ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପଙ୍କ ଆହ୍ବାନ
ଓ୍ବାଶିଂଟନ,୧୧ା୧୧: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧ ବନ୍ଦ ପାଇଁ ଆହ୍ବାନ ଦେଇଛନ୍ତି। ଏନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି ଟ୍ରମ୍ପ। ଦୁଇ ନେତା ୟୁକ୍ରେନର ପରିସ୍ଥିତି ଉପରେ ଆଲୋକପାତ କରିଥିବାବେଳେ ବିବାଦ ନ ବଢ଼ାଇ ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ପୁଟିନଙ୍କୁ ଅନୁରୋଧ କରିଛନ୍ତି ଟ୍ରମ୍ପ। ପୁଟିନ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇବା ପରେ ସେ ଆଲୋଚନାରେ ଯୋଗଦେବାକୁ ପ୍ରସ୍ତୁତ ଥିବା ଦର୍ଶାଇ ଆମେରିକା-ରୁଷିଆ ସମ୍ପର୍କକୁ ପୁନଃ […] The post ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପଙ୍କ ଆହ୍ବାନ appeared first on Dharitri Odia News.
ଓ୍ବାଶିଂଟନ,୧୧ା୧୧: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧ ବନ୍ଦ ପାଇଁ ଆହ୍ବାନ ଦେଇଛନ୍ତି। ଏନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି ଟ୍ରମ୍ପ। ଦୁଇ ନେତା ୟୁକ୍ରେନର ପରିସ୍ଥିତି ଉପରେ ଆଲୋକପାତ କରିଥିବାବେଳେ ବିବାଦ ନ ବଢ଼ାଇ ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ପୁଟିନଙ୍କୁ ଅନୁରୋଧ କରିଛନ୍ତି ଟ୍ରମ୍ପ।
ପୁଟିନ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇବା ପରେ ସେ ଆଲୋଚନାରେ ଯୋଗଦେବାକୁ ପ୍ରସ୍ତୁତ ଥିବା ଦର୍ଶାଇ ଆମେରିକା-ରୁଷିଆ ସମ୍ପର୍କକୁ ପୁନଃ ସ୍ଥାପିତ କରିବା ଏବଂ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।
ଟ୍ରମ୍ପ ଫ୍ଲୋରିଡ଼ାସ୍ଥିତ ତାଙ୍କ ରିସର୍ଟରୁ ୟୁକ୍ରେନ ଯୁଦ୍ଧକୁ ବୃଦ୍ଧି ନ କରିବାକୁ ପୁଟିନଙ୍କୁ ପରାମର୍ଶ ଦେବା ସହ ୟୁରୋପରେ ଓ୍ବାଶିଂଟନର ମହତ୍ତ୍ୱପୂର୍ଣ୍ଣ ସାମରିକ ଉପସ୍ଥିତି ବିଷୟରେ କଥା ହୋଇଛନ୍ତି।
ପୁଟିନଙ୍କ ସହ କଥା ହେବା ପୂର୍ବରୁ ଟ୍ରମ୍ପ ବୁଧବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କିଙ୍କ ସହ ମଧ୍ୟ କଥା ହୋଇଛନ୍ତି। ରିପବ୍ଲିକାନ ନେତା କିଭ୍କୁ ଆମେରିକାର ସାମରିକ ତଥା ଆର୍ଥିକ ସହାୟତାର ପରିମାଣକୁ ସମାଲୋଚନା କରି ଯୁଦ୍ଧକୁ ଶୀଘ୍ର ଶେଷ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଟେକ୍ ବିଲେନେୟାର ଏଲନ ମସ୍କ ମଧ୍ୟ ଜେଲେନ୍ସ୍କିଙ୍କ ସହ କଥା ହୋଇଛନ୍ତି। ସେ କହିଛନ୍ତି, ୟୁକ୍ରେନକୁ ଷ୍ଟାରଲିଙ୍କ୍ ସାଟେଲାଇଟ୍ ଇଣ୍ଟରନେଟ୍ ସଂଯୋଗ ଜାରି ରଖିବେ। ସେ କହିଛନ୍ତି, ଆମର ସହଯୋଗକୁ ଆଗକୁ ବଢ଼ାଇବାକୁ ଆମେ ସହମତ। ଦୃଢ଼ ତଥା ଅଦମ୍ୟ ଆମେରିକାର ନେତୃତ୍ୱ ବିଶ୍ୱ ତଥା ନ୍ୟାୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ନଭେମ୍ବର ୫ରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଉପରାଷ୍ଟ୍ରପତି କମଲା ହାରିସ୍ଙ୍କୁ ପରାସ୍ତ କରିବା ପରେ ରିପବ୍ଲିକାନ ଟ୍ରମ୍ପ ଆସନ୍ତା ଜାନୁଆରୀ ୨୦ ୨୦୨୫ରେ କାର୍ଯ୍ୟଭାର ଗ୍ରହଣ କରିବେ।
The post ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପଙ୍କ ଆହ୍ବାନ appeared first on Dharitri Odia News.