କାଲି ଠାରୁ ୪ ଦିନ ବନ୍ଦ ରହିବ ରତ୍ନ ଭଣ୍ଡାର ମରାମତି କାମ

ପୁରୀ:ଆସନ୍ତାକାଲି ଅର୍ଥାତ୍ ୨୧ ତାରିଖ ସୋମବାର ଠାରୁ ୪ ଦିନ ଧରି ବନ୍ଦ ରହିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମରାମତି କାମ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।ସୂଚନା ମୁତାବକ, ୨୧ ତାରିଖ ସୋମବାର ପଇତାଲାଗି, ମଙ୍ଗଳବାର ରାମାଭିଷେକ, ବୁଧବାର ବନକଲାଗି ଏବଂ ଗୁରୁବାର ଗୁରୁତ୍ବପୂର୍ଣ୍ଣ ନୀତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା କାରଣରୁ ରତ୍ନଭଣ୍ଡାର ମରାମତି ଏବଂ ସଂରକ୍ଷଣ କାର୍ଯ୍ୟ ବନ୍ଦ ରହିବ । ଏହି ଦିନ ବ୍ୟତୀତ ଅନ୍ୟ ଦିନ […]

କାଲି ଠାରୁ ୪ ଦିନ ବନ୍ଦ ରହିବ ରତ୍ନ ଭଣ୍ଡାର ମରାମତି କାମ

ପୁରୀ:ଆସନ୍ତାକାଲି ଅର୍ଥାତ୍ ୨୧ ତାରିଖ ସୋମବାର ଠାରୁ ୪ ଦିନ ଧରି ବନ୍ଦ ରହିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମରାମତି କାମ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।ସୂଚନା ମୁତାବକ, ୨୧ ତାରିଖ ସୋମବାର ପଇତାଲାଗି, ମଙ୍ଗଳବାର ରାମାଭିଷେକ, ବୁଧବାର ବନକଲାଗି ଏବଂ ଗୁରୁବାର ଗୁରୁତ୍ବପୂର୍ଣ୍ଣ ନୀତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା କାରଣରୁ ରତ୍ନଭଣ୍ଡାର ମରାମତି ଏବଂ ସଂରକ୍ଷଣ କାର୍ଯ୍ୟ ବନ୍ଦ ରହିବ ।
ଏହି ଦିନ ବ୍ୟତୀତ ଅନ୍ୟ ଦିନ ଗୁଡିକରେ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଏବଂ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା ଅନୁସାରେ ରତ୍ନଭଣ୍ଡାର ମରାମତି ଏବଂ ସଂରକ୍ଷଣ କାମ ଚାଲୁ ରହିବ । ଏଥିପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।