ହାଇଟେକ୍ ଟ୍ରାଜେଡି: DNA ରିପୋର୍ଟରୁ ସ୍ପଷ୍ଟ ହେଲା ମୃତକ ଦିଲ୍ଲୀପ ସାମନ୍ତରାୟ

ଭୁବନେଶ୍ୱର : ଆସିଲା ହାଇଟେକ ଟ୍ରାଜେଡିର ମୃତକଙ୍କ DNA ଟେଷ୍ଟ ରିପୋର୍ଟ I ରିପୋର୍ଟ ଅନୁଯାୟୀ ମୃତକ ହେଉଛନ୍ତି ଦିଲ୍ଲୀପ ସାମନ୍ତରାୟ I DNA ମ୍ୟାଚ ପରେ ପୋଲିସ ଦିଲ୍ଲୀପଙ୍କ ପରିବାରଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି ବୋଲି ଆଡିଶନାଲ ଡିସିପି ସୂଚନା ଦେଇଛନ୍ତି । ଏହାପରେ ଶୋକାକୁଳ ପରିବେଶ ମାଦେୟରେ ଦିଲ୍ଲୀପଙ୍କ ଗାଁରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି I ସୂଚନାନୁସାରେ,ଦିଲ୍ଲୀପ ଏବଂ ଜ୍ୟୋତିରଞ୍ଜନଙ୍କ ମୃତ୍ୟୁକୁ ନେଇ ଦେଖାଦେଇଥିଲା ବିବାଦ I ଏହାକୁ ନେଇ ମଙ୍ଗଳବାର ଅପରାହ୍ନରେ […]

ହାଇଟେକ୍ ଟ୍ରାଜେଡି: DNA ରିପୋର୍ଟରୁ ସ୍ପଷ୍ଟ ହେଲା ମୃତକ ଦିଲ୍ଲୀପ ସାମନ୍ତରାୟ
ହାଇଟେକ୍ ଟ୍ରାଜେଡି: DNA ରିପୋର୍ଟରୁ ସ୍ପଷ୍ଟ ହେଲା ମୃତକ ଦିଲ୍ଲୀପ ସାମନ୍ତରାୟ

ଭୁବନେଶ୍ୱର : ଆସିଲା ହାଇଟେକ ଟ୍ରାଜେଡିର ମୃତକଙ୍କ DNA ଟେଷ୍ଟ ରିପୋର୍ଟ I ରିପୋର୍ଟ ଅନୁଯାୟୀ ମୃତକ ହେଉଛନ୍ତି ଦିଲ୍ଲୀପ ସାମନ୍ତରାୟ I DNA ମ୍ୟାଚ ପରେ ପୋଲିସ ଦିଲ୍ଲୀପଙ୍କ ପରିବାରଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି ବୋଲି ଆଡିଶନାଲ ଡିସିପି ସୂଚନା ଦେଇଛନ୍ତି । ଏହାପରେ ଶୋକାକୁଳ ପରିବେଶ ମାଦେୟରେ ଦିଲ୍ଲୀପଙ୍କ ଗାଁରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି I

ସୂଚନାନୁସାରେ,ଦିଲ୍ଲୀପ ଏବଂ ଜ୍ୟୋତିରଞ୍ଜନଙ୍କ ମୃତ୍ୟୁକୁ ନେଇ ଦେଖାଦେଇଥିଲା ବିବାଦ I ଏହାକୁ ନେଇ ମଙ୍ଗଳବାର ଅପରାହ୍ନରେ ଦିଲୀପଙ୍କ ମା’ ଅହଲ୍ୟା ପୁଅର ମୃତଦେହ ନେବା ପାଇଁ ପ୍ରତିବାଦ କରିଥିଲେ। ଅହଲ୍ୟାଙ୍କ ସମେତ ପରିବାର ସଦସ୍ୟମାନେ ମଞ୍ଚେଶ୍ୱର ଥାନା ସାମ୍ନାରେ ଧାରଣା ଦେଇଥିଲେ। ତେବେ ଡିଏନ୍‌ଏ ରିପୋର୍ଟ ମିଳିବା ପରେ ପୋଲିସ ଏମ୍‌ସରେ ଥିବା ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି।

