ଚୀନ୍‌ଠାରୁ ଜେ୧୦-ସି ଯୁଦ୍ଧବିମାନ କିଣିବ ଇରାନ

ତେହେରାନ: ୧୨ ଦିନ ଯୁଦ୍ଧରେ ଇସ୍ରାଏଲ୍‌ ଓ ଆମେରିକାର ଘାତକ ଆକ୍ରମଣରେ ଇରାନର ଯୁଦ୍ଧବିମାନଗୁଡ଼ିକ କୌଣସି ପ୍ରକାର ସାମ୍ନା କରିପାରି ନ ଥିଲେ। ଏଣୁ ନିଜର ଆକାଶବାହିନୀର କ୍ଷମତା ବୃଦ୍ଧି କରିବା ଲକ୍ଷ୍ୟରେ ପୁରାତନ ଯାନ୍ତ୍ରିକ କୌଶଳରେ ନିର୍ମିତ ଯୁଦ୍ଧବିମାନଗୁଡ଼ିକୁ ବଦଳାଇ ଚୀନ୍-ନିର୍ମିତ ଚେଙ୍ଗୁଡୁ ଜେ୧୦ ଯୁଦ୍ଧବିମାନ କିଣିବାକୁ ଇରାନ ମନସ୍ଥ କରିଛି। ମିଳିଥିବା ସୂଚନା ଅନୁସାରେ, ରୁଷିଆ ୪.୫ ପିଢ଼ିର ବହୁମୁଖୀ ସୁଖୋଇ-୩୫ ଯୁଦ୍ଧବିମାନ ଯୋଗାଇବାରେ ବିଳମ୍ବ କରିଛି। ୨୦୨୩ ଚୁକ୍ତି ଅନୁସାରେ, ୫୦ଟି ବିମାନ […]

ଚୀନ୍‌ଠାରୁ ଜେ୧୦-ସି ଯୁଦ୍ଧବିମାନ କିଣିବ ଇରାନ

ତେହେରାନ: ୧୨ ଦିନ ଯୁଦ୍ଧରେ ଇସ୍ରାଏଲ୍‌ ଓ ଆମେରିକାର ଘାତକ ଆକ୍ରମଣରେ ଇରାନର ଯୁଦ୍ଧବିମାନଗୁଡ଼ିକ କୌଣସି ପ୍ରକାର ସାମ୍ନା କରିପାରି ନ ଥିଲେ। ଏଣୁ ନିଜର ଆକାଶବାହିନୀର କ୍ଷମତା ବୃଦ୍ଧି କରିବା ଲକ୍ଷ୍ୟରେ ପୁରାତନ ଯାନ୍ତ୍ରିକ କୌଶଳରେ ନିର୍ମିତ ଯୁଦ୍ଧବିମାନଗୁଡ଼ିକୁ ବଦଳାଇ ଚୀନ୍-ନିର୍ମିତ ଚେଙ୍ଗୁଡୁ ଜେ୧୦ ଯୁଦ୍ଧବିମାନ କିଣିବାକୁ ଇରାନ ମନସ୍ଥ କରିଛି। ମିଳିଥିବା ସୂଚନା ଅନୁସାରେ, ରୁଷିଆ ୪.୫ ପିଢ଼ିର ବହୁମୁଖୀ ସୁଖୋଇ-୩୫ ଯୁଦ୍ଧବିମାନ ଯୋଗାଇବାରେ ବିଳମ୍ବ କରିଛି। ୨୦୨୩ ଚୁକ୍ତି ଅନୁସାରେ, ୫୦ଟି ବିମାନ ଯୋଗାଇବା ବଦଳରେ କେବଳ ୪ଟି ବିମାନ ଯୋଗାଇପାରିଛି। ଏହି ସମୟରେ ଏଭଳି ଯୁଦ୍ଧବିମାନଗୁଡ଼ିକୁ ଚୀନ୍ ଅପେକ୍ଷାକୃତ ଶସ୍ତାରେ ପ୍ରଦାନ କରୁଛି। ଏଥିରେ ଚୀନ୍-ନିର୍ମିତ ପିଏଲ୍‌-୧୫ କ୍ଷେପଣାସ୍ତ୍ର ବହନ କରିବା କ୍ଷମତା ମଧ୍ୟ ରହିଛି। ଏହି ପିଏଲ୍‌-୧୫ କ୍ଷେପଣାସ୍ତ୍ରକୁ ପାକିସ୍ତାନ ‘ଅପରେସନ୍‌ ସିନ୍ଦୂର’ ସମୟରେ ଭାରତ ବିପକ୍ଷରେ ବ୍ୟବହାର କରିଥିଲା। ରୁଷିଆର ଏସ୍‌ୟୁ-୩୫ ଯୁଦ୍ଧବିମାନରେ ଦୁଇଟି ଇଞ୍ଜିନ୍‌ ଥିବା ବେଳେ ଚୀନ୍-ନିର୍ମିତ ଜେ୧୦ସିରେ ଗୋଟିଏ ଇଞ୍ଜିନ ରହିଛି। ଏହା ସହ ଏହି ବିମାନଗୁଡ଼ିକର ଦାମ୍ ଏସ୍‌ୟୁ ୩୫ ଅପେକ୍ଷା ୪୦ରୁ ୬୦ ନିୟୁତ ଡଲାର କମ୍‌ ରହିଛି। ମେ ୨୦୨୫ର ଫୋର୍ବସ୍‌ର ରିପୋର୍ଟରେ ଇରାନ ସମ୍ପ୍ରତି ୩୫ଟି ଜେ-୧୦ସି ବିମାନ କିଣିବାକୁ ଯୋଜନା କରିଛି। ସୂଚନ‌ାଯୋଗ୍ୟ, ପ୍ରାୟ ଦୁଇ ଦଶନ୍ଧି ପୂର୍ବେ ଇରାନ ଚୀନ୍‌ର ଜେ-୧୦ ବିମାନ କିଣିବାକୁ ଯୋଜନା କରିଥିଲା। ଏଥିପାଇଁ ୨୦୧୫ରେ ୧୫୦ଟି ବିମାନ କିଣିବାକୁ ବୁଝାମଣା ମଧ୍ୟ ହୋଇଥିଲା। କିନ୍ତୁ ଚୀନ୍ ଏହି ବାବଦକୁ ଅର୍ଥ ବିଦେଶୀ ମୁଦ୍ରାରେ ଗ୍ରହଣ କରିବ ବୋଲି କହିବାରୁ ଇରାନ ନିରାଶ ହୋଇ କାରବାରରୁ ଓହରି ଯାଇଥିଲା।