ବାଘ ଚମଡା ଡିଲବେଳେ ୩ ଗିରଫ
ଭୁବନେଶ୍ୱର : ବନ ବିଭାଗ ହାତରେ ଧରାପଡ଼ିଲେ ୩ ବାଘ ଚମଡା ବେପାରୀ I ଡ଼ିଶାରୁ ଯାଇ ପଶ୍ଚିମବଙ୍ଗରେ ବାଘ ଚମଡ଼ା ବିକ୍ରି କରିବାବେଳେ ଏହି ୩ ଜଣ ଧରାପଡ଼ିଛନ୍ତି । ଗିରଫ ୩ ଜଣ ହେଲେ ବିଶେଶ୍ୱର ବାଗ,ଉପେନ୍ଦ୍ର ବାଗ ଏବଂ ରାଜେନ୍ ନାଗ୍ । କିନ୍ତୁ ଏମାନଙ୍କ ଠିକଣା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ I ଏହି ୩ ଅଭିଯୁକ୍ତ ଓଡ଼ିଶାରୁ ବାଘ ଚମଡ଼ା ନେଇ ପଶ୍ଚିମବଙ୍ଗ ଯାଇଥିଲେ। ସେଠାରେ ସେମାନେ ଉକ୍ତ ଚମଡ଼ାକୁ ୧୦ […]

ଭୁବନେଶ୍ୱର : ବନ ବିଭାଗ ହାତରେ ଧରାପଡ଼ିଲେ ୩ ବାଘ ଚମଡା ବେପାରୀ I ଡ଼ିଶାରୁ ଯାଇ ପଶ୍ଚିମବଙ୍ଗରେ ବାଘ ଚମଡ଼ା ବିକ୍ରି କରିବାବେଳେ ଏହି ୩ ଜଣ ଧରାପଡ଼ିଛନ୍ତି । ଗିରଫ ୩ ଜଣ ହେଲେ ବିଶେଶ୍ୱର ବାଗ,ଉପେନ୍ଦ୍ର ବାଗ ଏବଂ ରାଜେନ୍ ନାଗ୍ । କିନ୍ତୁ ଏମାନଙ୍କ ଠିକଣା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ I
ଏହି ୩ ଅଭିଯୁକ୍ତ ଓଡ଼ିଶାରୁ ବାଘ ଚମଡ଼ା ନେଇ ପଶ୍ଚିମବଙ୍ଗ ଯାଇଥିଲେ। ସେଠାରେ ସେମାନେ ଉକ୍ତ ଚମଡ଼ାକୁ ୧୦ ଲକ୍ଷରେ ବିକ୍ରି କରିବାକୁ ଉଦ୍ୟମ ଚଳାଇଥିଲେ। ମାତ୍ର ଏନେଇ ବନ ବିଭାଗ ଅଧିକାରୀ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ଉକ୍ତ ୩ ଅଭିଯୁକ୍ତଙ୍କୁ ଧରିବାକୁ ସ୍ୱତନ୍ତ୍ର ଟିମ୍ ହୋଇଥିଲା। ଏହାପରେ ଯୋଜନା ମୁତାବକ ଚଢ଼ାଉ କରାଯାଇ ସମସ୍ତ ୩ ଅଭିଯୁକ୍ତଙ୍କୁ ବନ ବିଭାଗ ବାନ୍ଧିଥିବା ବେଳେ ସେମାନଙ୍କ ନିକଟରୁ ବାଘ ଚମଡ଼ା ଜବତ କରିଛି।
ତେବେ ଏହି ଅଭିଯୁକ୍ତମାନେ ବାଘ ଚମଡ଼ା କେଉଁଠୁ ଆଣିଲେ, ତାକୁ ଓଡ଼ିଶା ବାହାରକୁ ନେବାକୁ କିପରି ସମର୍ଥ ହେଲେ ତାହାର ତଦନ୍ତ ଚଳାଇଛି ପୁଲିସ୍ ।