର ଦୂରତା ଅନୁଯାୟୀ ୫୦ ଟଙ୍କା ପର୍ଯ୍ୟନ୍ତ ଯିବ । ପ୍ରଥମ ୨ କିଲୋମିଟରର ଭଡା ୫ ଟଙ୍କା, ତା’ପରେ ଏହା ୧୦, ୧୫, ୨୦, ୨୫ଟଙ୍କା ଏବଂ ୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହେବ । ଏହି ମେଟ୍ରୋ ଦ୍ବାରା ଘଣ୍ଟା ଘଣ୍ଟା ସମୟ ବଦଳରେ ମାତ୍ର କିଛି ମିନିଟରେ ଗନ୍ତବ୍ୟସ୍ଥଳରେ ପହଞ୍ଚିବେ ଲୋକେ ।
You Can Read:
wp:embed {"url":"https://www.prameyanews7.com/pm-modi-inaguration-indias-first-underwater-metro-in-kolkata/","type":"wp-embed","providerNameSlug":"prameya-news-7"}
/wp:embed