ଅନ୍ୟପଟେ ହାଇଟେକ ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ସଂପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ ଏତଲା ଦେଇଛନ୍ତି ମୃତ ଦିଲ୍ଲୀପ ସାମନ୍ତରାୟଙ୍କ ମାଆ ଅହଲ୍ୟା ସାମନ୍ତରାୟ। ମୃତକୁ ଜୀବିତ ଏବଂ ଜୀବିତକୁ ମୃତ ଦର୍ଶାଇ ଶବ ଅଦଳ ବଦଳ କରିବାରେ କାହାର ହାତ ରହିଛି ? ଏତେ ବଡ ଭୁଲ ପାଇଁ ଦାୟୀ କିଏ ? ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଅହଲ୍ୟା। ଏଥିସହିତ କ୍ଷତିପୂରଣ ବାବଦକୁ ୫୦ ଲକ୍ଷ ଟଙ୍କା ଦାବି କରିଛନ୍ତି ଦିଲ୍ଲୀପଙ୍କ ମା’ I

ସୂଚନାନୁସାରେ,ଗତ ଡିସେମ୍ବର ୨୯ ତାରିଖରେ ଭୁବନେଶ୍ୱର ପାଣ୍ଡରାସ୍ଥିତ ହାଇଟେକ ହସ୍ପିଟାଲରେ ଏସି ମରାମତି ବେଳେ ଘଟିଥିଲା ସିଲିଣ୍ଡର ବିସ୍ଫୋରଣ I ଏହି ବିସ୍ଫୋରଣରେ ଦିଲୀପଙ୍କ ସମେତ ୪ଜଣ କର୍ମଚାରୀ ଗୁରୁତର ଆହତ ହୋଇଥିଲେ। ପ୍ରଥମେ କଟକ ଜିଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ କୁଳବ୍ରାହ୍ମଣସାଇଲୋ ଗ୍ରାମର ଜ୍ୟୋତିରଞ୍ଜନ ମଲ୍ଲିକ, ପରେ ଶ୍ରୀତମ ସାହୁ ଏବଂ ଶେଷରେ ଦିଲୀପଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟତମ ଆହତ ସୀମାଞ୍ଚଳ ବିଶ୍ୱାଳଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ତେବେ ଆରମ୍ଭରୁ ଘଟଣାକୁ ଚପାଇ ଦିଆଯାଇଥିଲା। ମୃତଦେହ ଚିହ୍ନଟରେ ବଡ଼ ତ୍ରୁଟି ହୋଇଥିବା ଜଣାପଡିବା ପରେ ବିସ୍ଫୋରଣ ଓ ପରବର୍ତ୍ତୀ ଭୟଙ୍କର ସ୍ଥିତି ପଦାକୁ ଆସିଥିଲା। ମୃତକ ଜ୍ୟୋତିରଞ୍ଜନଙ୍କ ମୃତଦେହକୁ ଡିସେମ୍ବର ୩୧ତାରିଖରେ ଦିଲ୍ଲୀପ ସାମନ୍ତରାୟ ବୋଲି ଦର୍ଶାଇ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା I ତେବେ ସ୍ୱାମୀଙ୍କ ମୃତ୍ୟୁକୁ ସହ୍ୟ କରି ନପାରି ତାଙ୍କ ନବ ବିବାହିତା ପତ୍ନୀ ଜାନୁଆରୀ ୧ ତାରିଖରେ ଆତ୍ମହତ୍ୟା କରିଦେଇଥିଲେ I ପୁଅବୋହୂଙ୍କୁ ହରାଇ ଦୁଃଖରେ ବୁଡ଼ି ରହିଥିବା ପରିବାର ଲୋକେ ଶୁଦ୍ଧିକ୍ରିୟା କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଗତ ୪ ତାରିଖରେ ପାଇଥିଲେ ଆଶ୍ଚର୍ଯ୍ୟ କରି ଦେଲା ଭଳି ଖବରଟି। ଦିଲ୍ଲୀପ ସାମନ୍ତରାୟ ବଞ୍ଚିଛନ୍ତି ବୋଲି କହିଥିଲେ ହସ୍‌ପିଟାଲ୍ କର୍ତ୍ତୃପକ୍ଷ। ଏହାପରଠାରୁ ବିବାଦ ଆରମ୍ଭ ହୋଇଥିଲା I ତେବେ ଗତକାଲି DNA ରିପୋର୍ଟ ଆସିବାପରେ ଏହା ଦିଲ୍ଲୀପ ସାମନ୍ତରାୟଙ୍କର ବୋଲି ସ୍ପଷ୍ଟ ହୋଇଛି I