ବଳଙ୍ଗା ପୀଡିତାଙ୍କ ମୃତ୍ୟୁରେ କାହାର ସମ୍ପୃକ୍ତି ନାହିଁ : ଓଡ଼ିଶା ପୋଲିସ

ଭୁବନେଶ୍ୱର : ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ମୁହଁ ଖୋଲିଛି ଓଡ଼ିଶା ପୁଲିସ। ଏହି ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କର ସମ୍ପୃକ୍ତି ନାହିଁ ବୋଲି ପୁଲିସ ବିଭାଗ ପକ୍ଷରୁ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରି କୁହାଯାଇଛି। ଉକ୍ତ ପୋଷ୍ଟରେ କୁହାଯାଇଛି ଯେ, ବଳଙ୍ଗା ଘଟଣାରେ ପୀଡ଼ିତା ଝିଅଙ୍କ ମୃତ୍ୟୁ ଖବର ଶୁଣି ଆମେ ଅତ୍ୟନ୍ତ ଦୁଃଖିତ। ଏହି ଘଟଣାରେ ପୁଲିସ ପକ୍ଷରୁ ନିଷ୍ଠାର ସହିତ ତଦନ୍ତ କରାଯାଇଛି। ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। […]

ବଳଙ୍ଗା ପୀଡିତାଙ୍କ ମୃତ୍ୟୁରେ କାହାର ସମ୍ପୃକ୍ତି ନାହିଁ : ଓଡ଼ିଶା ପୋଲିସ
ବଳଙ୍ଗା ପୀଡିତାଙ୍କ ମୃତ୍ୟୁରେ କାହାର ସମ୍ପୃକ୍ତି ନାହିଁ : ଓଡ଼ିଶା ପୋଲିସ

ଭୁବନେଶ୍ୱର : ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ମୁହଁ ଖୋଲିଛି ଓଡ଼ିଶା ପୁଲିସ। ଏହି ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କର ସମ୍ପୃକ୍ତି ନାହିଁ ବୋଲି ପୁଲିସ ବିଭାଗ ପକ୍ଷରୁ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରି କୁହାଯାଇଛି।

ଉକ୍ତ ପୋଷ୍ଟରେ କୁହାଯାଇଛି ଯେ, ବଳଙ୍ଗା ଘଟଣାରେ ପୀଡ଼ିତା ଝିଅଙ୍କ ମୃତ୍ୟୁ ଖବର ଶୁଣି ଆମେ ଅତ୍ୟନ୍ତ ଦୁଃଖିତ। ଏହି ଘଟଣାରେ ପୁଲିସ ପକ୍ଷରୁ ନିଷ୍ଠାର ସହିତ ତଦନ୍ତ କରାଯାଇଛି। ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତ ଅନୁଯାୟୀ ଏହି ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନ ଥିବା ସ୍ପଷ୍ଟ ହୋଇଛି। ଏଣୁ ସମସ୍ତଙ୍କୁ ଅନୁରୋଧ ଯେ, ଏହି ଦୁଃଖଦ ମୁହୂର୍ତ୍ତରେ ଏ ସମ୍ବନ୍ଧୀୟ କୌଣସି ସମ୍ବେଦନଶୀଳ ମନ୍ତବ୍ୟ ନ ଦିଅନ୍ତୁ।

ସୂଚନାନୁସାରେ,ଦୀର୍ଘ ୧୫ ଦିନ ଧରି ଚିକିତ୍ସା ପରେ ଆଜି ଦିଲ୍ଲୀ ଏମ୍ସରେ ଆଖି ବୁଜିଛନ୍ତି ବଳଙ୍ଗା ପୀଡିତା । ଗତ ୧୯ ତୀଖ ଦିନ ସକାଳେ ରହସ୍ୟ ଜନକ ଭାବରେ ପୋଡି ଯାଇଥିଲେ ବାଳାଙ୍ଗାର ନାବାଳିକା । ତେବେ ତାଙ୍କୁ ୩ ଜଣ ଦୁର୍ବୁତ୍ତ ରାସ୍ତାରୁ ଉଠାଇ ଭାର୍ଗବୀ ନଦୀ ପଠାକୁ ନେଇ ସେଠାରେ କିରୋସିନ ଢାଳି ଜାଳିଦେବାକୁ ଉଦ୍ୟମ କରିଥିଲେ ବୋଲି ତାଙ୍କ ବୟାନରେ କହିଥିଲେ ନାବାଳିକା । ସେଠାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ଭୁବନେଶ୍ୱର ହସ୍ପିଟାଲ ଓ ପରେ ଦିଲ୍ଲୀ ଏମ୍ସରେ ଦୀର୍ଘ ପନ୍ଦର ଦିନରୁ ଉର୍ଦ୍ଧ୍ଵ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଶେଷରେ ଜୀବନ ଯୁଦ୍ଧରେ ହରି ଯାଇଛନ୍ତି ନାବାଳିକା । ଆଜି ଦିଲ୍ଲୀ ସ୍ଥିତ ଏମ୍ସରେ ତାଙ୍କର ମୃତ୍ୟୁ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଏମ୍ସ ସୂତ୍ରରୁ ପ୍ରକାଶ ପାଇଛି । ସରକାରଙ୍କ ସମସ୍ତ ପ୍ରୟାସ ଓ ଦିଲ୍ଲୀ ମେଡିକାଲର ବିଶେଷଜ୍ଞଙ୍କ ଆପ୍ରାଣ ଉଦ୍ୟମ ସତ୍ତ୍ୱେ ଆଜି ଆଖି ବୁଝିଛନ୍ତି ବଳଙ୍ଗା ପୀଡିତା ।

ବଳଙ୍ଗ। ପୀଡିତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ |