ଫେବ୍ରୁଆରି ୧୯ କିମ୍ବା ୨୦ରେ ଶପଥ ନେଇପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଆସନ୍ତା ଫେବ୍ରୁଆରି ୧୯ କିମ୍ବା ୨୦ ତାରିଖରେ ହୋଇପାରେ। ସରକାରୀ ସୂତ୍ରରୁ ଏହା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଆମେରିକା ଗସ୍ତରୁ ଫେରିବାପରେ ସରକାର ଗଠନ ନେଇ ପ୍ରସ୍ତୁତି ଜୋରଦାର ହୋ‌ଇଛି। ଫେବ୍ରୁଆରି ୧୭ କିମ୍ବା ୧୮ ତାରିଖରେ ବିଧାୟକ ଦଳ ବୈଠକ ହୋଇପାରେ। ଉକ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି ଜେପି ନଡ୍ଡା ଏବଂ ଅନ୍ୟ ବିଜେପି ନେତାଙ୍କ […]

ଫେବ୍ରୁଆରି ୧୯ କିମ୍ବା ୨୦ରେ ଶପଥ ନେଇପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଆସନ୍ତା ଫେବ୍ରୁଆରି ୧୯ କିମ୍ବା ୨୦ ତାରିଖରେ ହୋଇପାରେ। ସରକାରୀ ସୂତ୍ରରୁ ଏହା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଆମେରିକା ଗସ୍ତରୁ ଫେରିବାପରେ ସରକାର ଗଠନ ନେଇ ପ୍ରସ୍ତୁତି ଜୋରଦାର ହୋ‌ଇଛି। ଫେବ୍ରୁଆରି ୧୭ କିମ୍ବା ୧୮ ତାରିଖରେ ବିଧାୟକ ଦଳ ବୈଠକ ହୋଇପାରେ। ଉକ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି ଜେପି ନଡ୍ଡା ଏବଂ ଅନ୍ୟ ବିଜେପି ନେତାଙ୍କ ମଧ୍ୟରେ ଏକ ବୈଠକ ହେବ। ୪୮ ନବନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ୧୫ ଜଣଙ୍କ ନାଁ ସର୍ଟଲିଷ୍ଟ୍‌ କରାଯାଇଛି। ଉଲ୍ଲେଖଯୋଗ୍ୟ, ଦୀର୍ଘ ୨୭ ବର୍ଷ ପରେ ବିଜେପି ଦିଲ୍ଲୀରେ କ୍ଷମତାକୁ ଫେରିଛି। ବିଜେପି ୪୮ ଆସନରେ ଜିତିଥିବାବେ‌ଳେ ଆପ୍‌ ୨୨ ଆସନରେ ଜିତିଛି। ନିର୍ବାଚନ ଫଳ ୮ ତାରିଖରେ ବାହାରିଥିବାବେଳେ ବିଜେପିକୁ ସ୍ପଷ୍ଟ ବହୁମତ ମିଳିଛି। କିନ୍ତୁ ସରକାର ଗଠନ ବିଳମ୍ବ ହେଉଥିବାରୁ ଏଥିପାଇଁ ପ୍ରଶ୍ନ ଉଠିଛି।