ଡିଜିଟାଲ ଆରେଷ୍ଟ ନେଇ କଲ ଆସିଲେ ତୁରନ୍ତ ୧୯୩୦କୁ ଫୋନ୍ କରି ଜଣାନ୍ତୁ – ଓଡିଶା ପୋଲିସ

ଭୁବନେଶ୍ୱର : ସାଇବର ଅପରାଧୀ ବିଭିନ୍ନ ଉପାୟରେ ଲୋକଙ୍କୁ ଫୋନ୍ କରି ଠକୁଛନ୍ତି । ଡିଜିଟାଲ ଆରେଷ୍ଟରେ ଥିବା କହି କୋଟି କୋଟି ଚୁନା ଲଗାଉଛନ୍ତି । ନ୍ୟାୟିକ ଅଧିକାରୀ, ପୋଲିସ, ସିବିଆଇ ଓ କଷ୍ଟମ ଅଧିକାରୀର ପରିଚୟ ଦେଇ ଲୋକଙ୍କୁ ଠକୁଛନ୍ତି । ତେବେ ଭାରତୀୟ ଆଇନରେ ଡିଜିଟାଲ୍ ଆରେଷ୍ଟ ଭଳି କୌଣସି ଶବ୍ଦ ନାହିଁ” ବୋଲି କହି ସତର୍କ କରାଇଛି ଓଡ଼ିଶା ପୋଲିସ । ଏଭଳି ସ୍ଥିତିରେ ଯେ କେହି ବି ଫୋନ୍ କରି […]

ଡିଜିଟାଲ ଆରେଷ୍ଟ ନେଇ କଲ ଆସିଲେ ତୁରନ୍ତ ୧୯୩୦କୁ ଫୋନ୍ କରି ଜଣାନ୍ତୁ – ଓଡିଶା ପୋଲିସ
ଡିଜିଟାଲ ଆରେଷ୍ଟ ନେଇ କଲ ଆସିଲେ ତୁରନ୍ତ ୧୯୩୦କୁ ଫୋନ୍ କରି ଜଣାନ୍ତୁ - ଓଡିଶା ପୋଲିସ

ଭୁବନେଶ୍ୱର : ସାଇବର ଅପରାଧୀ ବିଭିନ୍ନ ଉପାୟରେ ଲୋକଙ୍କୁ ଫୋନ୍ କରି ଠକୁଛନ୍ତି । ଡିଜିଟାଲ ଆରେଷ୍ଟରେ ଥିବା କହି କୋଟି କୋଟି ଚୁନା ଲଗାଉଛନ୍ତି । ନ୍ୟାୟିକ ଅଧିକାରୀ, ପୋଲିସ, ସିବିଆଇ ଓ କଷ୍ଟମ ଅଧିକାରୀର ପରିଚୟ ଦେଇ ଲୋକଙ୍କୁ ଠକୁଛନ୍ତି । ତେବେ ଭାରତୀୟ ଆଇନରେ ଡିଜିଟାଲ୍ ଆରେଷ୍ଟ ଭଳି କୌଣସି ଶବ୍ଦ ନାହିଁ” ବୋଲି କହି ସତର୍କ କରାଇଛି ଓଡ଼ିଶା ପୋଲିସ । ଏଭଳି ସ୍ଥିତିରେ ଯେ କେହି ବି ଫୋନ୍ କରି ଡିଜିଟାଲ ଆରେଷ୍ଟ କଥା କହିବେ ତୁରନ୍ତ ନିକଟସ୍ଥ ଥାନା ବା ୧୯୩୦ ନମ୍ବରରେ କଲ୍ କରି ଜଣାଇବାକୁ ପୋଲିସ ପକ୍ଷରୁ ଅପିଲ କରାଯାଇଛି । ସୋସିଆଲ ମିଡିଆ ‘ଏକ୍ସ’ରେ ଏନେଇ ପୋଷ୍ଟ କରି ସଚେତନ ରହିବାକୁ ପରାମର୍ଶ ଦେଇଛି ଓଡ଼ିଶା ପୋଲିସ ।

ସାଇବର ଅପରାଧୀମାନେ ନିଜକୁ ନ୍ୟାୟିକ ଅଧିକାରୀ କହି ସାଧାରଣ ଲୋକଙ୍କୁ ଠକୁଛନ୍ତି । ଡିଜିଟାଲ ଆରେଷ୍ଟ ନେଇ ଫୋନ କଲ ଆସିବା ମାତ୍ରେ ତୁରନ୍ତ ଅଣଦେଖା କରନ୍ତୁ, ତୁରନ୍ତ ନିକଟସ୍ଥ ଥାନା କିମ୍ବା ୧୯୩୦କୁ ଯୋଗାଯୋଗ କରି ଅଭିଯୋଗ କରନ୍ତୁ। ଆପଣଙ୍କ ଅବଗତି ନିମନ୍ତେ ଜଣାଉଛୁ କି ଭାରୀତୀୟ ଆଇନ୍ ବ୍ୟବସ୍ଥାରେ ଡିଜିଟାଲ ଆରେଷ୍ଟ ଭଳି କୌଣସି ଶଦ୍ଦ ନାହିଁ । ସତର୍କ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ।’